ମାୟାବର୍ହା ହାଇସ୍କୁଲ ରେ ଶିଶୁ ଦିବସ ପାଳିତ l
ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡ.ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ରେ ଶିଶୁ ଦିବସ ପାଳିତ ହୋଇ ଯାଇଛି l ପ୍ରାମ୍ଭରେ ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଗୁରୁ ତଥା ସଙ୍ଗୀତକାର ଭରତ ନାଗ ଶିଶୁ ଦିବସ ର ମର୍ଯ୍ୟାଦା ଛାତ୍ରଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।ସଭାକୁ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ନନ୍ଦିଘୋଷ ବାରିକ, ସମ୍ପଦ ଖମାରୀ, କିରଣ ପୁଟେଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଛାତ୍ରୀ ପୂଜାରାଣୀ ଦୀପ, ଆଭା ସାହୁ , ପ୍ରୀତି ପଧାନ , ଶ୍ରୀମୟୀ ସେଠ୍ ଓ ଛାତ୍ର ଆକାଶ ସାହୁ , ଶ୍ରୀତମ ବାଗ ଶିଶୁ ଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ନବମ ଶ୍ରେଣୀର ଛାତ୍ରୀ ପାୟଳ ବିଶ୍ୱକର୍ମା ଓ ଆୟୁସୀ ନାଏକ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ନବମ ଶ୍ରେଣୀର ଛାତ୍ରୀ ଶ୍ରୀମୟୀ ସେଠ୍ ଓ ଦିପ୍ତୀଶିଖା ବାଗ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରିଥିବା । ସଂସ୍କୃତ ଶିକ୍ଷକ ରାଜୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଭିଷଣ ଖମାରୀ, ମୀନକେତନ ଦାସ , ସୁରଜ ଖମାରୀ , ସମୀର କଠାର, ସୂର୍ଯ୍ୟକାନ୍ତି କାଣ୍ଡ , ସୌଭାଗିନୀ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
