December 20, 2025
Home » ବି କେ ଡଃ କମଳେଶ ଜ୍ଞାନର ଗଙ୍ଗା ଥିଲେ

ବି କେ ଡଃ କମଳେଶ ଜ୍ଞାନର ଗଙ୍ଗା ଥିଲେ

0
WhatsApp Image 2025-12-20 at 2.11.58 PM

ଭୁବନେଶ୍ବର:ପୋଖରୀପୁଟ ବି କେ ଆଶ୍ରମ ପକ୍ଷରୁ କଟକ କେନ୍ଦ୍ରୀୟ ଜୋନର ଉପନିର୍ଦ୍ଦେଶକ ଡଃ କମଳେଶ ଙ୍କ ଦେହାବସାନ ଉପଲକ୍ଷେ ଏକ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ତର୍ପଣ ସଭାରେ ସ୍ଥାନୀୟ ଶାଖା ପରିଚାଳିକା ବି କେ ଅର୍ପିତା ଅଧ୍ୟକ୍ଷତା କରିଥିବା ବେଳେ ବି କେ ରୁବୀ ଇଶ୍ବରୀୟ ବାର୍ତ୍ତା ପ୍ରଦାନ କରିଥିଲେ। ଆଦରଣୀୟ ଦିଦି ଡଃ କମଳେଶ୍ ଅର୍ଦ୍ଧ ଶତାଦ୍ଦୀ ଧରି ଓଡିଶାରେ ପରମାତ୍ମାଙ୍କ ଦିବ୍ୟ ଅମୃତ ଜ୍ଞାନ, ସହଜ ରାଜ ଯୋଗ ଶିକ୍ଷା ଦେଇ ମାତୃତ୍ୱର ମହାନୀୟତା ପରିଚୟ ପ୍ରଦାନ କରିଛିନ୍ତି।

ତାଙ୍କର ତ୍ୟାଗ, ତପସ୍ୟା ଓ ସେବା ଚିରଦିନ ସ୍ମରଣୀୟ ହୋଇ ରହିବ ବୋଲି ଡଃ ଦେବପ୍ରସାଦ, ବରିଷ୍ଠ ସାମ୍ବାଦିକ ନିର୍ମଳ ଚନ୍ଦ୍ର ସାମଲ ଓ ବି କେ ଏ ସେନଗୁପ୍ତ କହିଥିଲେ। ସ୍ଵର୍ଗତ କମଳେଶ ଆଧ୍ୟାତ୍ମିକ ଜ୍ଞାନ ଗଙ୍ଗାର ଭାଗୀରଥ ଥିଲେ ବୋଲି ରାଜଯୋଗନୀ ଅର୍ପିତା କହିଥିଲେ । ଅନ୍ୟନ୍ୟ ମାନଙ୍କ ମଧ୍ୟରେ ବି କେ ପଞ୍ଚାନନ ବି କେ କୁମାରୀ ମାତା, ଅନୁସାୟା , ଅହଲ୍ୟା, ଅଚ୍ୟୁତାନନ୍ଦ, ଲିଜା , ଭବାନୀ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟଜଣେ ଧର୍ମ ପ୍ରାଣ ମହିଳା ସତ୍ୟଭାମା ଡାକୁଆଙ୍କ ବିୟୋଗରେ ତାଙ୍କ ଫଟୋଚିତ୍ରରେ ଭକ୍ତି ଅର୍ଘ୍ୟ ଅର୍ପଣ କରାଯାଇଥିଲା। ପରିଶେଷରେ ବି କେ ସିନୂ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *