ମୁଁ ଦଳିତ କିନ୍ତୁ ସଦା ଆଦିବାସୀଙ୍କ ପାଇଁ ଲଢ଼ିଛି ଓ ଲଢ଼ୁଛି : ଭକ୍ତ
ଭୁବନେଶ୍ବର :ସମ୍ପ୍ରତି ଘଟିଥିବା ମାଲକାନଗିରି ଜିଲ୍ଲାର ରାକାଲଗୁଡାକୁ କଂଗ୍ରେସ ଦଳର ବିଶିଷ୍ଟ ନେତୃବୃନ୍ଦଙ୍କ ସହିତ ପିସିସି ସଭାପତି ଭକ୍ତ ଚରଣ ଦାସ ପରିଦର୍ଶନ କରିବା ସହ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ତଥା ଆଲୋଚନା କରିଥିଲେ l ରାକାଲଗୁଡା ସଭାରେ ସଭାପତି ଶ୍ରୀ ଦାସ କହିଲେ, ଆମେ ଘଟଣାକୁ ଲକ୍ଷ୍ୟ କରୁଥିଲୁ, ପରିସ୍ଥିତି ବୁଝୁଥିଲୁ, ଜିଲ୍ଲା ସଭାପତିଙ୍କ ଠାରୁ ସୂଚନା ପାଉଥିଲୁଁ ଓ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରୁଥିଲୁ କ୍ଷ ମୁଁ ୭୨ ମସିହାରେ ମୋଟୁରୁ ପଦଯାତ୍ରା କରିଥିଲି କ୍ଷ ପୀଡିତାଙ୍କ ପରିବାର ସହିତ ସାକ୍ଷାତ କରିଥିଲୁ ଏବଂ ଏସପିଙ୍କୁ ଭେଟିଥିଲୁ l ଦୋଷୀ କିଏ ସେତେବେଳେ ଆମେ କହିଥିଲୁ କିନ୍ତୁ ଆଜି ପର୍ୟ୍ୟନ୍ତ ଦୋଷୀ ଧରା ପଡିଲେ ନାହିଁକ୍ଷ ମାଲକାନଗିରି ଜିଲ୍ଲାରେ ଆଦିବାସୀଙ୍କ ପ୍ରତି ଅତ୍ୟାଚାର ହେଉଛି ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ଘଟୁଛି କ୍ଷ ଏପରିକି ଛାତ୍ରାବାସରେ ମଧ୍ୟ ଦୁଷ୍କର୍ମ ହେଉଛି ଏବଂ ରାଜ୍ୟରେ ମଧ୍ୟ ଏ ସବୁ ଘଟଣା ବ୍ୟାପିବାରେ ଲାଗିଛି

ବିଜେପି ସରକାର ଆସିଲା ପରେ ନାରି ଅତ୍ୟାଚାର ବୃଦ୍ଧି ପାଇଛି କ୍ଷ ଅଧିକାଂଶ ଦୁଷ୍କର୍ମ ଆଦିବାସୀ କିମ୍ବା ଦଳିତଙ୍କ ଉପରେ ହଉଛି lଚିତ୍ରକୋଣ୍ଡା ଅଂଚଳର ଏକ ସ୍କୁଲରେ ଜଣେ ନାବାଳିକା ପ୍ରସବ କରିବା ଘଟଣା ସାମ୍ନା କୁ ଆସିଛି l ଏପରିକି ଖୋଦ ରାଜଧାନୀରେ ଦୁଷ୍କର୍ମ ଘଟଣା ଘଟୁଛିକ୍ଷ ଏଥିପାଇଁ ଲୋକଙ୍କୁ ଜାଗ୍ରତ ହେବାକୁ ପଡିବ l ଜାଗ୍ରତ ହେଲେ ପ୍ରତିକ୍ରିୟା ହେବ ଏବଂ ହିଂସା ହେଲେ ପ୍ରତିହିଂସା ହେବ କ୍ଷ କିନ୍ତୁ ପ୍ରତିହିଂସା ସଦଭାବପୁର୍ଣ କରିବା ଆବଶ୍ୟକତା ଅଛି କ୍ଷ ହଜାର ହଜାର ଲୋକ ଜିଲ୍ଲାପାଳଙ୍କ ପାଖକୁ ଯିବେ ନ୍ୟାୟର ଦାବି କରିବେ ଏକଥା ସୋସିଆଲ ମେଡ଼ିଆରେ ବ୍ୟାପିବ ଏବଂ ଏହା ଏକ ଜନଆନ୍ଦୋଳନର ରୂପ ନେବl ଆଦିବାସୀଙ୍କ ପାଇଁ ମୁଁ ବସ୍ତର ଝାଡ଼ଖଣ୍ଡ ତେଲେଙ୍ଗାନା, ଆନ୍ଦ୍ର, ଗୁଜରାଟ ଆଦି ସ୍ଥାନରେ ଲଢ଼ିଛି l ମୁଁ ଦଳିତ ହୋଇଥିଲେ ମଧ୍ୟ ଆଦିବାସୀଙ୍କ ପାଇଁ ଲଢ଼ିଛି କ୍ଷ ଆଦିବାସୀ ହେଉଛନ୍ତି ଗାନ୍ଧୀଙ୍କର ଗାନ୍ଧିଜୀ କହିଛନ୍ତି ଯେତେବେଳେ ସମାଜର ଶେଷ ବ୍ୟକ୍ତି ନ୍ୟାୟ,କର୍ମ, ସମ୍ମାନ ପାଇ ନାହାନ୍ତି ସେ ପର୍ୟ୍ୟନ୍ତ ଏ ଦେଶ କେବେ ଆଗକୁ ବଢ଼ି ପାରିବ ନାହିଁ l ଏଠାରେ ଘଟିଥିବା ହତ୍ୟା ଘଟଣା ଜଣେ ବ୍ୟକ୍ତିର କାର୍ୟ୍ୟ ନୁହେଁ କ୍ଷ ଅନ୍ୟମାନେ କିଏ ସାମିଲ ହୋଇଥିଲେ ଏବଂ କାହିଁକି ସାମିଲ ହୋଇଥିଲେ ତାହା ଜାଣିବାର ଆବଶ୍ୟକତା ଅଛି l ଏବଂ ପୋଲିସ ଅପରାଧୀକୁ ଦଣ୍ଡ ଦେବା ତାର କର୍ତ୍ତବ୍ୟ କ୍ଷ ପୋଲିସ ଏବଂ ସରକାର ଉପରେ ପ୍ରଶ୍ନ ଉଠିବ କାରଣ ଗଣତନ୍ତ୍ର ଏବଂ ସମ୍ବିଧାନର ଶାସନ ଅଛି l ଏହି ଆଦିବାସୀଙ୍କ ମାଆଙ୍କ ହତ୍ୟାରେ ଯେଉଁ ମନେ ସାମିଲ ଅଛନ୍ତି ସେମାନଂକୁ ମଧ୍ୟ ଦଣ୍ଡ ଦେବା ଉଚିତ l ୨୦୦୬ ମସିହାରେ କଂଗ୍ରେସ ଆଣିଥିବା ଆଇନ ଅନୁଯାଇ ପଟ୍ଟା ଦିଆଯାଉll ଆପଣ ଲଢନ୍ତୁ କଂଗ୍ରେସ ଆପଣଙ୍କ ସାଙ୍ଗେ ଲଢ଼ିବ l

ବଙ୍ଗାଳୀ ସମାଜକୁ ସମ୍ବୋଧନ କରି ଶ୍ରୀ ଦାସ କହିଲେ ଆଦିବାସୀ ହଉଛି ମୂଳନିବାସୀ ସେମାଙ୍କଠାରୁ ସମସ୍ତ ଜାତିର ସୃଷ୍ଟି l ସେମାନେ ଶହ ଶହ ବର୍ଷ ଧରି ଦୁଃଖକଷ୍ଟ ଓ ନିର୍ୟାତନାର ଶିକାର ହୋଇ ଆସୁଛନ୍ତି l ସେମାନେ ମାଟିର ମାଲିକ l ସମସ୍ତ ଜାତିର ଉନ୍ନତି ହେଇଛି କିନ୍ତୁ ଆଦିବାସୀ ଆଜି ବି ପଛୁଆ ଅଛନ୍ତି କ୍ଷ ସେମାନେ ସରଳ ଓ ନିଷ୍କପଟ ସେମାନଙ୍କୁ ଉସକେଇବା ସହଜ l ଏହି ଘଟଣା କେବଳ ଜଣେ ଲୋକଙ୍କ ପାଇଁ ଗାଁ ନିନ୍ଦିତ ହେଲା l କିନ୍ତୁ ତା ପଛରେ କିଛି ଲୋକ ନିଶ୍ଚୟ ସାମିଲ ଅଛନ୍ତି l ଆପୋଷ ବୁଝାମଣକ୍ଷରେ ସମାଧାନ ହୋଇ ପାରିଥାନ୍ତା କ୍ଷ ଏଭଳି ଘଟଣା ଘଟେ କିନ୍ତୁ ଏଭଳି ସ୍ଥିତିରେ ଧର୍ୟ୍ୟର ସହ ବିଚାର କରିବକ୍ଷକୁ ପଡେl ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସଦଭାବ ରହିବା କଥା l ବିଦ୍ରୋହ କରିବାର ଆବଶ୍ୟକତା ଅଛି କିନ୍ତୁ ତାହା ଶାନ୍ତିପୂର୍ଣ ହେବା ଉଚିତ l ଆପଣଙ୍କ ସମାଜକୁ ଅନୁରୋଧ ଶାନ୍ତି ବଜାୟ ରଖନ୍ତୁ ଓ ସମସ୍ୟା ସମାଧାନର ପ୍ରୟାସ କରନ୍ତୁ l ମୁଁ ସରକାରଙ୍କ ଠାରେ ଅପିଲ କରିବି ଅପଣଂକର ଘରଦ୍ୱାର ଭାଙ୍ଗିଛି କେମିତି ଶାନ୍ତିରେ ସହଜରେ ଓ ଶୀଘ୍ର ହୋଇପାରିବ ସେ ଦିଗରେ ଆମେ ସମସ୍ତେ ପ୍ରୟାସ କରିବା ଆଦିବାସୀ ଏବଂ ଆପଣଙ୍କ ସମାଜ ମଧ୍ୟରେ ଏକ ସବୁଦିନିଆ ଭାଇଚାରା ସୃଷ୍ଟି ଏବଂ ବସତି ସ୍ଥାପନ କରାଯିବାର ବ୍ୟବସ୍ଥା କରିବା ପାଇଁ କଂଗ୍ରେସ ଦଳ ଉଦ୍ୟମ କରିବ ଏବଂ ସରକାରଙ୍କ ଠାରେ ଅନୁରୋଧ କରିବ l
ଆଜିର ଏହି ପରିଦର୍ଶନ ଏବଂ ସଭା କାର୍ୟ୍ୟକ୍ରମରେ ସିଏଲପି ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ମଙ୍ଗୁ ଖିଲ, ସତ୍ୟଜିତ ଗମାଙ୍ଗ, ପବିତ୍ର ସାଉଁତା, ଓଡିଶା ମହିଳା କଂଗ୍ରେସ ପ୍ରଭାରୀ ଶ୍ରୀମତୀ କର୍ମା, ପୂର୍ବତନ ବିଧାୟକ ଭୁଜବଳ ମାଝୀ, କଂଗ୍ରେସ ନେତା ମୁନା ତ୍ରିପାଠୀ, ଗୋବିନ୍ଦ ପାତ୍ର, ଚିଠି ବାବୁ, ଲାଲୁ ବାବୁ, ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ, ନିଶିକାନ୍ତ ମିଶ୍ର, ମନୋଜ ନାୟକ, ଅନାମ ଦ୍ୟାନ, ହାରାବତୀ ଗଣ୍ଡ, ମାଲା ପାଢ଼ୀ, ନିମାଇଁ ସରକାର ଆଦି ନେତୃବୃନ୍ଦ ସାମିଲ ହୋଇଥିଲେ l
