କଟକରେ ପୁରୁଣା ଆପାର୍ଟମେଣ୍ଟ ଭୁଶୁଡ଼ି ତିନି ଜଣଙ୍କର ମୃତ୍ୟୁ
କଟକ: ଏକ ଭୟଙ୍କର ଘଟଣାରେ, କଟକର ବକ୍ସି ବଜାରର ମଣିସାହୁ ଛକ ପୁରୁଣା ଆପାର୍ଟମେଣ୍ଟର ବାଲକୋନି ଏକ ଛୋଟ ଆଜବେଷ୍ଟସ୍ ଛାତ କୋଠରୀ ଉପରେ ପଡ଼ିଗଲା, ଯେଉଁଥିରେ ଜଣେ ପାଞ୍ଚ ବର୍ଷର ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଏସସିବି ମେଡିକାଲ କଲେଜର ଡାକ୍ତର ଠାରୁ ସୂଚନା ମିଳିଛି।କଟକର ବକ୍ସି ବଜାରର ମଣିସାହୁ ଛକ ନିକଟରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ଅନ୍ୟ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି।ମୃତକମାନଙ୍କୁ ଚିକିତ୍ସା ପାଇଁ ଏସସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲ କୁ ପଠାଯାଇଥିଲା, ଯେଉଁଠାରେ ଅବଦୁଲ୍ ମୁଜାହିଦ୍ (5), ଅବଦୁଲ୍ ଜଲିଲ୍ ଏବଂ ଅବଦୁଲ୍ ଜାହିଦ୍ ନାମକ ତିନି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେମାନେ ସମସ୍ତେ ଗୋଟିଏ ପରିବାରର।ଅନ୍ୟ ଦୁଇ ଆହତ ବ୍ୟକ୍ତି ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
