December 30, 2024
Home » ଗୋରୁ ମାଫିଆ ପାଲଟିଛି ସୁବଳୟା ପୋଲିସ, କଣ୍ଟେନର ଟ୍ରକସହ ଗୋରୁ ଉଦ୍ଧାର, ଗାଇପିଛା ପୋଲିସ ନେଉଥିଲା ୫୦୦ ଟଙ୍କା l

ଗୋରୁ ମାଫିଆ ପାଲଟିଛି ସୁବଳୟା ପୋଲିସ, କଣ୍ଟେନର ଟ୍ରକସହ ଗୋରୁ ଉଦ୍ଧାର, ଗାଇପିଛା ପୋଲିସ ନେଉଥିଲା ୫୦୦ ଟଙ୍କା l

0

 

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ଅଞ୍ଚଳରେ ଦୀର୍ଘ ଦିନ ହେବ ଗୋରୁ ଚାଲାଣ ହେଇଥିବା ନେଇ ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ ଗତ ଶନିବାର ଦିନ ବିଲମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ସ୍ଥାନରେ ବଜରଙ୍ଗ ଦଳ କର୍ମୀମାନେ ପହଞ୍ଚି ସୁବଳୟା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚିବାରେ ବିଫଳ ହେବାପରେ ପୋଡଶୀ ରେଢ଼ାଖୋଲ ଓ କିଆକଟା ପୋଲିସ ସହାୟତାରେ ବ୍ୟବହାର ହେଉଥିବା କଣ୍ଟେନର ଟ୍ରକ କୁ ଜବତ କରିବା ସହ ବହୁ ଗୋରୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ଏବଂ ଜଣେ ଗୋରୁ ବେପାରୀ ଙ୍କୁ ଧରି ସୁବଳୟା ପୋଲିସକୁ ଜିମା ଦେଇଥିଲେ। ବଜରଙ୍ଗ ଦଳର ଜଣେ କର୍ମୀଙ୍କ କହିବା ଅନୁସାରେ, ସୁବଳୟା ଥାନା ଅନ୍ତର୍ଗତ ଗରିଆମୁଣ୍ଡା ଘଞ୍ଚ ଜଙ୍ଗଲ ଭିତରେ ବେଆଇନ ଭାବେ ଦୀର୍ଘ ଦିନ ହେବ ଗୋରୁ ଚାଲାଣ ହେଉଥିଲା। ଅଞ୍ଚଳର ବିଭିନ୍ନ ସ୍ଥାନରୁ ପ୍ରତ୍ୟହ ଗୋରୁ ମାଫିଆ ମାନେ କମ ମୂଲ୍ୟରେ କିଣି ସ୍ଥାନୀୟ ଜଣେ ଗୋରୁ ମାଫିଆଙ୍କ ଠାରେ ଏକତ୍ର କରି ରଖୁଥିଲା। ସପ୍ତାହର ମଙ୍ଗଳବାର ଓ ଶନିବାର ଉକ୍ତ ସ୍ଥାନରୁ ବଡ ବଡ କଣ୍ଟେନର ଟ୍ରକ ସାହାର୍ଯ୍ୟ ରେ ବିଳମ୍ବିତ ରାତିରେ ନିରୀହ ଗୋରୁଙ୍କୁ ଦୟନୀୟ ଅବସ୍ଥାରେ ବୋଝେଇ କରି କେନ୍ଦୁଝର ଦେଇ କଲିକତା କୁ ଚାଲାଣ କରାଯାଉଥିଲା। ଏନେଇ ପୂର୍ବରୁ ଅନେକ ଥର ସ୍ଥାନୀୟ ପୋଲିସ କୁ ଅଭିଯୋଗ କରାଯାଉଥିଲେ ମଧ୍ୟ କର୍ଣ୍ଣପାତ କରିନଥିଲା। ଗତକାଲି ବାଧ୍ୟ ହୋଇ ଉକ୍ତ ସ୍ଥାନରେ ହେଉଥିବା ବେଆଇନ ଗୋରୁ ଚାଲାଣ କୁ ବିରୋଧ କରି ଗୋରୁ ମାନଙ୍କୁ ଉଦ୍ଧାର କରିଥିଲେ l ନାମ ଗୋପନ ରଖି ଜଣେ ଗୋରୁ ବେପାରୀଙ୍କ କହିବା ଅନୁଯାୟୀ, ସୁବଳୟା ପୋଲିସ ଆମ ପାଖରୁ ଗୋଟିଏ ଗାଇ ପିଛା ୫୦୦ ଟଙ୍କା ଲେଖାଏଁ ନେଇଥାଏ ଏବଂ ଆମକୁ ଗରିଆମୁଣ୍ଡା ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇଦେଇଥାଏ। ଯାହା ଫଳରେ ଦିନ ଦ୍ବିପ୍ରହରରେ ଗୋରୁ ମାନଙ୍କୁ ଚଲାଇ ଚଲାଇ ନିକଟସ୍ଥ ଗରିଆମୁଣ୍ଡା ଜଙ୍ଗଲକୁ ନେଇଥାଉ। ଅଞ୍ଚଳରେ ହେଉଥିବା ଗୋରୁ ଚାଲାଣକୁ ବନ୍ଦ ପାଇଁ ବଜରଙ୍ଗ ଦଳ ଓ ବିଜେପିର ବହୁ କର୍ମୀ ଥାନା ଘେରାଉ କରିଥିଲେ। ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଯେଭଳି ଆଗକୁ ଗୋରୁ ଚାଲାଣ ନହେବ ସେ ଉପରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ l ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *