ଫୋନ ପେ ମାଧ୍ୟମରେ ଲାଞ୍ଚ, ଧରା ପଡ଼ିଲେ ଲାଞ୍ଚୁଆ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ ଫୋନ ପେ ମାଧ୍ୟମରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଠାରୁ ଲାଞ୍ଚ ନେଇ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏହି ବାବୁ କେନ୍ଦୁଝର ଜିଲ୍ଲାରେ ରହିବା ଦିନରୁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ କାମ ଓ ବିଲ ପାସ ଲାଗି ଲାଞ୍ଚ ମାଗି ନେଉଥିଲେ। ସେ ଆଧୁନିକ ଉପାୟରେ ଫୋନ ପେ ମାଧ୍ୟମରେ ନିଜ ପରିବାର ଲୋକ, ବନ୍ଧୁ ତଥା ନିଜ କର୍ମଚାରୀଙ୍କ ଆକାଉଣ୍ଟ ମାଧ୍ୟମରେ ଏହି ଲାଞ୍ଚ ଆଦାୟ କରୁଥିଲେ। ଏବେ ଭିଜିଲାନ୍ସ ବିଭାଗ ଏହିପରି ଅନେକ ଟ୍ରାଞ୍ଜାକ୍ସନ ଧରିଛି। ଏହି ସାମନ୍ତରାୟ ବାବୁଙ୍କ ଭୁବନେଶ୍ୱରରେ ମାତ୍ର ଦଶଟି ପ୍ଲଟ, ତିନି ହଜାର ବର୍ଗଫୁଟର ତିନି ମହଲା କୋଠା, ମଦନପୁର ଠାରେ କୋଟି କୋଟି ଟଙ୍କା ମୂଲ୍ୟର ତିନି ଏକର ଫାର୍ମ ହାଉସ ସହ ସିମ୍ପ୍ଲେକ୍ସ ଘର ଭିଜିଲାନ୍ସ ପାଇଥିବା ଜଣାଯାଇଛି। ଆଗକୁ ଆହୁରି ବେନାମୀ ସମ୍ପତ୍ତି ବାହାରିବାର ସମ୍ଭାବନା ରହିଛି ବୋଲି ଜଣା ଯାଇଛି ଏବେ ତିନିଟି ସ୍ଥାନରେ ଚଢ଼ାଉ ଚାଲିଛି। ଦିବ୍ୟାଙ୍ଗଙ୍କୁ ବଣ୍ଟା ଯାଉଥିବା ବ୍ୟାଟେରୀ ଗାଡ଼ି ଅତି ନିମ୍ନ ମାନର ବୋଲି ଅଭିଯୋଗ ଆସୁଥିଲା ତେଣୁ ଏହି ବାବୁଙ୍କ ସେଥିଲାଗି ଥିବା ଭୂମିକା ସମ୍ପର୍କରେ ପାରଦାଫାଶ କରିବାକୁ ସାଧାରଣରେ ଦାବି ହେଉଛି। ଭିଜିଲାନ୍ସ ଥାନା ପକ୍ଷରୁ ମାମଲା ପି/ଏସ ନଂ ୧୧/୨୦୨୫ ଦାୟର ହୋଇ ଏବେ ଅଧିକ ଖୋଳତାଡ଼ ଚାଲିଛି।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ)ଇଷ୍ଟର୍ନ ପ୍ରେସ
