-ଅହମଦିଆ ମୁସଲିମ ଯୁବ ସଙ୍ଗଠନର ସୂଚ୍ଛତା ଅଭିଯାନ
ଇଂରାଜୀ ନୂତନ ବର୍ଷ ଅବସରରେ ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଠାରେ ଅହମଦିୟା ମୁସଲିମ ଯୁବ ସଙ୍ଗଠନ ପକ୍ଷରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି ।

ଏହି ଅବସରରେ ଗୁଣ୍ଡିଚାପଡ଼ା ଶହୀଦ୍ ସ୍ମାରକୀଠାରୁ ଗ୍ରାମ କୋଠଘର ପର୍ଯ୍ୟନ୍ତ ସାର୍ବଜନୀନ ରାସ୍ତା ସଫେଇ କରାଯାଇଥୁଲା I ଅହମଦିୟା ମୁସଲିମ ସମୁଦାୟର ସଭାପତି ସୁଲେମାନ ଅଲ୍ଲୀ ଖାଁ ଙ୍କ ପରାମର୍ଶ ତଥା ଯୁବ ସଙ୍ଗଠନ ଅଧ୍ୟକ୍ଷ ସୋଲେମାନ ଖାଁଙ୍କ ନେତୃତ୍ବରେ ପୁର୍ବତନ ଯୁବ ସଭାପତି ମହମୁଦ ଖାଁ, ଶେଖ୍ ଜହୀର, ମୌଲବୀ ଜଲାଲ ଉଦ୍ଦିନ ଖାଁ, ମୌଲବୀ ମୁଜାଫର ଖାଁ ଓ ଶେଖ୍ ତନୱିର ସମେତ ବହୁ ଯୁବକ ଏଥିରେ ସାମିଲ ହୋଇଥିଲେ ।

ବେଶକୁ ସଫା ସୁତରା ରଖିବା ଆମ ସମସ୍ତଙ୍କ ସାମାଜିକ ଦାୟିତ୍ବ ବୋଲି ସମୁଦାୟର ସଭାପତି ମତ ପ୍ରକାଶ କରିଥିଲେ ।
kamkhyanagar epa ru rajkishor rout nka report
