December 2, 2025
Home » ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ।

ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ।

0
WhatsApp Image 2025-11-30 at 4.14.38 PM

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସାଇକେଲ ଶୋଭାଯାତ୍ରାକୁ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସାଇକେଲ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ବ୍ଲକ ଛକ,କଚେରି ଛକ ହୋଇ ବସ ଷ୍ଟାଣ୍ଡ ଦେଇ ସୁରେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଉଦଯାପିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ମତି ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଚତୁର୍ଭୁଜ ଦାଶ, ଶିଶୁ ସୁରକ୍ଷା କମିଟିର ସଦସ୍ୟ ଶ୍ରୀ ହେମନ୍ତ ସା, ସୁରକ୍ଷା ଅଧିକାରୀ, ଶ୍ରୀ ବିଜୟ ବିଶ୍ବାଳ, ଆଇନ ଅଧିକାରୀ, ଶ୍ରୀ କେଶବ ଚନ୍ଦ୍ର ମେହେର ଉପସ୍ଥିତ ଥିଲେ। ସାଇକେଲ ଶୋଭାଯାତ୍ରାରେ ସୋନପୁର କଲେଜ ର ଛାତ୍ର ଛାତ୍ରୀ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ର ଛାତ୍ରୀଙ୍କ ସମେତ ସୋନପୁର ପଦ୍ମିନୀ କଲେଜର ଛାତ୍ର ଛାତ୍ରୀମାନେ ସାମିଲ ହୋଇଥିଲେ । ଅଣଆନୁଷ୍ଠାନିକ ସୁରକ୍ଷା ଅଧିକାରୀ, ଶ୍ରୀ ଗୌତମ ମହାପାତ୍ର ଏହି ସାଇକେଲ ଶୋଭାଯାତ୍ରାକୁ ସଂଯୋଜନା କରିଥିଲେ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ଏହି ସାଇକେଲ ଶୋଭାଯାତ୍ରା ସମୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀଙ୍କ ସମେତ ବିଭିନ୍ନ ସମ୍ବାଦପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *