February 5, 2026
Home » ନୂଆପଡ଼ା ଉପ ନର୍ବାଚନରେ ଜନବିରୋଧୀ ବିଜେପି-ବିଜେଡ଼ି କୁ ପରାସ୍ତ କରନ୍ତୁ

ନୂଆପଡ଼ା ଉପ ନର୍ବାଚନରେ ଜନବିରୋଧୀ ବିଜେପି-ବିଜେଡ଼ି କୁ ପରାସ୍ତ କରନ୍ତୁ

0
WhatsApp Image 2025-11-07 at 6.42.32 PM

ନୂଆପଡ଼ା: ସମ୍ବିଧାନ, ଧର୍ମନିରପେକ୍ଷତା ଓ ଓଡ଼ିଶାର ସମସ୍ତ ସମ୍ପ୍ରଦାୟର ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଭୋଟ ଦେବା ପାଇଁ କଂଗ୍ରେସ ଏବଂ ସି ପି ଆଇ (ଏମ୍) ରାଜ୍ୟ ନେତୃବୃନ୍ଦ ମିଳିତ ଭାବେ ଆହ୍ଵାନ ଦେଇଛନ୍ତି।ନୂଆପଡା ଠାରେ କଂଗ୍ରେସ ନିର୍ବାଚନ ଅଫିସ ଖୁଣ୍ଟିଆ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଉଭୟ ଦଳ ର ନେତୃବୃନ୍ଦ କହିଛନ୍ତି ଯେ ଗଣତନ୍ତ୍ର ବିରୋଧୀ, ଭୋଟ ଚୋର ବିଜେପି ଏବଂ ବିଜେପି ର ଅଘୋଷିତ ଘନିଷ୍ଠ ମିତ୍ର ବିଜେଡ଼ି କୁ ପରାସ୍ତ କରିବା ଅଜିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଆବଶ୍ୟକତା। ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ସି ପି ଆଇ(ଏମ) ର ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ବଦ୍ରି ନାରାୟଣ ଦାଶ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ କୁ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ ଅରବିନ୍ଦ ଦାସ, ରଜନୀକାନ୍ତ ମହାନ୍ତି ଏବଂ ସୁଧିର ମିଶ୍ର ସଂଯୋଜନା କରିଥିଲେ। ଶ୍ରୀକାନ୍ତ ଜେନା କହିଲେ ଯେ ବିଜେପି – ବିଜେଡ଼ି ଏକା ସାଙ୍ଗ ରେ ରହି ଓଡିଶାକୁ ଲୁଟିଛନ୍ତି। କଂଗ୍ରେସ ନୂଆପଡ଼ା ର ବିକାଶ ପାଇଁ ଯାହା ଉନ୍ନୟନ ମୂଳକ କାମ କରିଛି, ତା’ର ହିସାବ ଦେଇ ଇସ୍ତାହାର ପ୍ରକାଶ କରିଛି। ବିଜେପି – ବିଜେଡ଼ି ନୂଆପଡା ପାଇଁ ୨୫ବର୍ଷ ଭିତରେ କ’ଣ କରିଛନ୍ତି ହିସାବ ଦେବା ଆବଶ୍ୟକ। ବର୍ତ୍ତମାନ୍ ଗରିବି ରେ ଓଡ଼ିଶା ପ୍ରଥମ ସ୍ଥାନ ରେ ରହିଛି। ଦାଦନ ଶ୍ରମିକ ରେ ନୂଆପଡା ଜିଲ୍ଲା ଏକ ନମ୍ବର ହୋଇଛି। ଜଳ ସଂକଟ ଏବଂ ସାର ଅଭାବ ରେ ଚାଷୀ ଜର୍ଜରିତ। ଏହା କ’ଣ ବିକାଶ ର ନମୁନା କି ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି ।

ନୂଆପଡ଼ା ର ବିକାଶ ପାଇଁ ଜନସାଧାରଣଙ୍କ ଆସ୍ଥା ଏବଂ ବିଶ୍ୱାସ ର ପ୍ରାର୍ଥି ଘାସିରାମ ମାଝୀଙ୍କୁ ହାତ ଚିହ୍ନ ରେ ଭୋଟ ଦେଇ ବିଜୟୀ କରିବା ନିମନ୍ତେ ସେ ଆହ୍ଵାନ ଦେଇଥିଲେ।ସି ପି ଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀ ରେ ସମ୍ବୋଧିତ କରି କହିଲେ ଯେ ନୂଆପଡ଼ାର ଜନତା,ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି, ଶ୍ରମିକ, କୃଷକ, ଯୁବକ, ମହିଳା, ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ସମସ୍ତ ସଚେତନ ନାଗରିକଙ୍କୁ ଏକଜୁଟ ହୋଇ ବିଜେପିର ଜନବିରୋଧୀ ରାଜନୀତିକୁ ପରାସ୍ତ କରିବା ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବା କୁ ଆହ୍ଵାନ କରିଛନ୍ତି। ଓଡିଶାରେ ଡବଲ ଇଞ୍ଜିନ ବିଜେପି ସରକାର ସମୟ ରେ ସାଂପ୍ରଦାୟିକ ହିଂସା, ସାମାଜିକ ବିଦ୍ୱେଷ, ଦଳିତ ଉତ୍ପୀଡନ, ଆଦିବାସୀ ବିସ୍ଥାପନ ଏବଂ ମହିଳା ନିର୍ଯ୍ୟାତନା ଅତ୍ୟନ୍ତ ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ୧୬ ମାସର ଶାସନ ରେ ବିଜେପି ନିର୍ବାଚନ ପ୍ରତିଶୃତି କୁ ଭୁଲି ଯାଇ ରାଜ୍ୟବାସୀ ଙ୍କୁ ପ୍ରତାରିତ କରିଛି। ରାଜ୍ୟରେ ଉତ୍କଟ ବେକାରୀ,ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅପରାଧିକରଣ ରାଜନୀତି ଯୋଗୁଁ ଜନ ଜୀବନ ଦୁର୍ବିସହ ହୋଇ ପଡ଼ିଛି। ନୂଆପଡ଼ା ଉପ ନର୍ବାଚନରେ ରେ ସମସ୍ତଙ୍କୁ କାମ,ରୋଜଗାର, ସ୍ବାସ୍ଥ୍ୟ, ଶିକ୍ଷା, ମୂଲ୍ୟବୃଦ୍ଧି ରୋକିବା ଓ ସାମାଜିକ ନ୍ୟାୟ ଇତ୍ୟାଦି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ନୂଆପଡ଼ା ର ଶ୍ରମିକ, କୃଷକ, ମହିଳା, ଯୁବ, ଛାତ୍ର, ଆଦିବାସୀ ଏବଂ ଦଳିତ ଭୋଟର ମାନେ ଏକାଠି ହୋଇ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷ ରେ ଭୋଟ ଦେବା ପାଇଁ ସି ପି ଆଇ (ଏମ୍) ପକ୍ଷରୁ ଆହ୍ଵାନ ଦିଆଯାଇଛି। ନିରନ୍ତର ଭାବେ ବିଜେଡି ସବୁ କ୍ଷେତ୍ର ରେ ବିଜେପି ସହିତ ସାଲିସପୂର୍ଣ୍ଣ ଅବସ୍ଥାନ ଗ୍ରହଣ କରିଛି। ଉଭୟ ଦଳ ଯୋଜନାବଦ୍ଧ ଭାବେ ସଲା- କୁସ୍ତି ଭିତରେ ଦୁଇ ମେରୁ ବିଶିଷ୍ଟ ଧୃବିକରଣ ରାଜନୀତି କରୁଛନ୍ତି । ଏହା ଗଣତନ୍ତ୍ର ଏବଂ ଜୀବନ- ଜୀବିକା ର ଅଧିକାର ପାଇଁ ସବୁଠାରୁ ବଡ଼ ବିପଦ।ରଜ୍ୟରେ ସାମାଜିକ ନ୍ୟାୟ,ଧର୍ମନିରପେକ୍ଷତା ଏବଂ ଗଣତାନ୍ତ୍ରିକ ରାଜନୀତି ପାଇଁ ବିଜେପି – ବିଜେଡ଼ି କୁ ନୂଆପଡା ଭୋଟର ମାନେ ନିର୍ଣ୍ଣାୟକ ଭାବେ ପରାସ୍ତ କରିବା ପାଇଁ ଏବଂ ମାଟିର ମଣିଷ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ହାତ ଚିହ୍ନ ରେ ଭୋଟ ଦେବା ପାଇଁ ସି ପି ଆଇ (ଏମ୍) ତରଫ ରୁ ଆହ୍ବାନ ଦିଆଯାଇଛି ।

Leave a Reply

Your email address will not be published. Required fields are marked *