February 23, 2026
Home » ଏନସିସି ସାଧାରଣ ତନ୍ତ୍ର ଦିବସ ଶିବିରରେ ଭାଗନେବେ ଓଡ଼ିଶାର ୧୨୭ଜଣ କ୍ୟାଡେଟ୍

ଏନସିସି ସାଧାରଣ ତନ୍ତ୍ର ଦିବସ ଶିବିରରେ ଭାଗନେବେ ଓଡ଼ିଶାର ୧୨୭ଜଣ କ୍ୟାଡେଟ୍

0
WhatsApp Image 2025-12-27 at 11.08.13 PM (3)

ଭୁବନେଶ୍ୱର ନୂଆଦିଲ୍ଲୀରେ ୨୭ ଡିସେମ୍ବର,୨୦୨୫ ରୁ ୨୯ ଜାନୁଆରୀ, ୨୦୨୬ ରିଖ ପର୍ଯ୍ୟନ୍ତ ଏନସିସି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଶିବିରରେ ଯୋଗଦେବା ପାଇଁ ଓଡ଼ିଶାର ସର୍ବମୋଟ ୧୨୭ଜଣ କ୍ୟାଡେଟ୍ ଚୟନିତ ହୋଇଛନ୍ତି। ଓଡ଼ିଶା ଏନସିସିର ପ୍ରାୟ ୬୪ ହଜାର କ୍ୟାଡେଟ୍‌ଙ୍କ ମଧ୍ୟରୁ ୧୨୭ଜଣ କ୍ୟାଡେଟ୍‌ଙ୍କୁ (୮୦ଜଣ ବାଳକ ଏବଂ ୪୭ଜଣ ବାଳିକା) ଚୟନିତ କରାଯାଇଛି।୧୨୭ ଜଣ କ୍ୟାଡେଟଙ୍କ ମଧ୍ୟରୁ କଲେଜ ଏନସିସି ଶାଖାରୁ ରହିଛନ୍ତି ୧୧୨ ଜଣ (୭୧ ବାଳକ ଓ ୪୧ ବାଳିକା) ଏବଂ ସ୍କୁଲ ଏନସିସି ଶାଖାରୁ ୧୫ଜଣ (୯ ବାଳକ ଓ ୬ ବାଳିକା) କ୍ୟାଡେଟ୍ ରହିଛନ୍ତି।ଓଡ଼ିଶାରୁ ଚୟନିତ ହୋଇଥିବା ୧୨୭ଜଣ କ୍ୟାଡେଟ୍ ଏବଂ ୧୦ ଜଣ ସପୋର୍ଟିଙ୍ଗ ଷ୍ଟାଫ୍ ଆଜି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।

ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଶିବିରରେ ଯୋଗଦେବା ସହ ଓଡ଼ିଶାର ଏନସିସି କ୍ୟାଡେଟ୍‌ମାନେ ନୂଆଦିଲ୍ଲୀରେ ହେବାକୁ ଥିବା ସାଧାରଣ ତନ୍ତ୍ର ଦିବସ ପ୍ୟାରେଡ଼ ଏବଂ ଏନସିସି ପିଏମ୍ ରାଲିରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ। ଏଥି ନିମନ୍ତେ ଓଡ଼ିଶାରୁ ଚୟନିତ ହୋଇଥିବା କ୍ୟାଡେଟ୍ ମାନଙ୍କୁ ୧ ମାସ ସମୟ ଧରି ନବରଙ୍ଗପୁର ଠାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।ଏନସିସି କ୍ୟାଡେଟ୍‌ମାନେ ନୂଆଦିଲ୍ଲୀ ଯିବା ପୂର୍ବରୁ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ କ୍ୟାଡେଟ୍‌ମାନଙ୍କ ସହ ସାକ୍ଷାତ କରି ସେମାନଙ୍କର ଉତ୍ସାହ ବର୍ଦ୍ଧନ କରିଛନ୍ତି।ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, “ଏନସିସି କ୍ୟାଡେଟ୍‌ମାନେ କନିଷ୍ଠ ପରିଶ୍ରମ ଏବଂ ସମର୍ପଣ ଭାବନା ସହ ଦେଶର ଏକତା ଏବଂ ସାର୍ବଭୌମତା ରକ୍ଷା ନିମନ୍ତେ ସର୍ବଦା କାର୍ଯ୍ୟ କରିଥାନ୍ତି।

ସମସ୍ତ କ୍ୟାଡେଟ୍‌ମାନଙ୍କ ମଧ୍ୟରେ ଦେଶ ପାଇଁ ରହିଥିବା ଭଲ ପାଇବା ଏବଂ ନିଜ କର୍ମ ପ୍ରତି ରହିଥିବା ନିଷ୍ଠାପରତାର ଭାବନା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ୧୨୭ଜଣ ଏନସିସି କ୍ୟାଡେଟ୍ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ସାଧାରଣ ତନ୍ତ୍ର ଦିବସ ଶିବିରରେ ଯୋଗଦେବେ। ଓଡ଼ିଶାର କ୍ୟାଡେଟ୍‌ମାନେ ନୂଆଦିଲ୍ଲୀରେ ସାଧାରଣ ତନ୍ତ୍ର ଦିବସପ୍ୟାରେଡ଼ ଏବଂ ଏନସିସି ରାଲିରେ ଓଡ଼ିଶାର ପ୍ରତିନିଧିତ୍ବ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ସମସ୍ତ ଏନସିସି କ୍ୟାଡେଟ୍‌ମାନଙ୍କ ପାଇଁ ଏହି ସାଧାରଣ ତନ୍ତ୍ର ଦିବସ ଶିବିର ଏକ ସ୍ମରଣୀୟ ଅନୁଭୂତି ହେବ ବୋଲି ମୁଁ ଆଶା କରୁଛି।”ଏଥିସହ ଓଡ଼ିଶାରେ ଏନସିସି କ୍ୟାଡେଟ୍ ସଂଖ୍ୟାକୁ ବୃଦ୍ଧି କରିବା, ଏନସିସିରେ ମହିଳା କ୍ୟାଡେଟ୍‌ଙ୍କ ସଂଖ୍ୟାକୁ ବୃଦ୍ଧି କରିବା ଏବଂ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଏନସିସି ବାଟାଲିୟନ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି।ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟର ଡେପୁଟି ଡ଼ାଇରେକ୍ଟର ଜେନେରାଲ କମୋଡ଼ର ବିକ୍ରମ ସିଂହ ଓଡ଼ିଶାର ଏନସିସି କ୍ୟାଡେଟ୍‌ଙ୍କ କାର୍ଯ୍ୟ ସମ୍ବନ୍ଧରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ। ଏଥିସହ ସମସ୍ତ ଏନସିସି କ୍ୟାଡେଟ୍‌ମାନଙ୍କୁ ପ୍ରୋତ୍ସାହିତ କରିବା ସହ ଏନସିସିକୁ ସଶକ୍ତ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆ ଯାଉଥିବା ପଦକ୍ଷେପ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, ଗ୍ରୁପ କ୍ୟାପଟେନ ଶ୍ରୀ ଦେବାଶିଷ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।