ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲା ରୁ ୫୨ ଜଣ ଗଲେ ରାମେଶ୍ବର – ମଦୁରାଇ
ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାର ୫୨ ଜଣ ବରିଷ୍ଠ ନାଗରିକଙ୍କ ରାମେଶ୍ବର – ମଦୁରାଇ ଆଧ୍ୟାତ୍ମିକ ତୀର୍ଥଯାତ୍ରାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ତୀର୍ଥ ଯାତ୍ରାର ଶୁଭାରମ୍ଭ ସମୟରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଅଞ୍ଜଳିନା ପ୍ରଧାନ, ନିଜାରତ ଅଧିକାରୀ ଶ୍ରୀ ସତ୍ୟବ୍ରତ ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ଗୋଛି ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅର୍ଜୁନ ମାଝୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୋନପୁର ସୁଶ୍ରୀ ପ୍ରୀତି ସୁନା ଓ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଏହି ୫୨ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମାନଙ୍କୁ ସହାୟତା ଓ ସହଯୋଗ କରିବା ପାଇଁ ଜିଲ୍ଲା କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀ ଶ୍ରୀ ସହଦେବ ମେହେର ଓ ଶ୍ରୀ ବିଶ୍ଵ ପ୍ରତାପ ସେଠ୍ ସହଯାତ୍ରୀ ଅଧିକାରୀ ଭାବେ ସାଙ୍ଗରେ ଯାଇଛନ୍ତି। ସମସ୍ତ ତୀର୍ଥ ଯାତ୍ରୀ ଆଜିଠାରୁ ସେମାନଙ୍କ ଯାତ୍ରା ଆରମ୍ଭ କରି ଆଗାମୀ ତା ୧୦.୧୨.୨୦୨୫ ଦିନ ସୁବର୍ଣ୍ଣପୁର ଜିଲ୍ଲାକୁ ଫେରି ଆସିବେ l
ସୁବର୍ଣ୍ଣପୁରରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
