ଜବାହରଲାଲ ଟ୍ରଷ୍ଟ ପକ୍ଷରୁ ମେଗା ରକ୍ତଦାନ ଶିବିରରେ ୧୧୭ ୟୁନିଟ ରକ୍ତ ସଂଗୃହିତ।
ପାରାଦ୍ୱୀପ -ପାରାଦ୍ୱୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଣ୍ଡିତ ଜବାହରଲାଲ ନେହେରୁ ଟ୍ରଷ୍ଟ ପକ୍ଷରୁ ନଭେମ୍ବର ମାସ ୧୪ ତାରିଖ ଶୁକ୍ରବାର ଦିନ ନୂଆବଜାର ସ୍ଥିତ ପୋର୍ଟ କ୍ଳବ ପରିସରରେ ପଣ୍ଡିତ ନେହେରୁଙ୍କ ଜନ୍ମଦିନ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ପାରାଦ୍ୱୀପ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ବାଳ ଓ ସମ୍ମାନିତ ଅତିଥି ଜେ ଏସ ଡବ୍ଲୁ ଉପ ସଭାପତି,ଶ୍ରୀଯୁକ୍ତ ଡି କେ ସିହ୍ନା ଓ ଅତିରିକ୍ତ ଉପ ସଭାପତି ଶ୍ରୀଯୁକ୍ତ ଏସ କେ ପଟ୍ଟନାୟକ,ପାରାଦ୍ୱୀପ ବନ୍ଦର ଡେପୁଟି ଟ୍ରାଫିକ ମ୍ୟାନେଜର ଶ୍ରୀମନ ନାରାୟଣ ମିଶ୍ର ଓ ଲେଖିକା ହାରାମଣି ମହାପାତ୍ର ପ୍ରମୁଖ ଶିବିରକୁ ଉଦ୍ଘାଟନ କରିଥିଲେ।

ସର୍ବ ମୋଟ ୧୧୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ସମସ୍ତ ରକ୍ତଦାତା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଏହି ଶିବିର ଆୟୋଜନ ଓ ପରିଚାଳନା କରିଥିଲେ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ନିରଞ୍ଜନ ନାୟକ, ଟ୍ରଷ୍ଟି କେଦାର ବିଶ୍ୱାଳ, ଧ୍ରୁବ ଚରଣ ମହାପାତ୍ର, ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ପ୍ରଧାନ,ତ୍ରିନାଥ ମହାନ୍ତି, ଜ୍ୟୋତି ରଞ୍ଜନ ଦାସ, ପଦ୍ମ ସମ୍ଭୂତ ମହାନ୍ତି, କୃପାସିନ୍ଧୁ ଦାସ, ସୁଶାନ୍ତ କୁମାର ବାରିକ, ଚନ୍ଦ୍ର ଶେଖର ମହାପାତ୍ର, ସୁନାକର ସେଠୀ, ବିଜୟ କୁମାର ସେଠୀ, ମନୋଜ ପ୍ରଧାନ, ଧରିତ୍ରୀ ସାମଲ, ବିନତି ପଢ଼ିଆରୀ, ପ୍ରେମଲତା ବାରିକ, କୌଶଲ୍ୟା ମହାନ୍ତି, ସଂଘମିତ୍ରା ସ୍ୱାଇଁ, ପୁଷ୍ପା ଦାସ, ଖୁଲଣା ଜେନା, ପ୍ରତିମା ବାରିକ, ସସ୍ମିତା ମହାନ୍ତି, ଅନିତା ଜେନା, ସୁକାନ୍ତି ପରିଡ଼ା ପ୍ରମୁଖ।।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
