ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜନ ସମ୍ପର୍କ ସମ୍ମାନ ରେ ସମ୍ମାନିତ
l ବୌଦ୍ଧ –ଜନତାଙ୍କୁ ଯୋଡିବାର ଏକ ବଳିଷ୍ଠ ମାଧ୍ୟମ ହେଉଛି ଜନସମ୍ପର୍କ l ଏହି ପରିପ୍ରେକ୍ଷୀରେ ଜନ ସମାଜ ର ବିକାଶ ସହିତ ସକାରତ୍ମକ ପରିବେଶ ସୃଷ୍ଟି କରି ନିଜ ବିଭାଗ କୁ ଆଗେଇ ନେବାର ଲକ୍ଷ୍ୟ ରଖିଛନ୍ତି ବୌଦ୍ଧ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରିତାକାନ୍ତି ବଳିୟାର ସିଂହ l ଦୀର୍ଘ ବର୍ଷ ଧରି ଏ କ୍ଷେତ୍ର ରେ ସେ ନିଜର ଦକ୍ଷତା, ପାରଦର୍ଶିତା ପ୍ରତିପାଦନ ସହ ସମସ୍ତ କାର୍ଯ୍ୟ ସଠିକ ଢଙ୍ଗ ରେ କରି ଆସୁଛନ୍ତି l ସବୁ ସମୟରେ ସମସ୍ତ ବର୍ଗ ର ଲୋକଙ୍କ ସହ ରହି ଯେ କୌଣସି ପରିସ୍ଥିତି ରେ ବି ନିଜକୁ ଶୃଙ୍ଖଳିତ ରଖି ନିଜ କର୍ତ୍ତବ୍ୟ କୁ ସଫଳତା ର ସହ ସମ୍ପାଦିତ କରିବାରେ ସକ୍ଷମ ହୋଇପାରିଛନ୍ତି l ତାଙ୍କର ରଚନାତ୍ମକ କାର୍ଯ୍ୟ ଏବଂ ଶ୍ରେଷ୍ଠ ଯୋଗାଯୋଗ କୌଶଳ ତାଙ୍କୁ ସଫଳତାର ଶୀର୍ଷ ରେ ପହଞ୍ଚାଇ ପାରିଛି l
ବୃହତ୍ତର ସମାଜ, ଅନୁଷ୍ଠାନ, ସମସ୍ତ ବିଭାଗ ପ୍ରତି ତାଙ୍କର ମହତ ଯୋଗଦାନ କୁ ସମ୍ମାନ ଜଣାଇ ବିଶ୍ୱ ଜନସମ୍ପର୍କ ଦିବସ -2024 ପାଳନ ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ ଏକ ଉତ୍ସବରେ ତାଙ୍କୁ ଜନସମ୍ପର୍କ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଛି l ଏହି ସମ୍ମାନ ପାଇବା ପରେ ତାଙ୍କର ପ୍ରତିକ୍ରିୟା ନିଆଯାଇଥିଲା l ସେ ଏହି ସମ୍ମାନ ର ସମସ୍ତ ଶ୍ରେୟ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦେଇଥିଲେ l ସେମାନଙ୍କ ସଦିଚ୍ଛା, ସହାନୁଭୂତି, ଆନ୍ତରିକତା ଏବଂ ସହଯୋଗ ଫଳରେ ସେ ଏହି ସମ୍ମାନ ର ଅଧିକାରିଣୀ ହେଲେ ଏବଂ ଏହା ର ସମସ୍ତ ଶ୍ରେୟ ସେ ବୌଦ୍ଧ ଜ଼ିଲ୍ଲା ର ସମସ୍ତ ସାମ୍ବାଦିକ ଙ୍କୁ ଦେଇଛନ୍ତି l ବୌଦ୍ଧ ଜ଼ିଲ୍ଲା ରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ସେ ତିନି ବର୍ଷ ଦୁଇ ମାସ କାର୍ଯ୍ୟ କରିବା ମଧ୍ଯରେ ସେ ସମସ୍ତ ବ୍ଲକ ସ୍ତରୀୟ ,ଜ଼ିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ,ଶିକ୍ଷାନୁଷ୍ଠାନ ର ଶିକ୍ଷକ, ଶିକ୍ଷୟିତ୍ରୀ, ଆଇନଜୀବି,ବୁଦ୍ଧିଜୀବୀ,ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା, ଜନସାଧାରଣ ସର୍ବୋପରି ଗ୍ରାମାଞ୍ଚଳ , ବ୍ଲକ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ବାଦିକ ମାନଙ୍କ ସହଯୋଗ ପାଇଛନ୍ତି ଏବଂ ଆଗକୁ ମଧ୍ୟ ଏହି ସହଯୋଗ ଏହିଭଳି ରହିଥାଉ ବୋଲି ସେ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି । ଏଥି ସହିତ ନିଜ କର୍ଯ୍ୟାଳୟ ର ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l
ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ, ସୁବର୍ଣ୍ଣପୁର
ଇଷ୍ଟର୍ନ ପ୍ରେସ ଏଜେନସି ( ଇପିଏ ନିଉଜ )