ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଭାରତୀୟ ହକିର ଗୌରବାନ୍ୱିତ ୧୦୦ ବର୍ଷ ପାଳନ
ପାରାଦୀପ – ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଭାରତୀୟ ହକିର ଗୌରବାନ୍ୱିତ ୧୦୦ ବର୍ଷ ଗୋପବନ୍ଧୁ କ୍ରୀଡା ସଂସଦ ଆନୁକୂଲ୍ୟରେ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଶୁକ୍ରବାର ଦିନ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଦଳଗତ କାର୍ଯ୍ୟ, କ୍ରୀଡାପ୍ରେମ ଏବଂ ଗର୍ବର ମନୋଭାବକୁ ପ୍ରତିଫଳିତ କରିଥିଲା। ପାରାଦୀପ ବନ୍ଦର ଦଳ ଏବଂ ଛତ୍ରପୁର ଦଳ ମଧ୍ୟରେ ଏକ ରୋମାଞ୍ଚକର ହକି ମ୍ୟାଚ୍ ମୁଖ୍ୟ ଆକର୍ଷଣ ଥିଲା, ଯେଉଁଠାରେ ପାରାଦୀପ ବନ୍ଦର ଦଳ ୩-୧ ଗୋଲରେ ବିଜୟୀ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଏବଂ ମୁଖ୍ୟ ଯନ୍ତ୍ରୀ ହିମାଂସୁ ଶେଖର ରାଉତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
ଏହି ଅବସରରେ ଭାରତୀୟ ହକିରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଲିମ୍ପିଆନ୍ ଏବଂ ଆନ୍ତର୍ଜାତୀୟ ଖେଳାଳି ମିସ୍ ନମିତା ଟପ୍ପୋ ଏବଂ ଜାତୀୟ ଖେଳାଳି ମିସ୍ ରଶ୍ମିତା ମିଞ୍ଜଙ୍କୁ ପ୍ରତ୍ୟେକଙ୍କୁ ୨୫ ହଜାର ପୁରସ୍କାର,ହକି ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀଙ୍କୁ ୧୧ ହଜାର ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବନ୍ଦରାଧ୍ୟକ୍ଷ ଶ୍ରୀ ହରନାଦ ପାରାଦୀପ ବନ୍ଦରରେ ଏକ ନୂତନ ହକି ଷ୍ଟାଡିୟମ ପ୍ରତିଷ୍ଠା ଘୋଷଣା କରିଥିଲେ, ଯାହା କ୍ରୀଡ଼ାକୁ ପ୍ରୋତ୍ସାହନ ଏବଂ ଯୁବ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ବନ୍ଦରର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲା।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
