ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କଲେ କଣ୍ଠଶିଳ୍ପୀ ଅଭିଜିତ ଭଟ୍ଟାଚାର୍ଯ୍ୟ
ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅଭିଜିତ ଭଟ୍ଟାଚାର୍ଯ୍ୟ ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଅଭିଜିତ ଭଟ୍ଟାଚାର୍ଯ୍ୟ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା l ଅଭିଜିତ ଭଟ୍ଟାଚାର୍ଯ୍ୟ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଵା ପରେ ପ୍ରତ୍ୟାବର୍ତ୍ତନ ସମୟରେ ଜୟ ଜଗନ୍ନାଥର ନାରା ଦେଇଥିଲେ। ଶ୍ରୀମନ୍ଦିର ରତ୍ନସିଂହାସନରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ପରେ ଭିତରେ ବେଢ଼ା ପରିକ୍ରମା କରିବା ସହ ବିଭିନ୍ନ ଦେବାଦେବୀ ମନ୍ଦିର ଯାଇ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ l ଜଗା ଦର୍ଶନ କରି ସେ ବେଶ ଖୁସି ଥିବା ନଜର ଆସିଛନ୍ତି । ବେଙ୍ଗଲ ବ୍ରାହ୍ମଣ ପରିବାରରେ ୧୯୫୮ରେ ସେ ଜନ୍ମ ଗ୍ରହଣ କରିଥିଲେ। ବଲିଉଡ ସିନେମା ଜଗତରେ ତାଙ୍କର ବେଶ ନାଁ ରହିଛି। ପୁରୀ ଆସି ସେ ମହାପ୍ରଭୁଙ୍କ ଦର୍ଶନ କରି ଖୁସିବ୍ୟକ୍ତ କରିଛନ୍ତି ଅଭିଜିତ୍।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
