ସୁବର୍ଣ୍ଣପୁର ଲୋକ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଓ ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ- 2026 ଉଦଘାଟିତ
l
ସୁବର୍ଣ୍ଣପୁର: ବୁଧବାର “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଉଦଘାଟିତ ହୋଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଥମେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ମଶାଲ ଆସି ଜିଲ୍ଲାର ରୟାଲ ପଡିଆରେ ପହଞ୍ଚିଥିଲା। ପରେ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଲୋକ ମହୋତ୍ସବ ସ୍ଥଳ ରାମେଶ୍ୱର ଷ୍ଟାଡିୟମଠାରେ ପହଞ୍ଚିଥିଲା। ଏହି ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଉପଜିଲ୍ଲାପାଳ ଡ଼. ସୌମ୍ୟାରୁପା ରଥ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ ଏବଂ ଜିଲ୍ଲାର ମହିମା ଧର୍ମ ଅବଲମ୍ବନ କରିଥିବା ସାଧୁ-ସନ୍ଥମାନେ। ଶୋଭାଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଅନେକ ସାଂସ୍କୃତିକ ଏବଂ କୀର୍ତ୍ତନ ଦଳ ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ସହର ପ୍ରକମ୍ପିତ ହୋଇ ଉଠିଥିଲା। ଏହି ଶୋଭାଯାତ୍ରା ରୟାଲ ପଡିଆରୁ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, ବସ ଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଛକ, ଥନାପତି ପଡ଼ା, ସୁରେଶ୍ୱରୀ ମନ୍ଦିର ଦେଇ ରାମେଶ୍ୱର ଷ୍ଟାଡିଅମ ର ଉତ୍ସବ ପଡିଆରେ ପହଞ୍ଚିଥିଲା। ଚଳିତ ବର୍ଷ ମହିମା ଧର୍ମକୁ ବିଷୟବସ୍ତୁ ଭାବେ ରଖାଯାଇଥିବାରୁ, ଅନେକ ସାଧୁ-ସନ୍ଥ ଏଥିରେ ଭାଗ ନେଇ ଭୀମଭୋଇଙ୍କ ଚିନ୍ତାଧାରାକୁ ଆହୁରି ପ୍ରଚାର-ପ୍ରସାର କରିବାରେ ସାହାଯ୍ୟ କରିଥିଲେ।

ଦଣ୍ଡ ନୃତ୍ୟ, ମୟୁର ନାଚ, ଅଖଡ଼ା ବାବା, କୀର୍ତ୍ତନ ଦଳ ପ୍ରମୁଖ ଶୋଭାଯାତ୍ରାରେ ଭାଗ ନେଇଥିଲେ। ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହୋଇଥିଲେ କଳାହାଣ୍ଡିର କଟପ୍ପା।ଜିଲ୍ଲାପାଳ ନିଜେ ମହିମା ଧର୍ମାବଲମ୍ବୀମାନଙ୍କ ସହିତ ମଶାଲ ଧରି ଗାଡ଼ିରେ ସହର ପରିକ୍ରମା କରିଥିଲେ। ଘଣ୍ଟ ବାଦ୍ୟରେ ସହର ନାଚି ଉଠିଥିଲା। ସୁବର୍ଣ୍ଣପୁର ଜିଲ୍ଲାର କଳା ସଂସ୍କୃତି ଐତିହ ଓ ବିକାଶ ଧାରାର ବାର୍ତ୍ତାଵହ ୩୨ ତମ “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ର ଶୁଭ ଉଦଘାଟନ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ. ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଉତ୍ସବ କୁ ଉଦଘାଟନ କରି ପଲ୍ଲୀଶ୍ରୀ ମେଳା ସହିତ ବିଭିନ୍ନ ବିଭାଗର ପ୍ରଦର୍ଶନୀ ଷ୍ଟଲ ଗୁଡ଼ିକ ମଧ୍ୟ ଉଦଘାଟନ ସଙ୍ଗେ ସଙ୍ଗେ ପରିଦର୍ଶନ କରିଥିଲେ l ଏହି ଅବସରରେ ସାଂସ୍କୃତିକ ସଭା ଜିଲ୍ଲାପାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ. ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଓ ଶ୍ରୀ ବେଣୁଧର ଦାଶ, ବିଶିଷ୍ଟ ସମାଜସେବୀ ସମ୍ମାନିତ ଅତିଥି ଯୋଗଦାନ କରିଥିଲେ ।

ଅତିଥିମାନେ ସୁବର୍ଣ୍ଣପୁର ଜିଲ୍ଲାର ଲୋକକଳା,ଲୋକନୃତ୍ୟ,ଲୋକ ସଂସ୍କୃତି ଅନନ୍ୟ ବୋଲି କହିବା ସହିତ ଏହାର ସଂରକ୍ଷଣ ଓ ବିକାଶ କରିବା ସଙ୍ଗେ ସଙ୍ଗେ ପ୍ରଚାର ଓ ପ୍ରସାର କରିବା ନିହାତି ଆବଶ୍ୟକ ବୋଲି କହିଥିଲେ l ସ୍ଵାଗତ ସଙ୍ଗୀତ ଭୀମଭୋଇ କଳା ପରିଷଦ, ସୋନପୁର ଙ୍କ ଦ୍ଵାରା ପରିବେଷଣ କରାଯାଇଥିବାବେଳେ ଉଦଘାଟନୀ ଦିବସରେ ସଙ୍ଗୀତ ମହା ବିଦ୍ୟାଳୟ, ସୁବର୍ଣ୍ଣପୁର , କଳାଜିବୀ ବରଗଡ଼, ବିହୁ ନାଚ ଆସାମ, ଛଉ ନାଚ ମୟୂରଭଞ୍ଜ , ସମ୍ବଲପୁରୀ,ଟ୍ରେଣ୍ଡି ଏକାଡେମୀ, ସୋନପୁର , ଭାଙ୍ଗଡା, ପଞ୍ଜାବ, ସମ୍ବଲପୁରୀ,ରଙ୍ଗ ଫରୁଆ, ସମ୍ବଲପୁର, ସିଙ୍ଗ ନୃତ୍ୟ କନ୍ଧମାଳ , ଧାପ ନାଚ, ଦୂଲ୍ ଦୁଲି କଳା ପରିଷଦ, ବଲାଙ୍ଗିର , ଅର୍ମ ନାଚ କରମ୍ ସାନି କଳା ପରିଷଦ, ପଣ୍ଡକିଟାଲ ଡୁଙ୍ଗୁରିପାଲି, ଦଣ୍ଡ ନୃତ୍ୟ, ରୁମକୁ ଝୁମାନା, କରମସାନି କଳା ପରିଷଦ, ଉଲୁଣ୍ଡା ସାଂସ୍କୃତିକ ଦଳର କଳାକାରଙ୍କ ନାଚ ଗୀତକୁ ପ୍ରବଳ ଶୀତରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ l ମହୋତ୍ସବ ର ସ୍ମରଣିକା “ଶାକ୍ତସ୍ୱର” ଓ “ସୋନପୁର କ୍ୟାଲେଣ୍ଡର” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରା ଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଙ୍କ ଅଧ୍ୟକ୍ଷତା ରେ ପ୍ରଥମ ଦିନର ସାଂସ୍କୃତିକ ସଭା କାର୍ଯ୍ୟ ପରିଚାଳନା କରା ଯାଇଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ଵିନୀ କୁମାର ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ l ଫୁଡ୍ କୋର୍ଟ ଓ ପଲ୍ଲୀଶ୍ରୀ ମେଳାର ବିଭିନ୍ନ ଷ୍ଟଲରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
