ନୂତନ ବିଦ୍ୟାଳୟ ପ୍ରତିଷ୍ଠା ନେଇ ବିବାଦ
ଫୁଲବାଣୀ: ଶିକ୍ଷା କ୍ଷେତ୍ରରେ ସରକାର ଅନେକ ସଂସ୍କାର କରୁଥିବା ବେଳେ ଅନ୍ୟ ପକ୍ଷରେ ଅନେକ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ପାଞ୍ଚ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବାବେଳେ ପୁନର୍ବାର ଆଉ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଇକିଆ ଠାରେ ଖୋଲିବାକୁ ଅନୁମତି ନେଇ ପ୍ରତିବାଦ ହୋଇଛି। ପୂର୍ବରୁ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ଅଭାବରୁ ଥିବା ସିଟ ପୂରଣ ହେଉନଥିବା ବେଳେ,ଏବଂ ନୂଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ମାନଦଣ୍ଡ ପୂରଣ କରୁ ନଥିଲା ବେଳ ପୁନର୍ବାର କେଉଁ ଆଧାରରେ ଆଉ ଗୋଟିଏ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି, ତାହା ତଦନ୍ତ ସାପେକ୍ଷ।
