November 28, 2025
Home » ପୁରୀ ଭୁବନେଶ୍ବର ୩୧୬ ନମ୍ୱର୍ ଜାତୀୟ ରାଜପଥ ଏବେ ଯାତ୍ରୀ ଙ୍କ ପାଇଁ ମରଣଯନ୍ତା

ପୁରୀ ଭୁବନେଶ୍ବର ୩୧୬ ନମ୍ୱର୍ ଜାତୀୟ ରାଜପଥ ଏବେ ଯାତ୍ରୀ ଙ୍କ ପାଇଁ ମରଣଯନ୍ତା

0
WhatsApp Image 2025-11-14 at 12.28.29 PM

ପୁରୀ ଭୁବନେଶ୍ବର ୩୧୬ ନମ୍ୱର୍ ଜାତୀୟ ରାଜପଥ ଏବେ ଯାତ୍ରୀ ଙ୍କ ପାଇଁ ମରଣଯନ୍ତା ପାଲଟିଛି। ପ୍ରତିଦିନ ଛୋଟ ବଡ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଅନେକ ଲୋକ ଙ୍କ ଜୀବନ ହାନି ହେଉଚି। ଜାତୀୟ ରାଜପଥ ର ଡିଭାଇଡ ରେ ବେଆଇନ କଟ, ରାସ୍ତା ରେ ଖାଲଖମା, ଗୁରୁତ୍ବପୁର୍ଣ ଛକ ଗୁଡିକ ରେ ଅନ୍ଧାର ଓ ଜାତୀୟ ରାଜପଥ ରେ ସୂଚନା ଫଳକ ନ ରହିବା ଯୋଗୁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ରେ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଚି। ମୁଖତ ସମଜାଜପୁର ଓଭର ବ୍ରିଜ ଠାରୁ ମାଳତୀପାଟପୁର ପର୍ଯ୍ୟନ୍ତ ରାସ୍ତା ବ୍ଲାକ ସ୍ପଟ୍ ପାଲଟିଛି। ପ୍ରତିଦିନ ଏହି ରାସ୍ତାରେ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହେଉଥିବା ବେଳେ ଅନେକ ଲୋକ ଙ୍କ ମୃତ୍ୟୁ ବି ହେଉଚି। ଜାତୀୟ ରାଜପଥ ରେ ଥିବା ବେଆଇନ କଟ କୁ ବନ୍ଦ କରିବା, ଜାତୀୟ ରାଜପଥ ରେ ସାଇନଏଜ ତଥା ସୂଚନା ଫଳକ ଲଗାଇବା, ରାସ୍ତା ରେ ଥିବା ଖାଲଖମା କୁ ମରାମତି ସହିତ ଗୁରୁତ୍ୱପୂର୍ଣ୍ଣ ଛକ ଗୁଡିକ ରେ ଆଲୋକ ବ୍ୟବସ୍ଥା କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ପୁରୀ ସହର ର ବୁଦ୍ଧିଜୀବି ଓ ସାମାଜିକକର୍ମୀ ଅବଗତ କରାଇବା ସତ୍ତ୍ୱେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାକୁ ଶୁଣୁ ନଥିବା ଅଭିଯୋଗ ହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁ ୩୧୬ ନମ୍ୱର୍ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବି ଓ ସାମାଜିକକର୍ମୀ। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଥିବା ବେଳେ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ପୁରୀ କୁ ସଡ଼କ ପଥରେ ଆସୁଚନ୍ତି । ହେଲେ ଜାତୀୟ ରାଜପଥ ରେ ବ୍ୟାପକ ତ୍ରୁଟି ଯୋଗୁଁ ଅନେକ ଯାତ୍ରୀ ସଡ଼କ ଦୁର୍ଘଟଣା ସମ୍ମୁଖୀନ ହୋଇ ଆହତ ହେଉଥିବା ବେଳେ ମୃତ୍ୟୁ ବରଣ ମଧ୍ୟ କରୁଚନ୍ତି। ଜାତୀୟ ରାଜପଥ ର ଉନ୍ନତି କରଣ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି । ସେହିପରି ପୁରୀ କୁ ଆସୁଥିବା ଯାତ୍ରୀ ଙ୍କ ଠାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଟୋଲ ମଧ୍ୟ ନେଉଛନ୍ତି। ହେଲେ ଯାତ୍ରୀ ଙ୍କ ସୁରକ୍ଷା ପାଇଁ ଜାତୀୟ ରାଜପଥ ରେ ଉନ୍ନତି କରଣ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେବା ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବି ମତ ରଖିଛନ୍ତି। ଯଦି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ଭଳି ଅବହେଳା କରିବେ ବାଧ୍ୟ ହୋଇ ପୁରୀ ବାସିନ୍ଦା ଏହାର ପ୍ରତିବାଦ ପାଇଁ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ଏନ୍ ଏଚ ଆଇ କୁ ଚେତାବନୀ ଦେଇଛନ୍ତି ବୁଦ୍ଧିଜୀବି।

ପୁରୀ ସହର ବାସିନ୍ଦା ତଥା ସାମାଜିକକର୍ମୀ ବଦ୍ରି ମିଶ୍ର ନିଜ କୁହନ୍ତି, ପୁରୀ ଭୁବନେଶ୍ଵର ଜାତୀୟ ରାଜପଥ ପଥରେ ଦୁର୍ଘଟଣା ବୃଦ୍ଧି ପାଇବାରେ। ହେଲେ ହେଲେ ଦୁର୍ଭାଗ୍ୟର କଥା ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଜର କର୍ତ୍ତବ୍ୟ ସଠିକ୍ ଢଙ୍ଗରେ ତୁଲାଉନାହାନ୍ତି। ଦୁର୍ଘଟଣାଗ୍ରସ୍ତ ଲୋକ ଙ୍କୁ ସହାୟତା କରିବା ପାଇଁ ଜାତୀୟ ରାଜପଥ ରେ ଯଥେଷ୍ଟ ଆମ୍ବୁଲାନ୍ସ ବ୍ୟବସ୍ଥା ନାହିଁ। ଅଥଚ ଅନ୍ୟ ରାଜ୍ୟ ରେ ଜାତୀୟ ରାଜପଥ ରେ ପ୍ରତି ୧୦ କିଲୋମିଟର ରେ ଗୋଟିଏ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି। ଆହତ ପଶୁ ଙ୍କୁ ଉଦ୍ଧାର ପାଇଁ ମଧ୍ୟ ଜାତୀୟ ରାଜପଥ ରେ କୌଣସି ବ୍ୟବସ୍ଥା ନାହିଁ। ଜାତୀୟ ରାଜପଥ ଡିଭାଇଡରେ ବହୁ ବେଆଇନ କଟ ହୋଇଛି। ଫଳରେ ଉକ୍ତ କଟ ଦେଇ ଲୋକ ଯାତାୟାତ କରିବା ବେଳେ ଧ୍ରୁତ ଗତିରେ ଆସୁଥିବା ଗାଡି ରେ ମାଡ ହୋଇ ଦୁର୍ଘଟଣା ଘଟି ଲୋକେ ମୃତ୍ୟୁ ବରଣ କରୁଚନ୍ତି। ବେଆଇନ କଟ ବନ୍ଦ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି। ରାସ୍ତା ରେ ଖାଲ ଯୋଗୁ ଅନେକ ସମୟ ରେ ଦୁର୍ଘଟଣା ହେଉଚି। ହେଲେ ବର୍ଷକୁ ଥରେ ରଥଯାତ୍ରା ଆସିଲେ ରାସ୍ତା ଉପର ଠାଉରିଆ ମରାମତି କରାଯାଉଛି । ଜାତୀୟ ରାଜପଥ ରେ ହରେକୃଷ୍ଣପୁର ଛକ ରୁ ହୋଇ ଥିବା ସି ବିଚ୍ ନୁଆ ବାଇପାସ ରାସ୍ତାରେ ଅନେକ ସ୍ଥାନ ରେ ଆଲୋକ ବ୍ୟବସ୍ଥା ନାହିଁ । ଫଳରେ ଅନ୍ଧକାର ଯୋଗୁ ଦୁର୍ଘଟଣା ଘଟୁଛି। ଲୋକ ଙ୍କ ପାଇଁ ଯଦି ଜାତୀୟ ରାଜପଥ କର୍ତ୍ତୃପକ୍ଷ କୌଣସି ସୁବିଧା କରିବେନି କାହିଁକି ଲୋକ ଙ୍କ ଠାରୁ ଟୋଲ ଆଦାୟ ହେଉଚି। ଜାତୀୟ ରାଜପଥ ରେ ବ୍ୟାପକ ଅବ୍ୟବସ୍ଥା ଯୋଗୁ ପୁରୀ ଆସୁଥିବା ଯାତ୍ରୀ ମାନେ ସବୁଦିନ ଦୁର୍ଘଟଣା ର ଶିକାର ହେଉଛନ୍ତି । ତେବେ ଏହି ଅବହେଳା କୁ ଲୋକେ ବରଦାସ୍ତ କରିବେନି। ତୁରନ୍ତ ପୁରୀ ଜିଲାପାଳ, ବିଭାଗୀୟ ମନ୍ତ୍ରୀ ଏ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚାନା କରି ପୁରୀ ଭୁବନେଶ୍ଵର ଜାତୀୟ ରାଜପଥ ର ଉନ୍ନତି କରନ୍ତୁ। ନହେଲେ ଲୋକେ ବାଧ୍ୟ ହୋଇ ଆନ୍ଦୋଳନ କୁ ଓଲ୍ଜାଇବେ।ପୁରୀ ସହର ର ବୁଦ୍ଧିଜୀବି ଚକ୍ରଧର ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ଭୁବନେଶ୍ବର ଜାତୀୟ ରାଜପଥ ହରେକୃଷ୍ଣପୁର ଛକ ରୁ ସି ବିଚ୍ କୁ ନୁଆ ବାଇପାସ ରାସ୍ତା ରେ ସବୁଦିନ ଦୁର୍ଘଟଣା ହେଉଚି। ଅନେକ ଲୋକ ଙ୍କ ମୃତ୍ୟୁ ହେଉଚି। ରାସ୍ତାରେ ଆଲୋକ ବ୍ୟବସ୍ଥା ନାହିଁ। ଅନ୍ଧାର ଯୋଗୁ ଲୋକେ ଦୁର୍ଘଟଣା ସମ୍ମୁଖୀନ ହେଉଛନ୍ତି। ଜାତୀୟ ରାଜପଥ ରେ ଅନେକ ବେଆଇନ କଟ ରହିଚି। ଯେଉଁ ପଟେ ଲୋକେ ଯାତାୟାତ କରୁଥିବା ବେଳେ ଅସାବଧାନତା ଯୋଗୁ ରାସ୍ତା ରେ ଆସୁଥିବା ଧ୍ରୁତ ଗତିର ଗାଡ଼ି ସହିତ ଦୁର୍ଘଟଣା ହୋଇ ମୃତ୍ୟୁ ବରଣ କରୁଛନ୍ତି। ଏଣୁ ବେଆଇନ କଟ ବନ୍ଦ ସହ ଲୋକ ଙ୍କୁ ସଚେତନତା କରାଯିବ ଜରୁରୀ। କେତେକ ରାସ୍ତା ରେ ଲୋକ୍ ଯାତାୟାତ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ କଟ କରାଯାଇଥିବା ବେଳେ ସେଠାରେ ସୂଚନା ଫଳକ ନାହିଁ। ଫଳରେ ଅନେକ ଗାଡ଼ି ଚାଳକ ଜାଣିନପାରି ରାସ୍ତା ପାର ହେଉଥିବା ଲୋକ ଙ୍କ ସହ ଦୁର୍ଘଟଣା ହେଉଚି। ରାସ୍ତା ଉପରେ ଗୋରୁ ଙ୍କୁ ହଟାଯାଉ। ରାସ୍ତା ଗୁଡ଼ିକ ମରାମତି ସହ ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାହେଲେ ଦୁର୍ଘଟଣା ହ୍ରାସ ପାଇବ।

ପୁରୀ ଭୁବନେଶ୍ବର ଜାତୀୟ ରାଜପଥ ୩୧୬ ରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଗତ ୨୦୨୩ ମସିହାରେ ୩୩୦ ଟି ଦୁର୍ଘଟଣା ରୁ ୧୬୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦୨୪ ମସିହାରେ ୩୫୦ ରୁ ଅଧିକ ଦୁର୍ଘଟଣା ରେ ୨୦୦ ରୁ ଅଧିକ ଲୋକ ମୃତ୍ୟୁ ହୋଇଚି। ଜାତୀୟ ରାଜପଥ ରେ ଥିବା ଡିଭାଇଡର ରେ ବେଆଇନ କଟ ହେବା, ରାସ୍ତା ରେ ଥିବା ବିଭିନ୍ନ କଟ ଗୁଡ଼ିକ ରେ ସୂଚନା ଫଳକ ନ ଲାଗିବା, ମୁଖ୍ୟ ଛକ ଜାଗା ଗୁଡ଼ିକ ଅନ୍ଧାର ରେ ରହିବା, ରାସ୍ତା ଖାଲଖମା ରହିବା, ରାସ୍ତା ଉପରେ ଗୋରୁଗାଈ ଶୋଇ ରହିବା କାରଣରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ବିଶେଷ କରି ରୋଡ ଡିଭାଇଡର ରେ ଲୋକ ମାନେ ବେଆଇନ କଟ୍ କରି ରାସ୍ତା ମଝିରେ ଅଚାନକ ଯାତାୟାତ କରୁଥିବାରୁ ରାସ୍ତାରେ ଧ୍ରୁତ ଗତିରେ ଆସୁଥିବା ଗାଡି ନିୟନ୍ତ୍ରଣ ହରାଇ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ରାସ୍ତା ରେ ଥିବା ବେଆଇନ କଟ ବନ୍ଦ କରିବା, ଦୁର୍ଘଟଣା ଲୋକ ଙ୍କୁ ଉଦ୍ଧାର ପାଇଁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ବ୍ୟବସ୍ଥା ସହିତ ରାସ୍ତାରେ ଆଲୋକି କରଣ ସହ ସୂଚନା ଫଳକ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଲଗାଇବା ପାଇଁ ବୁଦ୍ଧିଜୀବି ଦାବି କରିଛନ୍ତି।

ପୁରୀ ସହର ର ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ ନିଜ ପ୍ରତିକ୍ରିୟାରେ କୁହନ୍ତି, ଏନ୍ ଏଚ ଆଇ ର ନିୟମ ଅନୁସାରେ ରାସ୍ତା ଗୁଡ଼ିକ ଖାଲ ଖମା ରହିବ ନାହିଁ । ଜାତୀୟ ରାଜପଥ ରେ ଟ୍ରାଫିକ ସୁପରିଚାଳନା ପାଇଁ ସୂଚନା ଫଳକ ଓ ସିଗନାଲ ଲାଇଟ୍ ବ୍ୟବସ୍ଥା ରହିବ। ରାସ୍ତା ରେ ଥିବା କଟ ଗୁଡ଼ିକ ରେ ସିଗନାଲ ଲାଇଟ୍ ଲଗାଯାଇ ଯାତ୍ରା ଙ୍କୁ ସୂଚନା ପ୍ରଦାନ କରାଯିବ। ଏ ଦ୍ଵାରା ଲୋକ ମାନେ ସୁରକ୍ଷିତ ଭାବେ ଯାତାୟାତ କରିପାରିବେ। ତେବେ ପୁରୀ ଭୁବନେଶ୍ଵର ଜାତୀୟ ରାଜପଥ ରେ ଏ ନେଇ ଅନେକ ଅବ୍ୟବସ୍ଥା ରହିଚି। ରାସ୍ତା ମରାମତି ହେଉନାହିଁ। ଅନେକ ବେଆଇନ କଟ ରହିଚି। ଯେଉଁଠି କଟ ରହୁଚି ସେଠାରେ ସୂଚନା ଫଳକ ନାହିଁ। ଏହି ସବୁ ଅବହେଳା ପାଇଁ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଅନେକ ଚାଳକ ଜାତୀୟ ରାଜପଥ ର ନିୟମ ଅବଗତ ନାହାନ୍ତି। ଏ ନେଇ ଏନ୍ ଏଚ ଆଇ ପକ୍ଷରୁ ସଚେତନତା କରାଯିବା ଆବଶ୍ୟକତା। ଏହା ହେଲେ ଜାତୀୟ ରାଜପଥ ରେ ସଡକ ଦୁର୍ଘଟଣା ଉପରେ ନିୟନ୍ତ୍ରଣ ହୋଇ ପାରିବ। କେବଳ ରଥ ଯାତ୍ରା ଆସିଲେ କିଛି ଉପର ଠାଉରିଆ କାର୍ଯ୍ୟ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଚୁପ୍ ବସିଯାଉଛନ୍ତି। ତେବେ ଆମେ ଦାବି କରୁଚୁ ଲୋକ ଙ୍କ ସୁରକ୍ଷା ପାଇଁ ନିୟମ ରହିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାକୁ ବର୍ଷ ସାରା କାର୍ଯ୍ୟକାରି କରନ୍ତୁ।ଭୁବନେଶ୍ଵର ରେ ଥିବା ଜାତୀୟ ରାଜପଥ ବିଭାଗର ଜେନେରାଲ ମ୍ୟାନେଜର ପ୍ରୋଜେକ୍ଟ ଡିରେକ୍ଟର ସୁରଜ୍ କୁମାର ସିଂ ଫୋନ୍ ଯୋଗେ ଈଟିଭି ଭାରତ କୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ପୁରୀ ଭୁବନେଶ୍ଵର ଜାତୀୟ ରାଜପଥ ରେ ଅନେକ ସ୍ଥାନରେ ବେଆଇନ କଟ ରହିଚି। ଆମେ ସେଗୁଡିକୁ ବନ୍ଦ କରି ମେଡିଆନ ଲଗାଇଚୁ। କେତେକ ସ୍ଥାନରେ ସ୍ଥାନୀୟ ଲୋକେ ଏହାକୁ ନ ମାନି ରାସ୍ତା ରେ କଟ କରିଦେଉଚନ୍ତି। ଯେଉଁ ସ୍ଥାନରେ ଲୋକ ଙ୍କ ଚଳ ପ୍ରଚଳ ରହିଚି ସେହି ସ୍ଥାନ ରେ କଟ ରଖାଯାଏ। ତେବେ ଆମେ ଡିଭାଇଡର କେତେକ ସ୍ଥାନରେ ବେଆଇନ କଟ ବନ୍ଦ କରିପାରିଚୁ। ହେଲେ କେତେକ ସ୍ଥାନରେ ସ୍ଥାନୀୟ ଲୋକ ଙ୍କ ବିରୋଧ ଯୋଗୁଁ କିଛି ଜାଗାରେ ଆମେ କଟ ବନ୍ଦ କରିବାରେ ସଫଳ ହୋଇନୁ। କଟ ବନ୍ଦ ପାଇଁ ଉଦ୍ୟମ ହେଲେ ସ୍ଥାନୀୟ ଲୋକ ଙ୍କ ବିରୋଧ ର ସମ୍ମୁଖୀନ ହେଉଛୁ। ତେବେ ଏ ଆମେ ପୋଲିସ ର ସହଯୋଗ ନେଉଛୁ। ଆଗାମୀ ଦିନରେ ବେଆଇନ କଟ ଗୁଡ଼ିକୁ ବନ୍ଦ ପାଇଁ ଚେଷ୍ଟା କରିବୁ। ତେବେ ନିୟମ ଅନୁସାରେ କେବଳ ଯେଉଁ ସ୍ଥାନରେ ଫ୍ଲାଏ ଓଭୋର ବ୍ରିଜ ଥାଏ, ଯେଉଁ ସ୍ଥାନରେ ଲୋକ ମାନେ ଅଧିକ ଯାତାୟାତ କରିଥାନ୍ତି ସେହି ଅଞ୍ଚଳ ରେ ଜାତୀୟ ରାଜପଥ ବିଭାଗ ଆଲୋକ ବ୍ୟବସ୍ଥା କରିଥାଏ। ଲୋକଙ୍କ ଅନୁରୋଧ କୁ ବିଚାର କରି କିଛି ସ୍ଥାନରେ ଆମେ ଆଲୋକ ବ୍ୟବସ୍ଥା ମଧ୍ୟ କରିଥାଉ।ତେବେ ପୁରୀ ଭୁବନେଶ୍ଵର ଜାତୀୟ ରାଜପଥ ରେ ଯେଉଁ ଅଂଚଳ ରେ ଆମ ଲାଇଟ୍ ଖରାପ ରହିଚି ସେଗୁଡିକୁ ଆମେ ଖୁବ୍ ଶୀଘ୍ର ଠିକ୍ କରିଦେବୁ। ରାସ୍ତା ର ମରାମତି କାର୍ଯ୍ୟ ମଧ୍ୟ କରାଯିବ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *