ଗୁହାରି ଶୁଣନ୍ତୁ ସରକାର,ରାଜ ରାସ୍ତାରେ ଅନ୍ନଦାତା
ଧାନ ବିକ୍ରି ସମସ୍ୟାକୁ ନେଇ ଚାଷୀଙ୍କ ଅଭିନଵ ପ୍ରତିବାଦ
ସୁବର୍ଣ୍ଣପୁର –ଆଜ୍ଞା ଧାନ କେଜି ୧୦ଟଙ୍କାକେ ନିଅ। ଆମର ଛୁଆ ପିଲା କୁଟୁମ୍ବ ପୁଶୁମୁ।ଘରେ ପଇସା ପତର ନାହିନ ଯେ ପରିବାର ଲୋକେ ଭୁକେ ଚଳବାର କେ ପଡୁଛେ । ଧାର ଉଧାର କରି ଚାଷ କରି ଥିଲୁଁ ସାହୁକାରର ଋଣ ଗଲେ ସୁଝି ନାହିଁ ପାରବାର ଆଜ୍ଞା,ଛୁଆ ପିଲାକର ଔଷଧ କିଣି ନାହିଁ ପାରାବାର କି ପାଠ ଗଲେ ପଢ଼ାଇ ନାହିଁ ପାରବାର। ବହୁତ ଦୁଃଖେ କଷ୍ଟେ ଚଲୁଛୁଁ ଆଜ୍ଞା ବୋଲି ଚାଷୀ ମାନେ ଆଖିରୁ ଲୁହ ଝରାଇ ନିଜର କଷ୍ଟ ପାର୍ଜିତ ଧାନକୁ ରାସ୍ତା ଉପରେ ଗଚ୍ଛିତ ରଖି ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ଆଜି ।

ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ କୌଡ଼ିଆମୁଣ୍ଡା ଛକ ଠାରେ । ଧାନର ଅଭାବୀ ବିକ୍ରି ସମସ୍ୟାକୁ ନେଇ ଆଜି ଶତାଧିକ ଚାଷୀ ରାସ୍ତାରେ ଟାୟାର ଜାଳିବା ସହ ରାସ୍ତାରେ ବସି ରହିଛନ୍ତି ।ଫଳରେ ସଂସାମୁରା ପଣ୍ଡକିଟାଲ କେନାଲ ରାସ୍ତାରେ ଯା ଆସ କରୁଥିବା ଯାନବାହାନ ଗୁଡିକ ଠପ୍ ହୋଇପଡ଼ିଛି ।ଚାଷୀଙ୍କ ଏହି ଆନ୍ଦୋଳନକୁ ଅଞ୍ଚଳର ଲୋକେ ମଧ୍ୟ ସମର୍ଥନ ଦେଇଛନ୍ତି ।ସୂଚନା ଯୋଗ୍ୟ ଗତ ଡିସେମ୍ବର ୯ତାରିଖ ଠାରୁ ମଣ୍ଡି ଖୋଲିଲାନି ।ହେଲେ ଧାନ କ୍ରୟ ହୋଇ ପାରୁନାହିଁ ।କାହାର ଟୋକନ ଅଦ୍ୟାବଧି ଆସିନାହିଁ ତ ଆଉ କାହାର ଟୋକନ ଆସିଥିଲେ ମଧ୍ୟ ଧାନ ବିକ୍ରି କରି ପାରୁନାହିଁ ।କାରଣ ମଣ୍ଡିରୁ ଧାନ ଉଠୁନାହିଁ ।ଦୁନିଆ କୁ ଆହାର ଯୋଗାଉଥିବା ଚାଷୀ ଏବେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।ଶୁକ୍ରବାର ଦିନ ବିନିକା ତହସିଲଦାରଙ୍କ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଶତାଧିକ ଚାଷୀ ଧାନ ବିକ୍ରି ସମସ୍ୟାର ସମାଧାନ ନେଇ ଦାବିପତ୍ର ପ୍ରଦାନ କରିଥିଲେ।ହେଲେ ଆଜି ବିନିକା ବ୍ଲକ ଶଙ୍କରା ପଞ୍ଚାୟତ କୌଡ଼ିଅମୁଣ୍ଡା ଛକ ଠାରେ ଅଞ୍ଚଳର ବହୁ ଚାଷୀ ଧାନ ବିକ୍ରି କୁ ନେଇ ରାସ୍ତାରେ ଓହ୍ଲାଇ ଅଭିନବ ପ୍ରତିବାଦ କରିଛନ୍ତି।ସେମାନଙ୍କ ଦାବି ଅନୁସାରେ ତୁରନ୍ତ ଚାଷୀଙ୍କୁ ଟୋକନ ଦିଆଯାଉ, ମଣ୍ଡି ରୁ ଶୀଘ୍ର ଧାନ ଉଠୁ,କଟନୀ ଛଟନୀ ବନ୍ଦ ହେଉ ଆଦି ଦାବି ରେ ଚାଷୀ ଅଟଳ ରହିଛନ୍ତି । ଧାନ ଅଭାବୀ ବିକ୍ରି ସମସ୍ୟାର ସମାଧାନ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ନତୁବା ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
