ଗୁର୍ଜିମୁଣ୍ଡା ସ୍ଥିତ ମାଁ ଯୋଗମାୟା ପୀଠରେ ସେଲଫି ପଏଣ୍ଟ ଉଦ୍ଘାଟିତ।
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗୁର୍ଜିମୁଣ୍ଡା ସ୍ଥିତ ମା’ଯୋଗମାୟା ଶକ୍ତିପୀଠରେ ପ୍ରତିଦିନ ଭିଡ଼ ଆଶାତୀତ ଭାବେ ବୃଦ୍ଧି ପାଇଛି।ମାଁ ଙ୍କ ପୀଠର ପ୍ରାକୃତିକ ପରିବେଶ ଜିଲ୍ଲା ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଟାଣି ଆଣୁଛି। ମା’ ଯୋଗମାୟା ଙ୍କ ଦର୍ଶନ ଓ ଆଶୀର୍ବାଦ ସହିତ ଏଠାକାର ସୁନ୍ଦର ପରିବେଶରେ ବଣଭୋଜି କରି ପର୍ଯ୍ୟଟକ ଖୁସି ବ୍ୟକ୍ତ କରୁଛନ୍ତି।ଏହା ସହିତ ଏଠାରେ ଥିବା ଉଦ୍ୟାନ ବୁଲି ପର୍ଯ୍ୟଟକ ମାନେ ଆନନ୍ଦିତ ହେଉଛନ୍ତି। ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ ଶିଶୁ ଉଦ୍ୟାନର ରହିଥିବା ବିଭିନ୍ନ ଖେଳ ସାମଗ୍ରୀ ସହିତ ଦୋଳିର ମଜା ନେଉଛନ୍ତି।ପାଖରେ ଥିବା ଦେବଗୁମ୍ଫା ପର୍ଯ୍ୟଟକଙ୍କ ପାଇଁ ବେଶ ଆକୃଷ୍ଟ କରିଥାଏ। ପର୍ଯ୍ୟଟକ ମାନେ ଏଠାରେ ଆମୋଦ ପ୍ରମୋଦ ସହ ମୋବାଇଲ୍ ରେ ରିଲ୍ସ ଓ ଫଟୋର ମଜା ନେଉଥିବା ଦେଖା ଯାଉଛି।ଏହାକୁ ଦୃଷ୍ଟିରେ ରଖି ରବିବାର ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଏକ ସେଲ୍ଫି ପଏଣ୍ଟ ର ଉଦ୍ଘାଟନ କରାଯାଇଛି।କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଏହାକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଗୁର୍ଜିମୁଣ୍ଡା ଟ୍ରଷ୍ଟର ଅଧ୍ୟକ୍ଷ ମୋତିଲାଲ ବଗର୍ତ୍ତି, ସଂପାଦକ ଯଯାତୀ କେଶରା ଦେଓ, ଉତ୍କେଲା ଫାଣ୍ଡି ଅଧିକାରୀ ଏ.କେ.ଶତପଥୀ, କୋଷାଧ୍ୟକ୍ଷ ଅଶ୍ବିନୀ ବିଶାଳ,ଟ୍ରଷ୍ଟି ନବୀନ ପ୍ରଧାନ ଉପସ୍ଥିତ ଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
