December 29, 2025
Home » ପୂଜ୍ୟ ପୂଜକ ବାବା ବଳିଆଙ୍କ ମାର୍ଗଦର୍ଶନରେ “ଶ୍ରୀ ଗୁରୁ କୃପା ମହୋତ୍ସବ”

ପୂଜ୍ୟ ପୂଜକ ବାବା ବଳିଆଙ୍କ ମାର୍ଗଦର୍ଶନରେ “ଶ୍ରୀ ଗୁରୁ କୃପା ମହୋତ୍ସବ”

0
WhatsApp Image 2025-12-29 at 1.05.03 PM

ପଦ୍ମଶ୍ରୀ ପଟ୍ଟାୟତ ସାହୁ ଓ ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମ୍ବର୍ଦ୍ଧିତ…

ଶିଶୁ ଅନନ୍ତ ବଳିଆ ସେବା ସଂଘ ପକ୍ଷରୁ ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ପରିସରରେ ୨୬ ତାରିଖ ଶୁକ୍ରବାର ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜ୍ୟ ଶ୍ରୀ ଗୁରୁଦେବ ବାବା ବଳିଆଙ୍କ ପବିତ୍ର ସତସଙ୍ଗ ଓ ଦିବ୍ୟ ପ୍ରବଚନକୁ ନେଇ “ଶ୍ରୀ ଗୁରୁ କୃପା ମହୋତ୍ସବ-୨୦୨୫” ଶେଷ ହୋଇଛି। ତିନି ଦିନ ଧରି ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ଦିବ୍ୟ ପ୍ରବଚନ ” ଆମ ଜୀବନ ଓ ଗୀତା”ର ଅମୃତମୟ ବାଣୀ ଭକ୍ତ ମାନେ ଶ୍ରବଣ କରିଥିଲେ।ଶିଶୁ ଅନନ୍ତ ଆଶ୍ରମ, ଅରିଲୋ ଓ ଅନନ୍ତ ବଳିଆ ସେବାସଙ୍ଘ ଦ୍ଵାରା ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ବହୁ ଭକ୍ତଙ୍କ ସମାବେଶ ହୋଇଥଲା।ଏହି ଅବସରରେ ଧର୍ମଗଡ ର ବିଶିଷ୍ଟ ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ପ୍ରମୋଦ କୁମାର ଖମାରୀ ପଦ୍ମଶ୍ରୀ ପଟ୍ଟାୟତ ସାହୁ ଙ୍କୁ ବାବା ବଳିଆ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥଲେ।


ଏହା ବ୍ୟତୀତ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଡାକ୍ତର ଦୀନବନ୍ଧୁ ସାହୁ,ଡାକ୍ତର ହେମାଙ୍ଗିନୀ ମେହେର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିଳ୍ପୀ ମୁକୁନ୍ଦ ରେଡ୍ଡୀ, ସହିଦ୍ ଙ୍କ ମାଆ ସୁଶୀଳା ନାଏକ,ସାମ୍ୱାଦିକ ଓ ଆଶୁ କବି ଲଳିତ କାନୁନଗୋ, ପୂଜକ ଅଜୟ ମହାପାତ୍ର,ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡ, ପତିହରା ମାଆ ସୁମତି ମୁଣ୍ଡ, ସୁକାନ୍ତି ସରାଫ, ଆଦିତି ସୁଆର, ସୌଭାଗ୍ୟ ମଞ୍ଜରୀ ପ୍ରଧାନୀ, ଦେବକୀ ସିଂ ଓ ସମାଜସେବୀ ପ୍ରଶାନ୍ତ ପ୍ରଧାନଙ୍କୁ ବାବା ବଳିଆ ସମ୍ବର୍ଦ୍ଧିତ କରିଥଲେ।ପ୍ରବଚକ ଆଶୀର୍ବାଦ ଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ବିଶ୍ବମ୍ବର ମିଶ୍ର ଙ୍କ ବଳିଷ୍ଠ ଉଦ୍ୟମରେ ତିନି ଦିନ ଧରି ହୋଇଥିବା ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବାବାଜୀ ସଞ୍ଜୟ ଦାସ,ମଧୁ ସୁଦନ ଦାସ, ଗୋପାଳ ଦାସ, କାଳନ୍ଦୀ ଦାସ, ନରହରି ଦାସ, ଶ୍ରିବାସ ଦାସ, ସରଣ ମହାରାଜ ମଞ୍ଚ କାର୍ଯ୍ୟ ତୁଲାଇ ଥିବା ବେଳେ ଗୁରୁଭାଈ ପ୍ରମୋଦ ପଟ୍ଟନାୟକ, ସୁଜ୍ଞାନ ବାବୁ, କବିରାଜ ପଣ୍ଡା, ଜଗଦୀଶ ପଣ୍ଡା,କୈଳାସ ମହାପାତ୍ର ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *