February 27, 2026
Home » ରେଳ ଓଭର ବ୍ରିଜ (ROB)ର ଆବଶ୍ୟକୀୟ ପୁନରୁଦ୍ଧାର / ନିର୍ମାଣ କାର୍ଯ୍ୟ ନିମନ୍ତେ ଜାନୁଆରୀ ୧୦ ତାରିଖରୁ ହେବ ଯାତାୟାତ ନିଷେଧ

ରେଳ ଓଭର ବ୍ରିଜ (ROB)ର ଆବଶ୍ୟକୀୟ ପୁନରୁଦ୍ଧାର / ନିର୍ମାଣ କାର୍ଯ୍ୟ ନିମନ୍ତେ ଜାନୁଆରୀ ୧୦ ତାରିଖରୁ ହେବ ଯାତାୟାତ ନିଷେଧ

0
WhatsApp Image 2026-01-08 at 5.19.00 PM

ରାୟଗଡ଼ ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟ ଶ୍ରୀ ଆଶୁତୋଷ କୁଲକର୍ଣି ଭା ପ୍ର ସେ ଙ୍କ ଦ୍ଵାରା ରେଳ ଓଭର ବ୍ରିଜ (ROB)ର ଆବଶ୍ୟକୀୟ ପୁନରୁଦ୍ଧାର / ନିର୍ମାଣ କାର୍ଯ୍ୟ ନିମନ୍ତେ ଯାତାୟାତ ନିଷେଧ କରାଯାଇଛି। ରାୟଗଡ଼ ଜନସାଧାରଣଙ୍କ ସୂଚନାର୍ଥେ ଜଣାଇ ଦିଆଯାଉଛି ଯେ ଜାତୀୟ ରାଜପଥ–୩୨୬ ଅନ୍ତର୍ଗତ ରାୟଗଡ଼ା ସହରସ୍ଥ ରେଳ ଓଭର ବ୍ରିଜ (ROB) ଠାରେ ଆବଶ୍ୟକୀୟ ପୁନରୁଦ୍ଧାର / ନିର୍ମାଣ କାର୍ଯ୍ୟ କରାଯିବା ନିମନ୍ତେ ତା. ୧୦.୦୧.୨୦୨୬ ଠାରୁ କାର୍ଯ୍ୟ ସମାପ୍ତି ପର୍ଯ୍ୟନ୍ତ ଏହି ସେତୁ ଉପରେ ଯାତାୟାତ ବନ୍ଦ ରଖାଯିବ।ଉକ୍ତ ପୁନରୁଦ୍ଧାର କାର୍ଯ୍ୟ ସମାପ୍ତି ପର୍ଯ୍ୟନ୍ତ ସାଧାରଣ ଯାନବାହନ ଚଳାଚଳ ପାଇଁ ଦୁଇଟି ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଉଛି ।


ପ୍ରଥମ ବିକଳ୍ପ ହେଲା ସିରିଗୁଡ଼ାଛକରୁ ରୋହିତ କଲୋନୀ ଦେଇ ସାଇ ଇଣ୍ଟରନ୍ୟାସିନାଲ୍ ଛକ ଏବଂ ତାହାର ବିପରୀତ ଦିଗରେ ଭାରୀଯାନଗୁଡ଼ିକ ପିଡବ୍ଲ୍ୟୁଡି (PWD) ରୋଡ ଦେଇ ଚଳାଚଳ କରିବେ l ଦ୍ଵିତୀୟ ବିକଳ୍ପ ରାସ୍ତା ହେଲା କପିଳାଶ ଛରୁ ରେଳୱେ ଅଣ୍ଡରପାସ୍ ଦେଇ ତହସିଲ୍ ଛକ ଦେଇ ମୁନିସିପାଲିଟି ରୋଡ ମାର୍ଗରେ କେବଳ ଦୁଇଚକିଆ ଓ ହାଲୁକା ଯାନବାହନ ଯିବାଆସିବା କରିବେ l ଉକ୍ତ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ ଯାହା ଦ୍ୱାରା କାମଟି ସୁରକ୍ଷିତ ଏବଂ ସୁଚାରୁ ଭାବେ ସମ୍ପାଦନ କରାଯାଇପାରିବ। ଜରୁରୀକାଳୀନ ସେବା ପାଇଁ ଆବଶ୍ୟକ ମାତ୍ରାରେ ବ୍ୟବସ୍ଥା ରହିବ। ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାର ଦୃଷ୍ଟିରୁ ପ୍ରଶାସନକୁ ସହଯୋଗ କରିବା ସହ ଯାତାୟାତ ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *