November 24, 2025
Home » ଜିଲ୍ଲା ନ୍ୟା୍ୟାଳୟ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଜିଲ୍ଲା ନ୍ୟା୍ୟାଳୟ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

0
WhatsApp Image 2025-11-23 at 5.15.50 PM

 

 

ସୁବର୍ଣ୍ଣପୁର –ଓଡିଶା ଉଚ୍ଚ ନ୍ୟାୟାଳୟ କଟକ ଙ୍କ ଆଦେଶ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଙ୍କ ନିର୍ଦେଶ କ୍ରମେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ଅଧ୍ୟକ୍ଷ ଙ୍କ ତତ୍ୱାବଧାନ ରେ ଆଜି ( ତା-୨୩.୧୧.୨୦୨୫ ରିଖ ଦିନ ) ଜିଲ୍ଲା ନ୍ୟାୟାଳୟ ପରିସର ସୋନପୁର ଠାରେ ଶିଶୁ ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ରୁ ୭୪ ଜଣ ଛାତ୍ରୀ ଛାତ୍ର ଯୋଗଦାନ କରିଥିଲେ | ଏଥିରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ଅଧ୍ୟକ୍ଷ ଶ୍ରୀ ଦିଲୀପ କୁମାର ବିଶ୍ୱାଳ, ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ସଚିବ ଶ୍ରୀ ଦେବାଶିଷ ଦାସ, ବରିଷ୍ଠ ଦେୱାନୀ ଜଜ ଶ୍ରୀ ଗଗନ ସାହୁ, ମହିଳା କୋର୍ଟ ବିଚାରପତି ଶ୍ରୀମତୀ ବବିତା ପାତ୍ର, ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀମତୀ ପ୍ରଜ୍ଞା ପାରମିତା ପ୍ରତିହାରୀ, ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ସ୍ୱଦେଶନା ପଟ୍ଟନାୟକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମିସ ପ୍ରଣତି ରଥ, ପ୍ରୋବେସନ ଅଫିସର ଶ୍ରୀ ରାହୁଲ ବିକ୍ରମ ପାଠୀ ପ୍ରମୁଖ ଯୋଗ ଦେଇଥିଲେ I ପ୍ରତିଯୋଗିତା ଶେଷ ରେ ସମସ୍ତ ଛାତ୍ରୀ ଛାତ୍ର ଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରI ଯାଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *