ସାମୂହିକ ବିକାଶ କାର୍ଯ୍ୟକ୍ରମର ସର୍ବୋତ୍ତମ ଅଭ୍ୟାସ ନିମନ୍ତେ ଇଫକୋ ପାରାଦୀପ ୟୁନିଟ୍ ପୁରସ୍କୃତ
ପାରାଦୀପ,: ବିଶ୍ୱର ସର୍ବବୃହତ୍ତ ସମବାୟ ଭିିତ୍ତିକ ସାର କାରଖାନା ଭାରତୀୟ କୃଷକ ସାର ସମବାୟ ଲିମିଟେଡ୍ (ଇଫକୋ) ପାରାଦୀପ ୟୁନିଟ୍ ୨୦୨୫ ବର୍ଷ ପାଇଁ ସାମୁହିକ ବିକାଶ କାର୍ଯ୍ୟକ୍ରମର ସର୍ବୋତ୍ତମ ଅଭ୍ୟାସ ପାଇଁ ସମ୍ମାନଜନକ ପୁରସ୍କାର ହାସଲ କରିଛି । କୃଷକଙ୍କ ଜୀବନର ବିଭିନ୍ନ ଦିଗ, ଯେପରିକି କୃଷି ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଅଭ୍ୟାସ, ବିଶ୍ୱାସ ସୃଷ୍ଟି କରିବାରେ ସାହାଯ୍ୟ କରିବା ପାଇଁ ପ୍ରଦାନ କରାଯାଇଛି । କୃଷକମାନଙ୍କୁ ସମବାୟ ମାଧ୍ୟମରେ ସଶକ୍ତ କରିବାରେ ସହାୟକ ହେଉଛି । ଏହି ପ୍ରୟାସ ମାଧ୍ୟମରେ ଇଫକୋ ସଫଳତାର ସହିତ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମକୁ ଏହାର ବ୍ୟବସାୟ ନୀତି ସହିତ ସଂଯୁକ୍ତ କରିଛି । ଯାହା ସମାଜ କଲ୍ୟାଣ ଏବଂ ଏହାର ନିଜସ୍ୱ ଅଭିବୃଦ୍ଧିରେ ଯୋଗଦାନ ଦେଉଛି । ଭୁବନେଶ୍ୱରଠାରେ ଓଡିଶା ସିଏସଆର୍ ଫୋରମ୍ ଦ୍ୱାରା ଓଡିଶା ସିଏସଆର ଏବଂ ମାନବ ସମ୍ବଳ ଅଧିକାରୀଙ୍କ ବର୍ଣ୍ଣାଢ୍ୟ ସମାରୋହ ଆୟୋଜିତ ହୋଇଥିଲା । ଏହି ସମାରୋହରେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଇଫେକା ପାରାଦୀପ ୟୁନିଟ୍ର ଡେପୁଟି ମ୍ୟାନେଜର (ମାନବ ସମ୍ବଳ) ଜ୍ଞାନୀନ୍ଦ୍ର ସୁନ୍ଦରାୟ, ଲୋକ ସମ୍ପର୍କ ଅଧିକାରୀ ଡ. ପ୍ରସନ୍ନ କୁମାର ବେଉରା ମୁଖ୍ୟଅତିଥି ମାନ୍ୟବର ବାଚସ୍ପତି ସୁରମା ପାଢୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ସମାରୋହରେ ହାଲ୍ର ପୂର୍ବତନ ମାନବ ସମ୍ବଳ ନିର୍ଦ୍ଦେଶକ ଡ.ଏବି ପ୍ରଧାନ, ଓଡିଶା ସିଏସଆର୍ ସଂଯୋଜକ ବି.କେ.ମିଶ୍ର ଉପସ୍ଥିତ ଥିଲେ ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
