ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର ସଚେତନତା ଶିବିର ଅନୁଷ୍ଠିତ
ନୟାଗଡ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସଚେତନତା କାର୍ଯ୍ୟକ୍ରମ ରିଜର୍ଭ ବ୍ୟାଙ୍କ ଏବଂ ଲିଡ଼ ବ୍ୟାଙ୍କର ସମନ୍ବିତ ଉଦ୍ୟମରେ ଏକ ସଚେତନତା ଶିବିର “ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର” କାର୍ଯ୍ୟକ୍ରମ ଆଜି ପୂର୍ବାହ୍ଣ ୧୧ ଘଟିକା ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଧୁକର ଆନନ୍ଦ, ଡି.ଜି.ଏମ (ଆର.ବି.ଆଇ.) ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ୍ ଭାବେ ଶ୍ରୀ ଭଗତ ବେହେରା , ଆର .ଏମ . ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋଗ ଦେଇଥିଲେ । ଲୋହିତ ନନ୍ଦ ଏଲ.ଡି.ଏମ., ନୟାଗଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ହିତାଧିକାରୀ ମାନଙ୍କର ଅଜାଣତରେ ହେଉ କିମ୍ବା ବିଭିନ୍ନ କାରଣ ବଶତଃ ଆକାଉଣ୍ଟରେ ଜମା ରାଶି ପଡ଼ିରହିଥିଲେ, କୌଣସି କାରବାର ହେଉ ନଥିଲେ ୧୦ ବର୍ଷ ପରେ ଏହା ରିଜର୍ଭ ବ୍ୟାଙ୍କକୁ ଫେରି ଯାଇଥାଏ । ଏହି ଟଙ୍କା ହିତାଧ୍ୟାକାରୀ ମାନେ ଫେରି ପାଇବା ପାଇଁ ରିଜର୍ଭ ବ୍ୟାଙ୍କର ଏହା ଏକ ପ୍ରଚେଷ୍ଟା । ସେଥିପାଇଁ ହିତାଧ୍ୟାକାରୀ ମାନେ ବ୍ୟାଙ୍କରେ ଖୋଲିଥିବା ଜମା ଖାତାର ଉପଯୁକ୍ତ ପରିଚୟ ପତ୍ର ଓ କେ.ୱାଇ.ସି ଫର୍ମ ପୂରଣ କରି ଆବେଦନ କରିପାରିବେ । ଆଜି ୪ ଜଣ ହିତାଧ୍ୟାକାରୀ ତାଙ୍କ ଜମା ପୁଞ୍ଜିକୁ ଡ୍ରାଫ୍ଟ ଚେକ ଆକାରରେ ଫେରି ପାଇଛନ୍ତି । ସେମାନେ ହେଲେ – ୧. ରଘୁନାଥ ବେହେରା – ୪୭,୫୭୦ ଟଙ୍କା, ୨. ଜାଗିରି ଖଇରପଟି – ସୋସାଇଟି WCS Ltd. – ୯୪,୯୧୩ ଟଙ୍କା, ୩. ମଧୁବନ ସୋସାଇଟି WCB Ltd. – ୩,୩୦,୭୭୫ ଟଙ୍କା, ୪. ଭାସ୍କର ଚନ୍ଦ୍ର ଦାଶ- ୭,୯୯୩ ଟଙ୍କା । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ଅଧିକାରୀ / ବ୍ୟାଙ୍କିଙ୍ଗ ଷ୍ଟାଫ / ବ୍ୟାଙ୍କ ହିତାଧ୍ୟାକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
