November 19, 2025
Home » ରାଶକ୍ଷେତ୍ର ପାରାଦୀପରେ ମୂଳ ସୋମନାଥ ଜ୍ୟୋତିର୍ଲିଙ୍ଗ ଙ୍କ ଆଗମନ, ଦର୍ଶନ ଓ ପୂଜାର୍ଚ୍ଚନା

ରାଶକ୍ଷେତ୍ର ପାରାଦୀପରେ ମୂଳ ସୋମନାଥ ଜ୍ୟୋତିର୍ଲିଙ୍ଗ ଙ୍କ ଆଗମନ, ଦର୍ଶନ ଓ ପୂଜାର୍ଚ୍ଚନା

0
WhatsApp Image 2025-11-15 at 1.07.26 PM (1)

 

ପାରାଦୀପ – ପରମ ପୁଜ୍ୟ ଶ୍ରୀଶ୍ରୀ ରବିଶଙ୍କରଜୀଙ୍କୁ ପ୍ରାପ୍ତ ଲକ୍ଷ ଲକ୍ଷ ବର୍ଷର ସୋମନାଥ ଜ୍ୟୋତିର୍ଲିଙ୍ଗ ଚଳିତ ମାସ ଗୁରୁବାର ଦିନ ପାରାଦୀପ ନୂଆବଜାର ସ୍ଥିତ ଆର୍ଟ ଅଫ୍ ଲିଭିଙ୍ଗ ଆଶ୍ରମ ପରିସରରେ ପହଞ୍ଚିଥିଲେ। ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ ର ମୁଖ୍ୟ ପରିଚାଳନା ଦାୱିତ୍ଵରେ ଥିବା ସ୍ୱାମୀ ସତ୍ୟଚୈତନ୍ୟ ଜୀଙ୍କ ତତ୍ତ୍ଵାବଧାନରେ ଶ୍ରୀଶ୍ରୀ ଙ୍କ ବୈଦିକ ଧର୍ମସଂସ୍ଥାନ ବୈଦିକ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା । ଦୁଇଶହ ରୁ ଉର୍ଦ୍ଧ୍ବ ଜନସାଧାରଣ ଚନ୍ଦ୍ରଭଗବାନଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ମୂଳ ସୋମନାଥ ଜ୍ୟୋତିର୍ଲିଙ୍ଗ ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ । ଆର୍ଟ ଅଫ ଲିଭିଙ୍ଗ ପାରାଦୀପ ଶାଖାର ସମସ୍ତ ସଭ୍ୟ, ସଭ୍ୟା ଓ ମୁଖ୍ୟ ଦାୟିତ୍ୱରେ ଥିବା ଯୋଗଗୁରୁ ତଥା କଥା ବାଚକ ଶ୍ରୀ ତାପସ ପତିଙ୍କ ଏହି ଭଳି ଏକ ଉଦ୍ୟମ ତଥା ଜଗତସିଂପୁର ର ବିନାୟକ ଲେଙ୍କା ଓ ପାରାଦୀପ ର ଏକ ଶ୍ରୀମତୀ ସୁପ୍ରିୟା ସ୍ୱାଇଁଙ୍କ ସହଯୋଗ ରେ ଏହିଭଳି ଏକ କାର୍ଯ୍ୟକ୍ରମର ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି lମହମ୍ମଦ ଗଜନୀଙ୍କ ଦ୍ଵାରା ବହୁବାର ଗୁଜୁରାଟ ସୋମନାଥ ମନ୍ଦିର ଲୁଣ୍ଠନ ସହ ପରିଶେଷରେ ଜ୍ୟୋତିର୍ଲିଙ୍ଗ ଙ୍କୁ ଭାଙ୍ଗି ଦିଆଯାଇଥିଲା । ସେହି ଖଣ୍ଡ ବିଖଣ୍ଡିତ ଶିବଲିଙ୍ଗ ଙ୍କୁ ସେତେବେଳେ ପୂଜା କରୁଥିବା ଅଗ୍ନିହୋତ୍ରି ବ୍ରାହ୍ମଣ ମାନେ ତାମିଲନାଡୁ କୁ ନେଇ ଆସି ଶିବଲିଙ୍ଗ ର ରୁପଦେଇ ଗୁପ୍ତ ଭାବରେ ବଂଶାନୁକ୍ରମିକ ଭାବେ ପୂଜା କରିଆସୁଥିଲେ ।

୧୯୨୪ ରେ ସେମାନେ କାଞ୍ଚିର ସେତେବେଳର ଶ୍ରୀ ଶଙ୍କରାଚାର୍ଯ୍ୟ ଭଗବାନଙ୍କୁ ସୋମନାଥ ଜ୍ୟୋତିର୍ଲିଙ୍ଗ ଙ୍କ ବିଷୟରେ ପଚାରିବାରୁ ସେ କହିଥିଲେ ଶହେ ବର୍ଷ ପର୍ଯ୍ୟନ୍ତ ଗୁପ୍ତ ଭାବରେ ପୂଜା କରିବେ ଏବଂ ତାପରେ ସମୟ ଆସିଲେ ଜଣେ କର୍ଣ୍ଣାଟକର ର ଶଙ୍କର ନାମଧାରୀ ଅବତାରୀ ଗୁରୁ ଯିଏକି ବର୍ତ୍ତମାନର ବିଶ୍ବପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବି ଶଙ୍କରଙ୍କୁ ପ୍ରଦାନ କରିବା ପାଇଁ । ତାପରେ ପୂଜା କରିଆସୁଥିବା ସେହି ବଂଶର ଅଗ୍ନି ହୋତ୍ରୀ ବ୍ରାହ୍ମଣ ଜାନୁଆରୀ ମାସରେ ବାଙ୍ଗାଲୋର ସ୍ଥିଥ ଆର୍ଟ ଅଫ ଲିଙ୍ଗ ଆନ୍ତର୍ଜାତୀୟ କେନ୍ଦ୍ରରେ ପୂଜ୍ୟ ଗୁରୁଦେବଙ୍କୁ ସେ ମୂଳ ଜ୍ୟୋତିର୍ଲିଙ୍ଗ ଙ୍କୁ ପ୍ରଦାନ କରିଥିଲେ । ସେହି ମୂଳ ସୋମନାଥ ଜ୍ୟୋତିର୍ଲିଙ୍ଗ ଭାରତରେ ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଭକ୍ତ ତଥା ସାଧାରଣ ଜନତାଙ୍କୁ ଦର୍ଶନ ଦେଉଛନ୍ତି । ବର୍ତ୍ତମାନ ସୋମନାଥ ଜ୍ୟୋତିର୍ଲିଙ୍ଗ ଭଗବାନ ଓଡ଼ିଶାରେ ଭ୍ରମଣ କରୁଛନ୍ତି । ପାରାଦୀପ ରେ କାର୍ଯ୍ୟକ୍ରମ ପରେ ଭୁବନେଶ୍ବର,ବାଲେଶ୍ଵର,ବାରିପଦା,ସମ୍ବଲପୁର, ବରଗଡ଼ ଓ ରାଉରକେଲା ଦର୍ଶନ ଦେଇ ବାଙ୍ଗାଲୋର ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରିବାର ସୂଚନା ମିଳିଛି ।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *