December 27, 2025
Home » ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନର

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନର

0
Screenshot 2025-12-27 162353

ଜୟ ଜଗନ୍ନାଥରୁ ପ୍ରତିକ୍ରିୟା ରଖିଲେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ମହାପ୍ରଭୁଙ୍କ ଡୋରୀ ଲାଗିଵାରୁ ମୁଁ ଏବଂ ମୋର ଧର୍ମପତ୍ନୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କଲୁ। ଶ୍ରୀଜଗନ୍ନାଥ ସଂସ୍କୃତି ସହ ଓଡ଼ିଶାର କଳା ସଂସ୍କୃତି ଓ ଭାଷା ଭାରତର ପ୍ରାଚୀନ ସଂସ୍କୃତି ହୋଇଥିଵାରୁ ଏହା ବିଷୟରେ ମୁଖ୍ୟ ନିର୍ବାଚନ କମିଶନର ଏବଂ ତାଙ୍କ ଧର୍ମପତ୍ନୀ ଜାଣି ବେଶ୍ ଖୁସି ପ୍ରକଟ କରିଛନ୍ତି। ଏହାସହ ଶ୍ରୀମନ୍ଦିରରୁ ପ୍ରତ୍ୟାଵର୍ତ୍ତନ ପରେ ସେ ସମସ୍ତ ଓଡ଼ିଶାବାସୀଙ୍କୁ ନମସ୍କାର କରିଥିଲେ। ଶ୍ରୀମନ୍ଦିର ନିକଟରେ ପହଞ୍ଚିଵା ପରେ ମୁଖ୍ୟ ନିର୍ବାଚନ କମିଶନର ଏବଂ ତାଙ୍କ ଧର୍ମପତ୍ନୀଙ୍କୁ ଜିଲ୍ଲା ପ୍ରଶାସନ,, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱାଗତ କରାଯାଇ ଶ୍ରୀମନ୍ଦିରକୁ ପାଛୋଟି ନିଆଯାଇଥିଲା | ଭିତରକାଠରୁ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ ଦମ୍ପତି । ପରେ ମା ବିମଳା,,ମା ଲକ୍ଷ୍ମୀ ଏବଂ କାନପତା ମହାବୀରଙ୍କ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ଭିତରେ ପ୍ରାୟ ୪୦ ମିନିଟ ଅତିବାହିତ କରିବା ପରେ ସିଇସି ଏବଂ ତାଙ୍କ ଧର୍ମପତ୍ନୀ ସିଧାସଳଖ କୋଣାର୍କ ଅଭିମୁଖେ ବାହାରିଥିଲେ। ମୁଖ୍ୟ ନିର୍ବାଚନ କମିଶନରଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ବେଶ୍ କଡାକଡି କରାଯାଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ,, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,, ଏସପି ପ୍ରତୀକ ସିଂ ଏଵଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *