February 23, 2026
Home » ସେବା ଗୌରବ ସମ୍ମାନରେ ସମ୍ମାନିତ ହେଲେ ତୋରା ଗ୍ରାମର ଡକ୍ଟର ସସ୍ମିତା ମେହେର

ସେବା ଗୌରବ ସମ୍ମାନରେ ସମ୍ମାନିତ ହେଲେ ତୋରା ଗ୍ରାମର ଡକ୍ଟର ସସ୍ମିତା ମେହେର

0
WhatsApp Image 2025-12-26 at 3.27.38 PM

ବରଗଡ: ମାଗଣା ସିଲେଇ ଶିକ୍ଷା ଏବଂ ମାଗଣା ବାନ୍ଧ ଶିକ୍ଷା ଦେଇ ଶହ ଶହ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରି ଚର୍ଚାରେ ଥିବା ବରଗଡ ଜିଲ୍ଲା ଅନ୍ତର୍ଗତ ତୋରା ଗ୍ରାମର ଡକ୍ଟର ସସ୍ମିତା ମେହେର ସେବା ଗୌରବ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି।ତାଙ୍କର ଏହି ସମ୍ମାନିତ ଖବର ପାଇ ତାଙ୍କୁ ତାଙ୍କ ଶୁଭେଚ୍ଛୁ ମାନେ ଅଭିନନ୍ଦନ ବାର୍ତ୍ତା ଦେଉଥିବା ଦେଖିବାକୁ ମିଲିଛି।ପ୍ରକାଶ ଥାଉକି ଗତ ୨୧ ଡିସେମ୍ବର ଭୁବନେଶ୍ବର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ପ୍ରତିଜ୍ଞା ଖବର କାଗଜର ବାର୍ଷିକ ଉତ୍ସବ ହୋଇଥିଲା।ଏଥିରେ ପ୍ରତିଜ୍ଞା ଲାଇଭ୍ ର ରଜ ବିୟୁଟି ବିଜେତା ମାନଙ୍କୁ ସମ୍ମାନିତ କରାଯିବା ସହିତ ସମାଜ ପାଇଁ ନିଜକୁ ସମର୍ପିତ କରିଥିବା ଡକ୍ଟର ସସ୍ମିତା ମେହେରଙ୍କୁ ସେବା ଗୌରବ ସମ୍ମାନରେ ସମ୍ମାନିତ କରା ଯାଇଥିଲା। ଏହି ସମ୍ମାନ ଆଗକୁ ଆହୁରି ପ୍ରେରଣା ଦେବ ବୋଲି ଡଜ୍ଟର ମେହେର ପ୍ରକାଶ କରିଛନ୍ତି।

ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସୀ)

Leave a Reply

Your email address will not be published. Required fields are marked *