December 27, 2025
Home » ସୁବର୍ଣ୍ଣ ଲୋକ ମହୋତ୍ସବ ଜାନୁଆରୀ 7 ରୁ 11 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

ସୁବର୍ଣ୍ଣ ଲୋକ ମହୋତ୍ସବ ଜାନୁଆରୀ 7 ରୁ 11 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

0
WhatsApp Image 2025-11-14 at 1.59.41 PM

 

ସୁବର୍ଣ୍ଣପୁର — ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ୨୦୨୬ ଆସନ୍ତା ଜାନୁୟାରୀ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରାମେଶ୍ବର ଷ୍ଟାଡିୟମ ଠାରେ ଆୟୋଜିତ ହେବ l ଏ ନେଇ ଗୁରୁବାର ଦିନ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଅଫିସ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଡ.ନୃପରାଜ ସାହୁ ଙ୍କ ସଭାପତିତ୍ବ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l

ଏହି ସଭା ରେ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର, ନାରାୟଣ ନାଏକ, ଅତିରିକ୍ତ ଜିଲ୍ଲାପାଳ,( ରାଜସ୍ବ ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ( ସାଧାରଣ ) ସୁବର୍ଣ୍ଣପୁର ଅଞଳୀନା ପଧାନ ଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର ,ସହର ର ସମସ୍ତ ସ୍ବେଛାସେବୀ ଅନୁଷ୍ଠାନର କର୍ମ କର୍ତ୍ତା, ସ୍କୁଲ କଲେଜ କର୍ତ୍ତୃପକ୍ଷ, ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ ସଂଘର ସଦସ୍ୟ , ଜିଲ୍ଲା ସାଂସ୍କୃତିକ ସମିତି,ସମସ୍ତ ବ୍ଲକ୍ ସାଂସ୍କୃତିକ ସମିତିର ସଦସ୍ୟ, ସଦସ୍ୟା ସଭାପତି,ସମ୍ପାଦକ ଯୋଗ ଦେଇ ଏହି ଉତ୍ସବ କୁ ଅତ୍ୟନ୍ତ ଜାକଜମକ ରେ ଶାନ୍ତି ଶୃଙ୍ଖଳା ଓ ସଫଳ ଭାବେ ପରିଚାଳନା ପାଇଁ ବିଭିନ୍ନ ସୁଚିନ୍ତିତ ମତାମତ ରଖିଥିଲେ l ବିଶେଷ କରି ଆରମ୍ଭ ଦିନ ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ମନ୍ଦିର ରୁ ମଶାଲ ଶୋଭାଯାତ୍ରା ବେଳେ ଅନ୍ୟୁନ୍ୟ ୧୦୦୦ ରୁ ଉର୍ଦ୍ଧ୍ବ କଳାକାର ମାନଙ୍କୁ ନେଇ ଥିଏଟର ମାର୍ଚ୍ଚ କରିବାସହ ମେଳା ପରିସରରେ ଫୁଡ୍ କୋର୍ଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ରାଜ୍ୟ ଓ ରାଜ୍ୟ ବାହାର ର କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ଗୋରେଖନାଥ ସାହୁ, ଦିଲୀପ ପାତ୍ର, ଶାଶ୍ଵତ ତ୍ରିପାଠୀ, ପର୍ଶୁରାମ ମିଶ୍ର,ମନୋରଞ୍ଜନ ତ୍ରିପାଠୀ, ସଞ୍ଜୟ ସାହୁ, ସୌରଭ ରଞ୍ଜନ ଖମାରୀ,ଅନିରୁଦ୍ଧ କୁରକୁରିଆ, ବେଣୀ ମାଧବ ବେଦବାକ, ଚୌଧୁରୀ ବିଭାର, ରତନ ପଟ୍ଟନାୟକ, ଗୋବିନ୍ଦ ମହାରଣା ପ୍ରମୁଖ ମହୋତ୍ସବର ସୁପରିଚାଳନା ପାଇଁ ସେମାନଙ୍କର ସୁଚିନ୍ତିତ ମତ ପ୍ରକାଶ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *