December 26, 2025
Home » ଖାରବେଳ ଭବନରେ କ୍ୟାଣ୍ଟିନ ‘ସୃଜନ’ ଉଦଘାଟିତ

ଖାରବେଳ ଭବନରେ କ୍ୟାଣ୍ଟିନ ‘ସୃଜନ’ ଉଦଘାଟିତ

0
WhatsApp Image 2025-12-26 at 5.06.56 PM

ମିଳିବ ରେଳଟିକଟ ଓ ପର୍ଯ୍ୟଟନ ସୂଚନା ସୁବିଧା

ଭୁବନେଶ୍ୱର: ଆଜି ଖାରବେଳଭବନର ପ୍ରଥମ ମହଲାରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ କ୍ୟାଣ୍ଟିନ ‘ସୃଜନ’ ଲୋକାର୍ପିତ ହୋଇଛି । ଆଇଆରସିଟିସି ଦ୍ୱାରା ପରିଚାଳିତ ଏହି କ୍ୟାଣ୍ଟିନକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି ଯେ ଏଠାରେ କାର୍ଯ୍ୟ କରୁଥିବା ବିଭାଗଗୁଡିକର ପ୍ରାୟ ସାତଶହରୁ ଅଧିକ କର୍ମଚାରୀ ଉପକୃତ ହୋଇପାରିବେ । ଏତଦ୍‍ବ୍ୟତିତ ବିଭିନ୍ନ ସମୟରେ ଖାରବେଳଭବନକୁ ବିଭିନ୍ନ କାର୍ଯ୍ୟପାଇଁ ଆସୁଥିବା ଲୋକେ ମଧ୍ୟ ଉପକୃତ ହୋଇପାରିବେ । କାରଣ ଏହାର ଆଖପାଖରେ ବିଶେଷ କିଛି ସୁବିଧା ନାହିଁ । ଏଠାରେ ବିମାନ ଓ ରେଳ ଟିକଟ ସୁବିଧାରେ ଉପଳବ୍ଧ କରାଯାଇଛି ଏବଂ ପର୍ଯ୍ୟଟନପାଇଁ ମଧ୍ୟ ପରାମର୍ଶ ଦିଆଯିବାର ବ୍ୟବସ୍ଥା ରହିଛି ।

ଏହି କ୍ୟାଣ୍ଟିନରେ ଖାଦ୍ୟର ଗୁଣବତ୍ତା, ପରିଷ୍କାର ପରିଚ୍ଛନ୍ନତା ବଜାୟ ରହିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ କହିଛନ୍ତି ଯେ ଏହି କ୍ୟାଣ୍ଟିନ ଖାରବେଳଭବନରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗ ପାଇଁ ବ୍ୟବସ୍ଥିତ । ଏଠାକାର ବ୍ୟବସ୍ଥା ଆଦି ସମ୍ପର୍କରେ ଶ୍ରୀମତୀ ପାଢୀ ମନ୍ତ୍ରୀ ସୂଚନା ଦେଇଥିଲେ । ପ୍ରକାଶ ଥାଉ କି ଗତ ମାର୍ଚ୍ଚମାସ ୩ତାରିଖ ଦିନ ରାଜ୍ୟ ସରକାର ଗୃହ ଓ ନଗର ଉନ୍ନୟନ ବିଭାଗକୁ ଖାରବେଳଭବନର ପରିଚାଳନା ପାଇଁ ନୋଡାଲ ବିଭାଗ ଭାବେ ଘୋଷଣା କରି ନିର୍ଦ୍ଦେଶନାମା ଜାରି କରିଥିଲେ । ସେହି ଅନୁଯାୟୀ ଏଠାରେ ନିକଟରେ ଏକ କ୍ରେଜ୍‍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଉଦଘାଟିତ ହୋଇଥିବାବେଳେ ମନ୍ତ୍ରୀ ଡକ୍ଟର ମହାପାତ୍ରଙ୍କ କରକମଳରେ କ୍ୟାଣ୍ଟିନ୍‍ ‘ସୃଜନ’ ଓ ଲାଉଞ୍ଜ ଉଦଘାଟିତ ହୋଇଛି । ଏହି ଅବସରରେ ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ସମେତ ସମସ୍ତ ବିଭାଗୀୟ ପଦାଧିକାରୀ ଓ ଭାରତୀୟ ରେଳବାଇ ତରଫରୁ ଦକ୍ଷିଣ କେନ୍ଦ୍ରୀୟ ଜୋନ୍‍ର ଜିଜିଏମ୍‍ ପି ରାଜକୁମାର, ଭୁବନେଶ୍ୱର ଆଞ୍ଚଳିକ ପରିଚାଳକ ଅନୁଜ ଦତ୍ତ, କ୍ୟାଟରିଙ୍ଗ ସର୍ଭିସେସ୍‍ ସେବାର ଡିଜିଏମ୍‍ ବିକ୍ରମ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *