ସମସ୍ତେ ବାଣ୍ଟିଣ ଖାଇବା, ଭୋକେ ନରହିବେ କେହି। ବଳକା ଭୋଗ ବାଣ୍ଟିଲା ଭରସା ପରିବାର।
କେନ୍ଦୁଝର,ତା୭/୧୧- କେନ୍ଦୁଝର ସରକାରୀ ବସଷ୍ଟାଣ୍ଡ ସ୍ଥିତ ଦୁର୍ଗା ମା’ଙ୍କ ମନ୍ଦିରରେ ଭୋଗ ଅନେକ ବଳକା ରହି ଯାଇଥିଲା। ଏହି ବଳକା ଭୋଗ ପ୍ରସାଦକୁ ନଷ୍ଟ ନ କରି ଠିକଣା ସମୟରେ ଅସହାୟଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ଵ ନେଇଥିଲା ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରସା ପରିବାର ଟ୍ରଷ୍ଟ। ତେଣୁ ପ୍ରଥମେ ବଳକା ଭୋଗକୁ ସଂଗ୍ରହ କରି ତାକୁ କିଛି ପୁଡିଆରେ ବିଭକ୍ତ କରି କେନ୍ଦୁଝର ସହରରେ ବସବାସ କରୁଥିବା ଅସହାୟଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।ଏହାର ନେତୃତ୍ୱ ନେଇଥିଲେ ଭରସା ପରିବାରର ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତ।ଏହି ମହତ୍ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିଥିଲେ ଏସ କେ ତହିଦ୍, ବନିତା ନାଏକ , ଅବଦୁଲ ୱାସିମ୍, ଟୁନି ମହାନ୍ତ ଏବଂ ଚୁନି ଲାଲ୍। ଖାଦ୍ୟ, ପ୍ରସାଦ, ଭୋଗ ଫିଙ୍ଗିବା ଭଲ ପରମ୍ପରା ନୁହେଁ ତେଣୁ ସମୂହ ଭୋଜି, ବାହାଘର, ବ୍ରତଘର ଆଦିରେ ଖାଦ୍ୟ ବଳକା ରହିଲେ ଠିକ ସମୟରେ ଯୋଗାଯୋଗ କଲେ ଭରସା ପରିବାର ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିବ ବୋଲି କର୍ମକର୍ତ୍ତା କହିଛନ୍ତି। ଏହି ସବୁ ଖାଦ୍ୟର ମାନ ଯାଞ୍ଚ କରି ଲୋକଙ୍କୁ ଦିଆ ଯାଉଛି ଆଗକୁ ବେଶୀ ଏପରି ଖାଦ୍ୟ ରଖିବାକୁ ବଡ଼ ବଡ଼ ଫ୍ରିଜର ରଖାଯିବ ବୋଲି ସେମାନେ କହିଛନ୍ତି। ଭରସାର ଏପରି ମହତ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ୍)
