ତରଭା ପୋଲିସ ର ବଡ଼ ସଫଳତା : ଚୋରି ହୋଇଥିବା 8 ଟି ମୋଟରସାଇକେଲ ଓ ଗୋଟିଏ ସ୍କୁଟି ଉଦ୍ଧାର l
ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଦୀର୍ଘ ମାସରୁ ବହୁ ସଂଖ୍ୟକ ବାଇକ ଓ ଚାରି ଚକିଆ ଗାଡ଼ି ଟ୍ରାକ୍ଟର ତଥା ଅନ୍ୟାନ୍ୟ ଗାଡ଼ିରୁ ବ୍ୟାଟେରୀ ଓ ଅନ୍ୟାନ୍ୟ ପାର୍ଟସ୍ ଚୋରି ହେବା ବିଷୟ ଏହି ଅଞ୍ଚଳର ଲୋକେ ଅଭିଯୋଗ କରି ଆସୁଥିଲେ l ତରଭା ପୋଲିସ୍ ର ନିଷ୍କ୍ରିୟତା ଯୋଗୁଁ ବହୁ ଦିନ ଧରି ଅନେକ ଚୋରି ଅଭିଯୋଗ କରି ସୁଦ୍ଧା ଅଭିଯୋଗକାରୀ ନ୍ୟାୟ ପାଉନ ଥିବା ବିଷୟ ସାମ୍ୱାଦିକ ଓ ପୋଲିସର ଉଚ୍ଚ ପଦାଧିକାରୀଙ୍କୁ ଜଣାଇ ଆସୁଥିଲେ I ଶେଷରେ ସରଗଜ ଓ ପାଖଆଖ ଗାଁ ର ଯୁବ ଗୋଷ୍ଠୀ ଏକାଠି ହୋଇ ନିଜ ଧନ ଜୀବନ ଓ ନିଜ ଗାଁ ଲୋକଙ୍କ ସୁରକ୍ଷା ଦାୟିତ୍ବ ନିଜେ ତୁଲାଇ ବାକୁ ସଂକଳ୍ ନେଇଥିଲେ l ଏହି ଚୋରା କାରବାର ବିଷୟରେ ଲଗାତାର ଭାବେ ଅନେକ ଖବର ମଧ୍ଯ ପ୍ରସାରଣ ହୋଇଥିଲା l ସେ ଯାହା ବି ହେଉ ଶେଷରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ପୋଲିସ ଟିମ୍ ର ସହାୟତାରେ ଚୋରି ବାଇକ୍ ଉଦ୍ଧାର କେଶରେ ତରଭା ପୋଲିସକୁ ବଡ଼ ସଫଳତା ମିଳିଛି ଓ କିଛି ବାଇକ୍ ଉଦ୍ଧାର ହୋଇଛି l ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮ଟି ବାଇକ ଓ ୧ ଟି ସ୍କୁଟି ଉଦ୍ଧାର କରିଛି ତରଭା ପୋଲିସ l ଚୋରି ବାଇକକୁ ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ମଧ୍ଯ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ତରଭା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ତରଭା ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତରଭା ଏନଏସି ର ଅନ୍ତର୍ଡା ଗ୍ରାମର ଶ୍ରୀତମ ଦଳବେହେରା ଙ୍କ ପଲସର ବାଇକ ଗତ ୨୨ ଜାନୁଆରୀ ରେ ନିଜ ଘର ସମ୍ମୁଖରୁ ଚୋରି ହୋଇ ଥିବା ତରଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ I ଅଭିଯୋଗକୁ ଭିତ୍ତି କରି ଥାନା କେଶ ନଂ. 332/25 ରେ ମାମଲା ରୁଜ୍ଜୁ କରି ଆଇଆଇସି ଅନିତା କିଡୋଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ରବୀନ୍ଦ୍ର ସାହୁ, ଶୁଭେନ୍ଦୁ ସିଂ ବାବୁ, ଏଏସଆଇ ସୁଧୀର କୁମାର ଜେନା, ଗୀତାଞ୍ଜଳି ସୁନା ଓ ଅନ୍ୟ ମାନଙ୍କୁ ନେଇ ଏକ ଟିମ ଗଠନ କରି ଚୋରି ବାଇକ ଉଦ୍ଧାର ନେଇ ତଦନ୍ତ ଆରମ୍ଭ କରିଥିଲେ I ଅଭିଯୋଗ କାରୀଙ୍କ କଳା ପଲସର ବାଇକଟି ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ର ଜଳଜଡ଼ ଅଞ୍ଚଳରୁ ଉଦ୍ଧାର କରିବାରେ ସଫଳ ହେବା ପରେ ଚୋରି କରିଥିବା ଅଭିଯୋଗରେ ତରଭା ସହର ର ବିଶ୍ଵାମିତ୍ର ନାଏକ ଙ୍କ ପୁଅ ସାଗର ନାଏକ (୧୯) କୁ ଅଟକ ରଖିଥିଲେ l ତଦନ୍ତ କରିବା ପରେ ସେ ଚୋରି କରିଥିବା ୮ଟି ବାଇକ ଏବଂ ଗୋଟିଏ ସ୍କୂଟି କୁ ବିଭିନ୍ନ ସ୍ଥାନରୁ ଜବତ କରିବାରେ ଜିଲ୍ଲା ପୋଲିସ ସହାୟତାରେ ତରଭା ପୋଲିସ ସଫଳ ହୋଇଥିଲା I ଏହି ସମ୍ପର୍କରେ ତରଭା ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ସାମ୍ୱାଦିକଙ୍କୁ ସମସ୍ତ ସୂଚନା ଦେଇଛନ୍ତି ଓ ବିଗତ ବର୍ଷ ବା ଦିନ ମାନଙ୍କ ରେ ଚୋରି ହୋଇଥିବା ଅନେକ ବାଇକ୍, ମୋବାଇଲ, ଅନ୍ୟାନ୍ୟ ସାମଗ୍ରୀ ସବୁ ଏସପି ଙ୍କ ପରାମର୍ଶ, ଉଦ୍ୟମ ଓ କୌଶଳ ରେ ତରଭା ଓ ଜିଲ୍ଲା ପୋଲିସ ର ପ୍ରଚେଷ୍ଟା ରେ ନିଶ୍ଚିତ ଭାବରେ ଉଦ୍ଧାର ହେବ ଓ ଚୋରୀ ଅସାମାଜିକ କାର୍ଯ୍ଯ କଳାପ କୁ ରୋକାଯିବ, ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ ଓ ଶାନ୍ତି ଫେରି ଆସିବ ବୋଲି ଏସପି ଶ୍ରୀ ନାୟକଙ୍କ ଉପରେ ଲୋକେ ଦୃଢ଼ ଆଶା ବିଶ୍ୱାସ ରଖିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
