December 26, 2025
Home » ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ-୨୦୨୫ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ-୨୦୨୫ ଅନୁଷ୍ଠିତ

0
1000808188
ନୟାଗଡ: ନୟାଗଡ ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ ଦଶପଲ୍ଲା    ଆମ ଭାରତର ମହାନ ସ୍ବାଧୀନତା ସଂଗ୍ରାମୀ ,ସମସ୍ତ  ଜନଜାତି  ଓ ଭାରତୀୟଙ୍କ ଗର୍ବ ଗୌରବ ଓ ଆଦର୍ଶ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକ ପୁର୍ତ୍ତି ଅବସରରେ  ନୟାଗଡ଼ ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ  ଉତ୍ସବ ଦଶପଲ୍ଲା ବ୍ଲକର  ଟାକରା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ାର ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି  ଭାବେ ଯୋଗ ଦେଇଥିଲେ |
ନୟାଗଡ଼ ଜିଲ୍ଲାର  ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ଏବଂ  .ତହସିଲଦାର ଦଶପଲ୍ଲା  ସୃୁତି ରଞ୍ଜନ ଶତପଥି ସହ କନ୍ଧମାଳ ସାଂସଦଙ୍କ ପ୍ରତିନିଧି  କିଶୋର  ଦଳବେହେରା  ଅତିଥି ଭାବେ   ଯୋଗ ଦେଇଥିଲେ  | ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଷ୍ଟଲ ମାଧ୍ୟମରେ ହିତାଧିକାରୀଙ୍କୁ  ସହାୟତା ପ୍ରଦାନ କରାଯାଇଛି |  ନୟାଗଡ ଜିଲ୍ଲାର ପ୍ରାଣୀ ସମ୍ପଦ ବିକାଶ ଉପବିଭାଗ   ତରଫରୁ ଧରିତି ଆବା ଗ୍ରାମ ଉତ୍କର୍ଷ ଅଭିଯାନ  ତରଫରୁ   ଛେଳି ଓ କୁକୁଡା ପାଳନ ନିମନ୍ତେ ପାଞ୍ଚ ଜଣ ଚାଷୀଙ୍କୁ କାର୍ଯ୍ୟ ଦେଶ ବଣ୍ଟନ  କରାଗଲା |  ଜଙ୍ଗଲ ଜମି ଆଇନ୍ ମାଧ୍ୟମରେ  ୨୧ ଗୋଟି   ଗୋଷ୍ଠୀ ସମ୍ବଳ ପଟ୍ଟା (ଶିରୋନାମା ) ଗ୍ରାମ ଜଂଗଲ ଅଧିକାର କମିଟିକୁ ପ୍ରଦାନ କରାଯାଇଛି |
ଏହି ଉତ୍ସବରେ ଜିଲ୍ଲାର ପ୍ରାୟ ପାଖାପାଖି ଏକ ହଜାର   ଜନସାଧାରଣ ଏହି ଉତ୍ସବରେ  ଯୋଗ ଦେଇଥିଲେ | ଜିଲ୍ଲା ମଙ୍ଗଳ ଅଧିକାରୀ  ଚିଚରଞ୍ଜନ ବେହେରା   ସମସ୍ତ କାର୍ଯ୍ୟକ୍ରମକୁ  ପରିଚାଳନା କରିଥିଲେ |ଶେଷରେ  ସରକାରୀ ବୁଗୁଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଏବଂ ଟାକରା ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ସମବେତ ନୃତ୍ୟ ପଦର୍ଶନ କରିଥିଲେ |  ସର୍ବ ଶେଷରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦୁଷ୍ମନ୍ତ  ପୃଷ୍ଟି ଉପସ୍ଥିତ ସମସ୍ତ ଅତିଥି, ବିଭାଗୀୟ ଅଧିକାରୀ , ହିତାଧିକାରୀ ଓ ଜନସାଧାରଣଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ  ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *