ବୋଇତ ବନ୍ଦାଣ ଉତ୍ସବ ର ଦ୍ୱିତୀୟ ରଜନୀ
ବ୍ରହ୍ମପୁର: ଗୋପାଳପୁର ବୋଇତ ବନ୍ଦାଣ ମହୋତ୍ସବ ର ଦ୍ୱିତୀୟ ରଜନୀରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସବ ହେଉଛି ଆମର ସଂସ୍କୃତି , ଆମ ସଂସ୍କୃତି କୁ ବଜାଇ ରଖିବା ହେଉଛି ଆମ କର୍ତ୍ତବ୍ୟବୋଲି କହିଥିଲେ l ଭାରତ ବର୍ଷ ରେ ପ୍ରସିଦ୍ଧ ଲାଭ କରୁଛି ଆମ କଳା ସଂସ୍କୃତି ,ବୋଇତ ବନ୍ଦାଣ ଉତ୍ସବ ର ତାତ୍ପର୍ଯ୍ୟ ବିଷୟରେ ମଧ୍ଯ କହିଥିଲେ l ଏହି ଉତ୍ସବ ସୁନ୍ଦର ଭାବେ ଆୟୋଜନ କରିଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ କୁ ପ୍ରଶଂସା କରିଥିଲେ l

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍, ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ କୁମାର ପୃଷ୍ଟି, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ୍ ଅରବିନ୍ଦ ରାଜଶିର୍କେ,ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ l ହୁଳ ହୁଳି ଓ ପୁଚି ପ୍ରତିଯୋଗିତା ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ସମ୍ମାନୀତ କରାଯାଇଥିଲା l ବୋଇତ ବନ୍ଦାଣ ପୁସ୍ତକ ଏହି ମଞ୍ଚ ରେ ଉନ୍ମୋଚନ ହୋଇଥିଲା lସାନ୍ଧ୍ୟ କାର୍ଯ୍ୟକ୍ରମ ର ଦ୍ୱିତୀୟ ରଜନୀରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ତେଲୁଗୁ ପାଲା, ଘଟ କଳସୀ ନୃତ୍ୟ , ରଣପା ନାଚ , ଓଡ଼ିଶୀ,କୁଚୂପୁଡ଼ି, ବିହୁ, ବାଘ ନାଚ ଆଦି ନୃତ୍ୟ ପରିବେଷଣ ହୋଇଥିଲା l ଓଡ଼ିଆ କଣ୍ଠ ଶିଳ୍ପୀ ସୁଗ୍ୟାନୀ ମହାପାତ୍ର, ଅନୁରାଗ ଦାସ ସଙ୍ଗୀତ ପରିବେଷଣ ଓ ଆର ଡି ଏକ୍ସ ଡ୍ୟାନସ୍ ଗ୍ରୁପ୍ ନୃତ୍ୟ ପରିବେଷଣ କରିଥିଲେ l
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
