November 20, 2025
Home » ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି

ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି

0
WhatsApp Image 2025-11-11 at 9.59.02 PM

 

କଟକ:ପୀତବାସ ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇ ହାଇକୋର୍ଟରେ  କ୍ଷମା ମାଗିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍‌ । ମଙ୍ଗଳବାର ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ଏସପି । ନିସର୍ତ୍ତ କ୍ଷମା ପ୍ରାର୍ଥନା ପରେ ଅଦାଲତା ଅବମାନନା ନଚଳାଇବାକୁ କହିଛନ୍ତି ହାଇକୋର୍ଟ । ମାମଲା ବିଚାରଧୀନ ଥିବା ବେଳେ ଏଭଳି ମନ୍ତବ୍ୟ ନହେବାକୁ କୋର୍ଟ ଏସପିଙ୍କୁ ତାଗିଦ କରିଛନ୍ତି । ଏହାସହ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଡିଜିପିଙ୍କୁ ଅବଗତ କରାଇବାକୁ କୁହାଯାଇଛି ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *