ନୟାଗଡ ବ୍ଲକ ଯଦୁପୁର ଗ୍ରାମରେରେ ବଡ଼ ଧରଣର ଡ଼କାୟତି
ନୟାଗଡ ଜିଲ୍ଲା /ବ୍ଲକ ନୟାଗଡ ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀ ପ୍ରସାଦ ଗ୍ରାମ ପଞ୍ଚାୟତର ଯଦୁପୁରରେ ହୋଇଛି ଏକ ବଡ଼ ଧରଣର ଡକାୟତି। ଅନୁମାନରୁ ଜାଣିବାକୁ ମିଳିଛି ୮ଜଣ ଡକାୟତ ମନୋରଞ୍ଜନ ପାତ୍ର (କାଳିଆ)ଙ୍କ ଘରେ ପଶି ବନ୍ଧୁକ ଦେଖାଇ ୩ ଲକ୍ଷରୁ ଅଧିକ ଟଙ୍କା ସହ ୭୦ଗ୍ରାମ ସୁନା ଏବଂ ଦେଢକେଜିରୁ ଅଧିକ ରୁପାଅଳଙ୍କାର ଲୁଟି ନେଇଛନ୍ତି । ଡକାୟତଙ୍କ ଆକ୍ରମଣରେ ମନୋରଞ୍ଜନ ଏବଂ ତାଙ୍କ ସ୍ତ୍ରୀ ଆହତ ହୋଇଛନ୍ତି । ମନୋରଞ୍ଜନ ନୟାଗଡ ଖଣ୍ଡପଡା ରାସ୍ତାର ଯଦୁପୁର ପେଟ୍ରୋଲ ଟାଙ୍କି ନିକଟରେ ଥିବା ନିଜ ଘରେ ପରିବାର ସହ ରହୁଥିଲେ । ଗତକାଲି ରାତି ପ୍ରାୟ ୨ଟା ସମୟରେ ୮ ଜଣ ଡକାୟତ ବାଡିପଟ ଗ୍ରିଲ୍ ଭାଙ୍ଗି ଘରେ ପଶିଥିଲେ । ଡକାୟତମାନେ ହାତରେ ବନ୍ଧୁକ ଏବଂ ଭୁଜାଲି ଆଦି ମାରଣାସ୍ତ୍ର ଦେଖାଇବା ସହ ମନୋରଞ୍ଜନ ଏବଂ ତାଙ୍କ ସ୍ତ୍ରୀଙ୍କୁ ଏକ ବାଉଁଶରେ ପ୍ରବଳ ମାଡ ମାରିଥିଲେ । ଡକାୟତଙ୍କ ମାଡ଼ରେ ଦମ୍ପତି ଗୁରୁତର ଭାବେ ଆହତ ହୋଇଥିଲେ ।ପରେ ସେମାନେ ଆଲମିରା ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କା,ସୁନା, ରୁପା ଓ ମୋବାଇଲ ଲୁଟି ନେଇଥିଲେ । ଖବର ପାଇ ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲୁରଖିଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
