November 12, 2025
Home » ଇଫକୋ ପାରାଦୀପ ୟୁନିଟ୍ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳିତ

ଇଫକୋ ପାରାଦୀପ ୟୁନିଟ୍ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳିତ

0
WhatsApp Image 2025-11-06 at 4.03.34 PM

ପାରାଦୀପ : ପାରାଦୀପଠାରେ ଥିବା ବିଶ୍ୱର ସର୍ବବୃହତ୍ତ ସମବାୟଭିିକ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ୟୁନିଟ୍ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ସୋମବାର ଦିନ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରାକେଶ କାପୁର ଇଫକୋର କର୍ମଚାରୀ ଓ ଅଧିକାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ଇଫକୋର ମୁଖ୍ୟ ସତର୍କତା ଅଧିକାରୀ ପୂଜା କୋହିଲି ଇଫକୋର ଅଧ୍ୟକ୍ଷ ଦିଲେପ ସାଂଘାନୀଙ୍କ ସତର୍କତା ସଚେତନା ସପ୍ତାହର ବାର୍ତ୍ତା ଉପସ୍ଥାପନ କରିଥିଲେ । ଏହି ଅବସରରେ ଇଫକୋର କର୍ମଚାରୀ, ଅଧିକାରୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ ଥିବା ନେଇ ଇଫକୋ ପକ୍ଷରୁ ସୂଚନା ମିଳିଛି । ମଙ୍ଗଳବାର ଦିନ ଇଫକୋର ନିର୍ବାହୀ ନିର୍ଦ୍ଦେଶକ ତଥା ୟୁନିଟ୍ ହେଡ୍ ପି.କେ.ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ଦିନ କର୍ମକ୍ଷେତ୍ରରେ ସତର୍କତା ସଚେତନା ଓ ସତ୍ୟତାର ପରିପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ସତର୍କତା ସଚେତନତା ପ୍ରବନ୍ଧକ ରାକେଶ ପାଣ୍ଡେ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହିତ ବିଭିନ୍ନ ପ୍ରତିଯୋଗିତା ବିଜେତାଙ୍କ ନାମ ଘୋଷଣା କରିବା ସହିତ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ନାନୋର ସାଧାରଣ ପ୍ରବନ୍ଧକ ଏସ.ପି.ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *