February 5, 2026
Home » ପରିମଳ ଓ ପରିବେଶକୁ ବି ଏମ୍ ସିର ଗୁରୁତ୍ୱ

ପରିମଳ ଓ ପରିବେଶକୁ ବି ଏମ୍ ସିର ଗୁରୁତ୍ୱ

0
WhatsApp Image 2026-01-09 at 7.43.28 PM

ଭୁବନେଶ୍ୱର;ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଅନ୍ତର୍ଗତ 61 ନମ୍ବର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି କମିଶନର ଶ୍ରୀ ଚଞ୍ଚଳ ରାଣା l ସ୍ଥିତି ଅନୁଧ୍ୟାନ କରି ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା ପୂର୍ବକ ବର୍ଜ୍ୟବସ୍ତୁ ପରିଚାଳନା ଓ ପୃଥକୀକରଣର ଗୁରୁତ୍ଵ ବାବଦରେ ସେ ଆଲୋକପାତ କରିଛିନ୍ତି l ସାମ୍ପ୍ରତିକ ପରିବେଶ ଅନୁଚିନ୍ତା ସମସ୍ତଙ୍କ ଦାୟିତ୍ଵ ବୋଲି କହିଥିଲେ ଶ୍ରୀ ରାଣା l ୱାର୍ଡର ଖାଲିସ୍ଥାନରେ ସୌନ୍ଦର୍ଯ୍ୟକରଣ, ବୃକ୍ଷ ରୋପଣ କରିବା ଇତ୍ୟାଦି ପରିବେଶଗତ ପଦକ୍ଷେପରେ ସମସ୍ତେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି l
ଏହି ଅବସରରେ 61 ୱାର୍ଡରେ ଥିବା ଭୀମେଶ୍ଵର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିଛନ୍ତି କମିଶନର l

ବୃକ୍ଷଗୁଡିକ ମଧ୍ୟରେ ଚାରି ପ୍ରକାରର ତୁଳସୀ, ବେଲ, ସମୀର, ଅଶୋକା, ଆମ୍ବ ରହିଛି । ବୃକ୍ଷଗୁଡିକ ପରିବେଶ ଅନୁକୂଳ ସାଙ୍ଗକୁ ଧାର୍ମିକ ଓ ସ୍ୱାସ୍ଥ୍ୟଗତ ଗୁରୁତ୍ୱ ବହନ କରନ୍ତି । ଅନୁରୁପଭାବେ କମିଶନର ଶ୍ରୀ ରାଣା 45 ନମ୍ବର ଓ୍ୱାର୍ଡର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । କଳ୍ପନା ନିକଟସ୍ଥ ଶ୍ରମିକ ପ୍ରତୀକ୍ଷାସ୍ଥଳ ନିକଟରେ ଥିବା ଖାଲିସ୍ଥାନକୁ କିପରି ପିଲାଙ୍କ ଖେଳ ପଡିଆ ଭାବେ ବ୍ୟବହାର ହୋଇପାରିବ, ସେଥିପାଇଁ ଯୋଜନା କରିବାକୁ କହିଛନ୍ତି । ଏହା ପରେ ସେ ବଡଗଡ ହାଟ ଅଂଚଳକୁ ଯୋଜନାବଦ୍ଧ ଭାବେ ନବୀକରଣ କରିବା, କମ୍ୟୁନିଟ୍ ସେଣ୍ଟର ଚତୁଃପାର୍ଶ୍ୱ କିପରି ପରିଷ୍କାର ରହିବ ସେଥିପ୍ରତି ପଦକ୍ଷେପ ନେବାକୁ କହିଛନ୍ତି କମିଶନର । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ଶ୍ରୀ ଅମରେଶ ଜେନା, ଶ୍ରୀ ଶିବ ନାରାୟଣ ରାୟ, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ଡେପୁଟି କମିଶନର, ପରିମଳ ଶ୍ରୀ ଏନ୍. ଗଣେଶ ବାବୁ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ତରାସ ମାରାଣ୍ଡି, ସାନିଟେସନ ଟିମ୍, ଇଞ୍ଜିନିଅରିଙ୍ଗ ଟିମ୍ ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *