February 23, 2026
Home » ମେଦିନୀପୁର ରେ ଜମୁଛି ଧନୁଯାତ୍ରା,

ମେଦିନୀପୁର ରେ ଜମୁଛି ଧନୁଯାତ୍ରା,

0
WhatsApp Image 2026-01-05 at 6.03.24 PM

ମଥୁରା ନଗରୀରେ ରାଜା ଉଗ୍ରସେନ ଙ୍କ ଗାଦିଚ୍ୟୁତ କଲା କଂସ, କଂସର ରାଜୁତି ଆରମ୍ଭ।

ଭବାନୀପାଟଣା ସହର ନିକଟସ୍ଥ ମେଦିନୀପୁର ରେ ଧନଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଅଛି । ମେଦିନୀପୁର ସାଜିଛି ମଥୁରା ନଗରୀ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦ୍ଵିତୀୟ ଦିନରେ ଓଡିଶାର ମନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଦିନୀପୁର ଗାଁ ରେ ଶିକ୍ଷାର ବିକାଶ କିଭଳି ହେବ ସେନେଇ ବକ୍ତବ୍ୟ ଦେଇଥିଲେ। ଉଗ୍ରେସନ ମହାରାଜ ଙ୍କ ଦରବାର ରେ ମନ୍ତ୍ରୀ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ରାଜ ଅତିଥି ଭାବେ, ରାଜ୍ୟ ବିଜେପି ଉପ ସଭାପତି ଭବେନ୍ଦ୍ର ପଣ୍ଡା, ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ, ପୁର୍ବ ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାଜକୁମାର ସିଂହ ଦେଓ , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶରତ ଚନ୍ଦ୍ର ନାଏକ ସ୍ଥାନୀୟ ସରପଞ୍ଚ ଗୌରୀ କୁମାର ମିଶ୍ର, ମେଦିନୀ ପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବିଶ୍ବାଳ, ବିରଞ୍ଚି ରଥ ଓ ସ୍ଥାନୀୟ ଲୋକ ପ୍ରତିନିଧି,ଧନୁଯାତ୍ରା କମିଟି ମଞ୍ଚାସିନ ହୋଇ ଥିଲେ।ଦ୍ଵିତୀୟ ଦିନରେ ଉଗ୍ରସେନ ମହାରାଜ ରାଜୁତି ଓ ଗାଦିଚ୍ୟୁତ, ଦେବକୀ ବାସୁଦେବଙ୍କ ବିବାହ,କଂସ ମହାରାଜ ଙ୍କ ରାଜୁତି ଆରମ୍ଭ ପ୍ରଭୁତି ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଦେବେନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଧନୁଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ସଦସ୍ୟ ଗ୍ରାମବାସୀ ମାନେ ସହଯୋଗ କରିଛନ୍ତି । ଚଳିତ ମାସ ୯ ତାରିଖ ଯାଏଁ ଧନୁଯାତ୍ରା ଧୁମ୍ ଧାମରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *