December 24, 2025
Home » ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

0
WhatsApp Image 2025-11-17 at 11.38.23 AM

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ସୁବ୍ରତ କୁମାର ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ସଭାରେ ବିନିକା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ରୁ ୪୫୦ ରୁ ଅଧିକ ମତ୍ସ୍ୟଜୀବୀ ଏବଂ ପ୍ରାଣୀ ପାଳକ ତଥା ସ୍ଵୟଂ ସହାୟକ ଗୋଷ୍ଠୀ ଦଳ ର ସଦସ୍ୟା ଅଂଶ ଗ୍ରହଣ କରିଥିଲେ ।ଏତତ୍ ବ୍ୟତୀତ ଉତ୍ସାହୀ ଜନ ସାଧାରଣ, ପଞ୍ଚାୟତ ସମିତିର ସଭ୍ୟ ସଭ୍ୟା, ସରପଞ୍ଚ,ଜିଲ୍ଲା ପରିଷଦ ସଦସ୍ୟ , ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ କର୍ମଚାରୀ, ତାଙ୍କର ସହାୟକ କର୍ମଚାରୀ ସମସ୍ତେ ଉପସ୍ଥିତ ଥିଲେ । ମାନ୍ୟବର ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ମେଳା ଓ ପ୍ରଦର୍ଶନୀ କୁ ଫିତା କାଟି ଉଦଘାଟନ କରିଥିଲେ। ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ମୃତ୍ୟୁଞ୍ଜୟ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭା ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ବିଶ୍ବମ୍ବର ମିଶ୍ର ,ପ୍ରତିନିଧି ମାନ୍ୟବର ସାଂସଦ ବଲାଙ୍ଗୀର , ଶ୍ରୀଯୁକ୍ତ ସୁବାଷ ଭୋଏ ,ଅଧ୍ୟକ୍ଷ ବିନିକା NAC,ଶ୍ରୀଯୁକ୍ତ ଅଶୋକ କୁମାର ପୃଷ୍ଟି , ସରପଞ୍ଚ ସଙ୍କରା , ଶ୍ରୀ ବିଜୟ କୁମାର ସାହୁ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ମଣ୍ଟୁ ଖମାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନିକା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବରେ ଡା.ରଞ୍ଜନ କୁମାର ଦାସ , ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିନିକା ବ୍ଲକର ଚାରି ଜଣ ଅଗ୍ରଣୀ ମତ୍ସ୍ୟ ଚାଷୀ ଏବଂ ଚାରି ଜଣ ପ୍ରାଣୀପାଳକ ଓ କୁକୁଡ଼ା ପାଳନ ତଥା ପଞ୍ଚାୟତ ପୋଖରୀ ରେ ମାଛ ଚାଷ ପାଇଁ ସ୍ଵୟଂ ସହାୟକ ଦଳ ଙ୍କୁ ପୁରସ୍କୃତ କରାଯାଇଥିଲା । ଦୁଇ ଜଣ ପ୍ରାଣୀ ପାଳକ ଓ ଜଣେ ମତ୍ସ୍ୟ ଚାଷୀ ଙ୍କୁ ନୂତନ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।ଏହି ଅବସର ରେ ଚାଷୀ-ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମତ୍ସ୍ୟ ବିଶେଷଜ୍ଞ ଭାବରେ ଗୋଲାପି ବାଡା,ସହକାରୀ ମତ୍ସ୍ୟ ଅଧିକାରୀ, ଡୁଙ୍ଗୁରିପାଲି ଓ ଶ୍ରବଣ କୁମାର କହର୍, ସହକାରୀ ମତ୍ସ୍ୟ ଅଧିକାରୀ, ଉଲୁଣ୍ଡା ଏବଂ ପ୍ରାଣୀ ସମ୍ପଦ ବିଶେଷଜ୍ଞ ଭାବରେ ଡ଼ା. ଦୁର୍ଗା ପ୍ରସାଦ ତ୍ରିପାଠୀ,ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ, ସୋନପୁର ଓ ଡା. କୃଷ୍ଣଚନ୍ଦ୍ର ମହନ୍ତ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ବୀରମହାରାଜପୁର ପ୍ରମୁଖ ଯୋଗ ଦେଇ ଚାଷୀ ଙ୍କୁ ମତ୍ସ୍ୟ ଚାଷ ଓ ପ୍ରାଣୀ ପାଳନ ସମ୍ପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ଦଳଗତ ନୃତ୍ୟ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ପାଲା ଓ କରମସାନୀ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମ ରେ ସରକାରୀ ଯୋଜନା ସମୂହ ର ପ୍ରଚାର ପ୍ରସାର କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷ ରେ ଉତ୍ପାଦନ ବୃଦ୍ଧି କରିବା, ତୃଣମୂଳ ସ୍ତରରେ ଗ୍ରାମୀଣ ଅର୍ଥ ନୀତି ର ବିକାଶ ପାଈଁ ପ୍ରାଣୀ ପାଳନ କୁକୁଡ଼ା ପାଳନ ମତ୍ସ୍ୟ ଚାଷ କିପରି ସହାୟକ ହୋଇପାରିବ । ମତ୍ସ୍ୟ ଚାଷ ମାଧ୍ୟମରେ ସ୍ବାବଲମ୍ବୀ ଚାଷୀ ତଥା ଉଦ୍ୟୋଗୀ ସ୍ରୁଷ୍ଟି କରିବା ଏବଂ ପ୍ରାଣୀ ସମ୍ପଦ କୁ ନିରୋଗ ଏବଂ ନିରାମୟ ରଖିବା।
ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାକୁ ଆୟୋଜନ କରିଥିଲେ ଡ଼ା ଗିରିଜା ଶଙ୍କର ଦାସ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ବିନିକା , ଡା.ଏମ୍. ରମ୍ୟା ପ୍ରାଣୀ ଚିକିତ୍ସା ଅଧିକାରୀ ଏମ୍. ଭି. ୟୁ ବିନିକା। ଏଥିରେ ସହ ଆୟୋଜିକା ଥିଲେ , ସୁଶ୍ରୀ ସଂଗୀତା କିଶାନ୍ ,ସହକାରୀ ମତ୍ସ୍ୟ ଅଧିକାରୀ,ବିନିକା। ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରିବାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ର ସମସ୍ତ କର୍ମଚାରୀ ସହାୟତା କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *