November 28, 2025
Home » ଆଜି ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦଳ ବଦଳ ଏକ ଫେସନ ହୋଇଛି

ଆଜି ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦଳ ବଦଳ ଏକ ଫେସନ ହୋଇଛି

0
WhatsApp Image 2025-11-25 at 8.28.31 PM

 

ବିଜେଡି ଦଳ ଛାଡିଲେ ଜୀବନରୁ ମାରିଦେବୁ ଅଭିଯୋଗ !

ଭୁବନେଶ୍ୱର:ରାଜ୍ୟରେ ନିଜ ଅଞ୍ଚଳରେ କିଛି ଲୋକ ପ୍ରତିନିଧି ଲୋକ ମାନଙ୍କ ସମସ୍ୟା ସମାଧାନରେ ନିଜକୁ ଦୂରେଇ ରଖି ନିଜର ସ୍ବାର୍ଥ ପାଇଁ ଏ ଦଳରୁ ସେ ଦଳ ଡେଇଁ ଚର୍ଚ୍ଚାକୁ ଆସିବା ଆଜି ରାଜନୈତିକ କିଛି ନେତା-ନେତ୍ରୀଙ୍କ ଏକ ଫେସନ୍ ହେବା ଦେଖିବାକୁ ମିଳିଛି। ଓଡ଼ିଶା ଇତିହାସ କୁହେ ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ଏପରି ଅନେକ ସ୍ଵାଧୀନ ଚିନ୍ତାଧାରାର ସ୍ବାଧୀନ ନିର୍ବାଚନ ଲୋକପ୍ରତିନିଧି ମାନେ ଜନସାଧାରଣଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଆଜିବି ଜନ ସମାଜରେ ଚିର ନମସ୍ୟ ହୋଇ ରହିଛନ୍ତି। କିନ୍ତୁ ଆଜି କିଛି ରାଜନୈତିକ ଲୋକପ୍ରତିନିଧି ଅଧିକ ଅସତ ରୋଜଗାର ପାଇଁ ଦଳ ବଦଳ କରି ଚର୍ଚ୍ଚାରେ ରହିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ବିଜେଡିର ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି।ଏହାପରେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଦେବାଶିଷ ସାମନ୍ତରାୟ ଖୁବ୍ ଶୀଘ୍ର ବିଜେଡି ଛାଡ଼ିବେ ଏବଂ ବିଜେପିରେ ଯୋଗ ଦେବେ। ଖାଲି ସେତିକି ନୁହେଁ, ଆଗରୁ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପି ଟିକେଟରେ ପୁଣି ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଠିକ୍ ସେହି ପନ୍ଥା ଅବଲମ୍ବନ କରିପାରନ୍ତି ଦେବାଶିଷ ସାମନ୍ତରାୟ। ସେହିପରି ନିକଟରେ ଭଦ୍ରକ ଜିଲ୍ଲାର ୪ ବ୍ଲକର ନିର୍ବାଚିତ ବ୍ଲକ୍ ଅଧ୍ୟକ୍ଷଙ୍କୁ ନେଇ ବିଜେପିର ଯୁବ ନେତାଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ।ନିର୍ବାଚିତ ବ୍ଲକ୍ ଅଧ୍ୟକ୍ଷମାନେ ବିଜେଡି ଛାଡ଼ି କାଳେ ବିଜେପିରେ ମିଶିବା ପାଇଁ ଏହି ବୈଠକ ହୋଉଥିବା କୁହାଯାଉଛି।

 

ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା । ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି, ଭଣ୍ଡାରିପୋରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ । ସେ ବିଜେପି ଦଳରେ ଯୋଗଦାନ କରିବାକୁ କିଛି ଦିନ ପୂର୍ବରୁ ଦରଖାସ୍ତ କରିଥିବାରୁ ଏବେ ତାଙ୍କୁ ଧମକ ମିଳୁଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବିଜେଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପାଇଁ ଦରଖାସ୍ତ କରିଥିଲେ । ଏହିକଥା ପ୍ରଚାରିତ ହେବାପରେ ବିଜୁ ଜନତା ଦଳର କେତେକ ନେତା ତାଙ୍କୁ ଦଳ ନଛଡିବା ପାଇଁ ବାଧ୍ୟ କରିଆସୁଥିଲେ । ସେ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଗତ ଶନିବାର ରାତିରେ କେତେକ ଅସାମାଜିକ ଲୋକ ତାଙ୍କ ଘରକୁ ପଥର ମାଡ କରିବା ସହ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ ଦେଇଥିଲେ । ଏପରିକି ଦଳ ଛାଡିଲେ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ଭଣ୍ଡାରିପୋଖରୀ ଥାନାର ଦ୍ବାରସ୍ଥ୍ୟ ହୋଇଛନ୍ତି ଅଧ୍ୟକ୍ଷା । ତାଙ୍କୁ ଏବଂ ତାଙ୍କ ପରିବାରଙ୍କୁ ସୁରକ୍ଷା ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି I ବିଜେଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ଭଣ୍ଡାରିପୋଖରୀ ଥାନାରେ କରିଥିବା ଅଭିଯୋଗ କେତେ ସତ ଓ କେତେ ମିଛ ତାହା ଆଗାମୀ ଦିନରେ ରାଜ୍ୟ ବିଜେପି ଇଙ୍ଗିତରେ କାର୍ଯ୍ୟ କରୁଥିବା ଡିଜିପି ଖୁରାନିଆ ସାହେବଙ୍କ ପୁଲିସ ବାହିନୀ ସ୍ବଷ୍ଟକରିବ।ତେବେ ବର୍ତ୍ତମାନ ରାଜ୍ୟରେ ବିଜେଡି ଦୃର୍ବଳ ହେବାପରେ ଅନେକ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେଉଥିବାବେଳେ ଏହି ଘଟଣା ଏବେ ଖବରର ଶିରୋନାମାରେ ରହିଛି । ଏହି ନିକଟରେ ବିଜେଡି ଛାଡି ଭଦ୍ରକ ଵ୍ଲକ ଅଧ୍ୟକ୍ଷା, ଵନ୍ତ ଵ୍ଲକ ଅଧ୍ୟକ୍ଷ ଓ ଵାସୁଦେବପୁର ଵ୍ଲକ ଅଧ୍ୟକ୍ଷ ବିଜେପିରେ ମିଶିବା ନେଇ ୪ ଜଣ ବୈଠକ କରିଥିଲେ। ଏନେଇ କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *