February 24, 2026
Home » ଭାରତ ର ସମ୍ବିଧାନ ଦିବସ ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କ ଶୁଭେଛା

ଭାରତ ର ସମ୍ବିଧାନ ଦିବସ ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କ ଶୁଭେଛା

0
Screenshot 2025-11-26 165957

ଭାରତ ର ସମ୍ବିଧାନ ଦିବସ ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭାରତ ବାସୀ ଙ୍କୁ ସମ୍ବିଧାନ ତଥା ର ଶୁଭେଛା ଦେଇଛନ୍ତି। ପୁରୀ ର ନୀଳାଦ୍ରି ବିଚ୍ ରେ ଏକ ସୁନ୍ଦର ବାଲୁକା ଚିତ୍ର କଳା ତିଆରି କରି ସୁଦର୍ଶନ ସମ୍ବିଧାନ ଦିବସ ର ଶୁଭେଛା ଭାରତ ର ପ୍ରତ୍ୟେକ ନାଗରିକ ଙ୍କୁ ଦେଇଛନ୍ତି। ପ୍ରତିବର୍ଷ ୨୬ ନଭେମ୍ବର କୁ ଆମ ଦେଶରେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ। ଭାରତ ସ୍ୱାଧୀନ ହେବା ପରେ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ରେ ଭାରତ ରେ ସମ୍ବିଧାନ ଲାଗୁ ହୋଇଥିଲା। ଏଣୁ ଆମ ସମ୍ବିଧାନ ବିଷୟରେ ପ୍ରତ୍ୟେକ ଭାରତୀୟ ଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଏ। ପ୍ରତ୍ୟେକ ନାଗରିକ ଙ୍କ ମୌଳିକ ଅଧିକାର, କର୍ତ୍ତବ୍ୟ, ନ୍ୟାୟ , ସ୍ୱତନ୍ତ୍ରତା, ସମାନତା, ବନ୍ଧୁତ୍ୱ ସମ୍ପର୍କରେ ଆମ ସମ୍ବିଧାନ ରେ ଥିବା ସବୁ ନିୟମ ବିଷୟରେ ଲୋକ ଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ହେଉଛି ଆମ ସମ୍ବିଧାନ ଦିବସ ପାଳନ ର ମୁଖ୍ୟ ଲକ୍ଷ୍ୟ। ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ଛାତ୍ର ଛାତ୍ରୀ ଙ୍କ ସହଯୋଗ ରେ ୬ ଫୁଟ ଉଚ୍ଚା ର ଭାରତୀୟ ସମ୍ବିଧାନ ପୁସ୍ତକ ର ଏକ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *