ଧର୍ମ ପ୍ରାଣ ମହିଳାଙ୍କ ପରଲୋକ
ସ୍ଵର୍ଗତ ଲଡୁ କିଶୋର ମୁନି ଙ୍କ ଧର୍ମ ପତ୍ନୀ କାଞ୍ଚନ ଦେବୀ ଆଜି ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥଲା।
ବାର୍ଦ୍ଧକ୍ୟ ଜନିତ କାରଣରୁ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ। ସେ ତାଙ୍କର ମଧ୍ୟମ ପୁତ୍ର ସରକାରୀ ଓକିଲ ରାଜେନ୍ଦ୍ର ମୁନିଙ୍କ ଜଗନ୍ନାଥପଡ଼ା ସ୍ଥିତ ବାସ ଭବନ ରେ ରହୁଥିବା ବେଳେ ୧ ଘଣ୍ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ମୃତ୍ୟୁ ବେଳକୁ ତାଙ୍କ ନିକଟରେ ବଡ଼ ପୁଅ ସୁରେନ୍ଦ୍ର ମୁନି, ସାନ ପୁଅ ମହେନ୍ଦ୍ର ମୁନି, ପୁତ୍ରବଧୁ,ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ସେ ଜଣେ ଧର୍ମ ପ୍ରାଣ ମହିଳା ଥିଲେ। ତାଙ୍କର ବିୟୋଗରେ ସହରରେ ଶୋକର ଛାୟା ଖେଳି ଯାଇଛି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
