November 28, 2025
Home » ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀରେ ଏକତାର ପଦଯାତ୍ରା

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ନୟାଗଡ଼ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀରେ ଏକତାର ପଦଯାତ୍ରା

0
WhatsApp Image 2025-11-27 at 10.40.45 AM (1)

ନୟାଗଡ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ୨୫ତାରିଖ ପୂର୍ବାହ୍ନ ୯ ଘଟିକା ସମୟରେ ପୂର୍ବ ପ୍ରସ୍ତୁତି ପ୍ରକାରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଞ୍ଚୁଦୋଳ ପଡ଼ିଆ ଠାରେ ଏକତାର ପଦଯାତ୍ରାର ଶୁଭ ଉଦ୍‌ଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି, ଓଡ଼ିଶା ବିଧାନସଭା ଶ୍ରୀମତୀ ସୁରମା ପାଢ଼ୀ, ମାନ୍ୟବର ସାଂସଦ ପୁରୀ ଡା. ସମ୍ବିତ୍ ପାତ୍ର,ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରାଇ ,ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ଏନ.ଏ.ସି. ଅଧ୍ଯକ୍ଷା ରଙ୍ଗିନ ମହାନ୍ତି, ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀ ଯୋଗ ଦାନ କରିଥିଲେ । ପ୍ରଥମେ ସହିଦ ରଘୁ-ଦିବାକରଙ୍କ ପ୍ରତି ମୂର୍ତ୍ତିରେ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।କାର୍ଯ୍ୟସୂଚୀ ପ୍ରକାରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

ମାନ୍ୟବର ବାଚସ୍ପତି କହିଥିଲେ ଭାରତ ବର୍ଷ ସମ୍ବିଧାନ ଓ ମାନଚିତ୍ରର ପ୍ରଣେତା ହେଉଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ । ଆଜି ଆମେ ଯେଉଁ ଐକ୍ୟ,ସଂହତି ବିଷୟରେ ଚିନ୍ତା କରୁଛେ ତାହା ସମ୍ଭବ ତାଙ୍କ ବିନା ହୋଇନଥାନ୍ତା ।ବର୍ତ୍ତମାନ ଓ ଭବିଷ୍ୟତ ବଂଶଧର ମାନଙ୍କ ଜାଣିବା ପାଇଁ କାବୋଡିଆ ଠାରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୮୨ ମିଟର ଉଚ୍ଚର ବିଶ୍ଵର ସର୍ବବୃହତ୍ ଲୌହ ଓ ତାମ୍ର ଧାତୁରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ପ୍ରତ୍ୟେକ ମାନବ ସମ୍ବଳର ପୂର୍ଣ୍ଣ ବିନିଯୋଗ ହେବ ଏବଂ ଭାରତ ଆତ୍ମ ନିର୍ଭରଶୀଳ ହେବ । ଏହା ପରେ ମାନ୍ୟବର ସାଂସଦ ତାଙ୍କ ଅଭିଭାଷଣରେ କହିଲେ ଯେ, ସମଗ୍ର ଦେଶ କିପରି ଏକତାର ମନ୍ତ୍ର ମନେ ପକାଉଛି ଯାହାକି ଥିଲା ଗୁରୁମନ୍ତ୍ର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର । ସେଥ‌ିପାଇଁ ଏହି ଏକତାର ପଦଯାତ୍ରା । ଏହା ଆମ ରାଜ୍ୟର ସବୁ ଜିଲ୍ଲାର ସଂସଦୀୟ ଅଂଚଳରେ ପାଳିତ ହେଉଛି । ଦେଶ ସ୍ଵାଧୀନତା ପୂର୍ବରୁ ୫୬୨ଗଡ଼ଜାତ ରାଜ୍ୟକୁ ନେଇ ଅଖଣ୍ଡ ଭାରତ ଗଠନ ଦିଗରେ ସର୍ଦାର ପଟେଲଙ୍କ ଅବଦାନ ଅତୁଳନୀୟ । ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଉଦ୍‌ବୋଧନ ଦେଇ କହିଲେ ଯେ, ଦୁଇ ତୃତୀୟାଂଶ ଆଇ.ଏ.ଏସ. ଏବଂ ଆଇ.ପି.ଏସ. ଅନ୍ୟ ରାଜ୍ୟର ବାସିନ୍ଦା ହୋଇବି ସାରା ଦେଶରେ କାର୍ଯ୍ୟ କରିବାକୁ ସକ୍ଷମ, ଯାହାକି ସର୍ଦାର ପଟେଲଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ।ଆତ୍ମ ନିର୍ଭରଶୀଳ ଭାରତର ଶପଥ ପାଠ କରାଯିବା ପରେ ବନ୍ଦେ ମାତରମ୍ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ , ସ୍ଥାନୀୟ ବାସିନ୍ଦା, ସ୍ଵୟଂ ସହାୟକ ଗୋଷ୍ଠୀର ମାଆ ମାନେ , ଜିଲ୍ଲାର ବିଭାଗୀୟ ଅଧିକାରୀ ,ବିଡ଼ିଓ ତହସିଲଦାର ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ପଦଯାତ୍ରାର ଗନ୍ତବ୍ୟ ସ୍ଥଳରେ ୩ଟି ରହଣି ସ୍ଥାନ(ପ୍ରତି ୨.୫କି.ମି.) ଦେଇ ଅତିକ୍ରମ କରିଥିଲା ।

ପ୍ରତି ରହଣି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଇଥିଲା । ପଞ୍ଚୁଦୋଳ ପଡ଼ିଆରୁ ପାମ୍ପଡ଼ା ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଯାତ୍ରାରେ ପ୍ରଥମ ରହଣି ସ୍ଥଳରେ “ଏକ ପେଡ୍ ମାକେ ନାମ” ଚାରାରୋପଣ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଯାତ୍ରା ଥିଲା ସାତଦୋଳ ପଡ଼ିଆ ଗୋପାଳପୁର ହନୁମାନ ମନ୍ଦିର ପର୍ଯ୍ୟନ୍ତ । ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ/ ରଙ୍ଗୋଲିର ବ୍ୟବସ୍ଥା ଥିଲା । ତୃତୀୟ ରହଣୀ ସ୍ଥଳ ଚମ୍ପାପେଡ଼ି ପ୍ରାଥମିକ ବିଦ୍ୟାଳୟ ,ଯେଉଁଠାରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହ ଫ୍ୟାନସି ଡ୍ରେସର ପ୍ରଦର୍ଶନ କରିଥିଲେ । ଏଠାରେ ମିଲେଟ ମିଶନ ଜରିଆରେ ଷ୍ଟଲ ଖୋଲାଯାଇଥିଲା । ଏହାପରେ ଏହି ଅଭିଯାନ ଶେଷ ହୋଇଥିଲା । ଚମ୍ପାପେଡ଼ି ମନ୍ଦିର ନିକଟରେ ଏକ ବୈଠକ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟମାନଙ୍କରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ମେମୋଣ୍ଟ ଉପହାର ଦେଇ ଅତିଥୁମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ପଦଯାତ୍ରାର ପରିସମାପ୍ତି ଘଟିଥିଲା ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *