December 21, 2025
Home » ମାନ୍ୟବର ରାଜ୍ୟପାଳ, ଓଡିଶା ଡଃ ହରିବାବୁ କମ୍ଭମପତିଙ୍କ ରାଜସୁନାଖଳା ଗସ୍ତ ପାଇଁ ପ୍ରସ୍ତୁତି ବୈଠକ

ମାନ୍ୟବର ରାଜ୍ୟପାଳ, ଓଡିଶା ଡଃ ହରିବାବୁ କମ୍ଭମପତିଙ୍କ ରାଜସୁନାଖଳା ଗସ୍ତ ପାଇଁ ପ୍ରସ୍ତୁତି ବୈଠକ

0
1000838344
ନୟାଗଡ: ମାନ୍ୟବର ରାଜ୍ୟପାଳ, ଓଡିଶା ଡଃ ହରିବାବୁ କମ୍ଭମପତିଙ୍କ ତା.୧୨/୧୨/୨୦୨୫ ରିଖ ଦିନ ସଂଧ୍ୟା ୫.୪୫ ମିନିଟରେ ରାଜସୁନାଖଳା ମହୋତ୍ସବ ‘କାଉଁରୀ’ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କାର୍ଯ୍ୟକ୍ରମ ଥିବାରୁ ଜିଲ୍ଲାପାଳ , ନୟାଗଡ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ମିନି ଚାମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧ୍ୟକ୍ଷକ , ଏସ . ସୁଶ୍ରୀ / ଅତିରିକ୍ତ ଜିଲ୍ଲାପାଳ , ବିଜୟାନନ୍ଦ ନାୟକ / ଉପ-ଜିଲ୍ଲାପାଳ , କର୍ଣ୍ଣଦେବ ସମାଦାର / ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସୁବାସ ଚନ୍ଦ୍ର ପଣ୍ଡା / ସି.ଡି.ଏମ.ଓ, ଡଃ ପୁଷ୍ପା ନୀଳିମା ଲାକ୍ରା ପ୍ରମୁଖ ଯୋଗଦାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି କହିଥିଲେ, ମାନ୍ୟବର ରାଜ୍ୟପାଳଙ୍କ ନୟାଗଡ ଜିଲ୍ଲାର ରଣପୁର ବ୍ଲକ ସ୍ଥିତ ରାଜସୁନାଖଳା ମହୋତ୍ସବ ‘କାଉଁରୀ’ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର ଅଛି ।ତେଣୁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ସେମାନଙ୍କ କାର୍ଯ୍ୟଭାର ବିଷୟରେ ପରାମର୍ଶ ଦେଇଥିବା ବେଳେ, ଏସ .ପି. ଏସ ସୁଶ୍ରୀ ଶୃଙ୍ଖଳା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ ।ସି.ଡି.ଏମ.ଓ.ଙ୍କୁ ଆମ୍ବୁଲାନ୍ସ, ଫାଷ୍ଟ ଏଡ଼ ଯୋଗାଇ ଦେବା ସହ ସବୁ ବିଷୟରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଆର. ଟି . ଓ / ଅଗ୍ନିଶ୍ରମ ବିଭାଗ / ଟି ପି ସି ଓ ଡି ଏଲ / ବି ଡି ଓ, ରଣପୁର / ଟୁରିଷ୍ଟ ଅଫିସର / ଜିଲ୍ଲା ସଂସ୍କୃତି ଅଧିକାରୀ / ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସେମାନଙ୍କ କାର୍ଯ୍ୟଭାର ଦାୟିତ୍ଵ ସଠିକ୍ ଭାବେ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ରାଜ୍ୟପାଳଙ୍କ ଗସ୍ତ ଯେପରି ଶୃଂଖଳାର ସହିତ ସମାପନ ହେବ, ସେଥିପାଇଁ ସଜାଗ ରହିବା ପାଇଁ ସମସ୍ତଙ୍କ ସହ ଆଲୋଚନା କରାଯିବା ପରେ ବୈଠକ ସମାପ୍ତ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *