ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ର ପ୍ରଚାର ପ୍ରସାର ଗାଡି ର ଶୁଭାରମ୍ଭ।
ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୬ ପାଳନ ଅବସର ରେ ପ୍ରଚାର ପ୍ରସାର ଉପ କମିଟି ପକ୍ଷରୁ ପ୍ରଚାର ଗାଡି ର ଶୁଭାରମ୍ଭ ହୋଇଛି। ଉତ୍ସବ କମିଟି ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ପ୍ରେକ୍ଷ୍ଯା ଅଗ୍ରୱାଲ ପୂଜାର୍ଚ୍ଚନା ସହ ପତାକା ଦେଖାଇ ପ୍ରଚାର ପ୍ରସାର ଗାଡ଼ିର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସହଯୋଗୀ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ, ପୂର୍ବତନ ନଗରପାଳ ସୁଶ୍ରୀ ହୀରା ବାଗ, ପ୍ରଚାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, ବୈଦ୍ୟନାଥ ବେହେରା, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ସୁଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ, ସରୋଜ କୁମାର ସାହୁ, ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୧୫ ରୁ ୧୭ ଜାନୁୟାରୀ ୨୦୨୬ ରେ ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପରିପ୍ରେକ୍ଷୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତାକୁ ଅଞ୍ଚଳ ବାସୀଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପ୍ରଚାର ଗାଡ଼ି ସମଗ୍ର ଧର୍ମଗଡ ଉପଖଣ୍ଡ ପରିକ୍ରମା କରିଥାଏ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
