ମାଟିରେ ମିଶିଲା ନିଶା ମାଫିଆର ଘର
ମାଟିରେ ମିଶିଲା ନିଶା ମାଫିଆର ଘର। ଦୀର୍ଘ ଦିନ ହେବ ମହିଳା ନିଶା ବେପାରୀ ସୁକାନ୍ତି ପଣ୍ଡା ପୁରୀ ନୀଳଚକ୍ର ନଗରରେ ଏକ ସରକାରୀ ଜାଗା ଉପରେ ଜବରଦଖଲ କରି ବେଆଇନ୍ ଭାବରେ ଘର କରିଥିବାରୁ ବୋଲଡଜର ଲଗାଇ ପ୍ରଶାସନ ଘରକୁ ମାଟିରେ ମିଶାଇ ଦେଇଛି। ଦୀର୍ଘ ଦିନ ହେବ ମହିଳା ନିଶା ବେପାରୀ ସୁକାନ୍ତି ପଣ୍ଡା ନୀଳଚକ୍ର ନଗରରେ ବ୍ରାଉନ ସୁଗାର ବ୍ୟବସାୟ କରି ଆସୁଥିଲା। ଏନେଇ ସୁକାନ୍ତି ଏବଂ ତା ଜ୍ବାଇଁ ଟିକି ଖାଁ ସହିତ ଅନ୍ୟାନ୍ୟ ସହଯୋଗୀ ବାରମ୍ବାର ପୋଲିସ ଦ୍ବାରା ଗିରଫ ହୋଇଥିଲେ। ହେଲେ ନିଶା ବେପାରୀ ସୁକାନ୍ତି ପଣ୍ଡା ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ବେଳେ ବେଆଇନ୍ ଭାବେ ସରକାରୀ ଜାଗାକୁ ଜବରଦଖଲ କରି ଘର ମଧ୍ୟ ନିର୍ମାଣ କରିଥିଲା। ଏହି ଖବର ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବୁଲଡୋଜର ଲଗାଯାଇ ସରକାରୀ ଜାଗାରେ ନିର୍ମିତ ହୋଇଥିବା ବେଆଇନ ଘରକୁ ଉଛେଦ କରାଯାଇଛି। ପୁରୀ ସହରରେ ଥିବା ନିଶା ବେପାରୀଙ୍କ ଏକ ତାଲିକା ପୋଲିସ ପ୍ରସ୍ତୁତ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି। ସେପଟେ ପୁରୀ ନୀଳଚକ୍ର ନଗରରେ ବ୍ରାଉନ ସୁଗାର ବ୍ୟବସାୟ ଚଳାଇଥିବା ସୁକାନ୍ତି ପଣ୍ଡା ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ରହୁଥିଲେ। ଛୋଟ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବ୍ରାଉନ ସୁଗାର ସେବନ କରୁଥିଲେ। ଫଳରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଥିଲା। ତେବେ ପୁରୀ ପୋଲିସର ଏଭଳି ପଦକ୍ଷେପକୁ ସ୍ବାଗତ ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଥିବା ବେଳେ ଅନ୍ୟ ନିଶା ମାଫିଆଙ୍କ ପ୍ରତି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ପର୍ଯ୍ୟଟନ ସହର ପୁରୀରେ ଦିନକୁ ଦିନ ନିଶା କାରବାର ବଢ଼ି ବଢ଼ି ଚାଲିଛି। ବିଶେଷ କରି ମହିଳା ମାନେ ନିଶା ବେପାରରେ ଏବେ ସକ୍ରିୟ ହୋଇ ପଡିଛନ୍ତି। ଅପରେସନ ଚକ୍ର ଜରିଆରେ ପୁରୀ ଏସପି ବିଭିନ୍ନ ସ୍ଥାନରେ ଚଢାଉ କରି ନିଶା ବେପାରୀଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।ପୁରୀରେ ନିଶା କାରବାର ବଢ଼ି ଚାଲିଥିବା ବେଳେ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ବାରମ୍ବାର ପୋଲିସ ନିକଟରେ ଦାବି କରୁଛନ୍ତି। ନିଶା ବେପାରୀଙ୍କ ବେଆଇନ୍ ଘରକୁ ପ୍ରଶାସନ ଉଛେଦ କରିଥିବାବେଳେ ଆଗାମୀ ଦିନରେ ମଧ୍ୟ ଏହିଭଳି ନିଶା ବେପାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ଏବଂ ସହରବାସୀ ପୋଲିସକୁ ଅନୁରୋଧ କରିଛନ୍ତି।ତେବେ ପୁରୀ ଏସପି ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗାମୀ ଦିନରେ ମଧ୍ୟ ନିଶା କାରବାର କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସେପଟେ ନିଶା ମାଫିଆ ସୁକାନ୍ତି ପଣ୍ଡା ସରକାରୀ ଜାଗା ଉପରେ ନୀଳଚକ୍ର ନଗରରେ ଚାରୋଟି ଘର ବେଆଇନ୍ ଭାବରେ ନିର୍ମାଣ କରିଥିଲା। ଗତ ନଭେମ୍ବର ମାସରେ ପୁରୀ ସଦର ଥାନା ପୋଲିସ ସୁକାନ୍ତି ଠାରୁ ୨୦ ଲକ୍ଷ୍ୟ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରାଯାଇଥିଲା। ସହରବାସୀଙ୍କ ସହ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ପୁରୀ ସହରରେ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
