ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀ ମେଳା, ବୟନିକା ପ୍ରଦର୍ଶନୀ ଏବଂ ସ୍ବଦେଶୀ ମେଳା ଉପଲକ୍ଷେ ସାଂସ୍କୃତିକ କମିଟି ର ଏକ ପ୍ରସ୍ତୁତି ବୈଠକ
ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ତହସିଲଦାର, ବୌଦ୍ଧ ଅନିତା କୁମାରୀ ସାହୁ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ଆହ୍ୱାନକ୍ରମେ ସାଂସ୍କୃତିକ କମିଟି ର ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ବିଭିନ୍ନ ଆଲୋଚନାରେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ, ହୀରାଞ୍ଚଳ ର ସମ୍ପାଦକ ଯୁଗଳ କିଶୋର ସାମଲ, ବୌଦ୍ଧ ର ସମସ୍ତ ସାଂସ୍କୃତିକ ଦଳର ମୁଖ୍ୟ ଏବଂ ଏହି କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ l ଆସନ୍ତା ଜାନୁୟାରୀ 2 ତାରିଖ ଠାରୁ 6 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାରେ ସାଂସ୍କୃତିକ ଦଳ ସହ ଉଦଘୋଷକ ଚୟନ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
