ଜାନୁଆରୀ ୩ ରେ ଅନୁଷ୍ଠିତ ହେବ ବିଂଶତମ ମହୋଦଧି ଆରତୀର ବାର୍ଷିକ ମହୋତ୍ସବ
ଆସନ୍ତା ଜାନୁଆରୀ ୩ ରେ ଅନୁଷ୍ଠିତ ହେବ ବିଂଶତମ ମହୋଦଧି ଆରତୀର ବାର୍ଷିକ ମହୋତ୍ସବ । ଶ୍ରୀଗୋବର୍ଦ୍ଧନ ମଠ ପୁରୀ ପୀଠ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ସ୍ଵର୍ଗଦ୍ଵାର ସମ୍ମୁଖ ବେଳାଭୂମିରେ ଅନୁଷ୍ଠିତ ହେବ। ସାଗର ତଟ ବେଳାଭୂମି ସୁରକ୍ଷିତ ରହୁ ,ସାଗର ତଟ ସୁରାସୁନ୍ଦରୀଙ୍କ କେନ୍ଦ୍ର ନ ହେଉ ,ସାଗର ତଟ ଏକ ଆଧ୍ୟାତ୍ମିକ ବାତାବରଣରେ ପରିଣତ ହେଉ ଏହି ଭାବନାକୁ ପୂରଣ କରିବାକୁ ଯାଇ ତୀର୍ଥରାଜ ମହୋଦଧି ଙ୍କ ନିତ୍ୟ ସନ୍ଧ୍ୟା ଆରତୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପୂଜ୍ୟ ଜଗଦଗୁରୁ ଶଙ୍କରାଚାର୍ଯ୍ୟ | ପୂଜ୍ୟ ସ୍ଵାମୀ ନିଶ୍ଚଳନନ୍ଦ ସରସ୍ଵତୀ ମହାରାଜା ନିଜେ ସମୁଦ୍ର ଆରତୀର ଏହି ବାର୍ଷିକ ଉତ୍ସବରେ ଆରତୀ କରିବେ ।ଉପସ୍ଥିତ ରହିବେ ବିଭିନ୍ନ ସାଧୁ ସନ୍ଥ,ନେତା ମନ୍ତ୍ରୀ ,ମାନ୍ୟ ଗଣ୍ୟ ବ୍ୟକ୍ତିତ୍ଵ । ପବିତ୍ର ପୌଷ ପୂର୍ଣ୍ଣିମା ତିଥିରେ ଅନୁଷ୍ଠିତ ହେବ ଏହି ମହା ଉତ୍ସବ । ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଆଇନ ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ,ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
