December 25, 2025
Home » ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ସଫଳ କାର୍ଯ୍ୟକାରୀ ଦାବୀରେ କଂଗ୍ରେସର ବିକ୍ଷୋଭ

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ସଫଳ କାର୍ଯ୍ୟକାରୀ ଦାବୀରେ କଂଗ୍ରେସର ବିକ୍ଷୋଭ

0
WhatsApp Image 2025-12-22 at 5.30.10 PM

ଛତ୍ରପୁର:ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ସଫଳ ରୂପାୟନ ସ୍ୱରୂପ କାର୍ଯ୍ୟକାରୀ କରାଯିବାକୁ କଂଗ୍ରେସ ପାର୍ଟି ପକ୍ଷରୁ ଦୃଢତାର ସହ ଦାବୀ କରାଯାଇଛି ।ମନରେଗା ଯୋଜନାର ନୂଆ ନାମକରଣ କରି ସରକାର ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ କରିଥିବା ନେଇ ଏହା ଅତ୍ୟନ୍ତ ପରିତାପର ବିଷୟ ବୋଲି କଂଗ୍ରେସର ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଛନ୍ତି । ଏହି ପ୍ରଥା କୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

କଂଗ୍ରେସର ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମରେ ପୂର୍ବତନ ଗୋପାଳପୁର ବିଧାୟକ ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଡ଼ଃ ତ୍ରୀନାଥ ବେହେରା, ଦିଗପହଣ୍ଡିର କଂଗ୍ରେସ ନେତା ସାକା ସୁଜିତ, ସୋରଡାର କଂଗ୍ରେସ ନେତା ପ୍ରଶାନ୍ତ ବିଷୋୟୀ, କବିସୂର୍ଯ୍ୟନଗର କଂଗ୍ରେସ ନେତା ସଞ୍ଜୟ ମଣ୍ଡଳ, ଜିଲ୍ଲା କଂଗ୍ରେସ ଉପସଭାପତି ଅଶୋକ ପଟ୍ଟନାୟକ, ନାରୀ ନେତ୍ରୀ ପ୍ରଭାସିନୀ ପଟ୍ଟନାୟକ,ଜିଲ୍ଲା କାର୍ଯ୍ୟକର୍ତ୍ତା ସଦସ୍ୟ ଉମାକାନ୍ତ ସାସମଲ, କବୀର ସାବତ, ମହେଶ୍ୱର ପାତ୍ର ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି କୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଦୃଢ଼ ସମାଲୋଚନା କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *